ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ରୁ ସାର ଚୋରା ଚାଲାଣ ପରେ ଚେଇଁଲା ପ୍ରଶାସନ, କୋକସରା ବ୍ଲକ ର ୪ ସାର ଦୋକାନ ଉପରେ ଚଢ଼ାଉ

କୋକସରା,୨୨/୭-(  ମ ନି ସ ) କଳାହାଣ୍ଡି ଜିଲ୍ଲା ରୁ ନବରଙ୍ଗପୁର ଜିଲ୍ଲା କୁ ସାର ଚୋରା ଚାଲାଣ ବେଳେ ଗତ ରବିବାର ଆମପାଣି ଥାନା ନିକଟରେ ଯାଞ୍ଚ ସମୟରେ ଏକ ଟ୍ରକରୁ ୩୫୦ ବସ୍ତା ୟୁରିଆ ସାର ଧରାପଡିବା ପରେ ଚେଇଁଛି ଜିଲ୍ଲା ପ୍ରଶାସନ । ଶୁକ୍ରବାର ଧର୍ମଗଡ ଉପ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ କୋକସରା ଅତିରିକ୍ତ ତହସିଲଦାର କୃଷି ବିଭାଗ ଅଧିକାରୀ ମାନେ କୋକସରା ବ୍ଲକ ର କୋକସରା ଓ ମୋଟେର ଠାରେ ଥିବା ୪ ସାର ହୋଲସେଲ ବ୍ୟବସାୟୀ ଙ୍କ ଦୋକାନ ଓ ଗୋଦାମରେ ଚଢ଼ାଉ କରି ଷ୍ଟକ ଭେରୀଫିକେସନ ସହ କାଗଜପତ୍ର ଯାଞ୍ଚ କରିଥିବା ନେଇ ସୁଚନା ମିଲିଛି । ଶୁକ୍ରବାର କୋକସରା ଅତିରିକ୍ତ ତହସିଲଦାର କମାଳାସନ ରଥ ଓ କୋକସରା କୃଷି ଅଧିକାରୀ ଲିଙ୍ଗରାଜ ମେହେର ମୋଟେର ଠାରେ ଥିବା ରାଠୋଡ଼ ଏଗ୍ରୋ, ଆର କେ ଏଗ୍ରୋ ଫାର୍ମ, କୃଷକବନ୍ଧୁ ଫର୍ଟିଲାଇଜର ସମେତ କୋକସରା ଠାରେ ଥିବା ସାରଙ୍ଗିନୀ ଫର୍ଟିଲାଇଜର ହୋଲସେଲର ଦୋକାନ ଓ ଗୋଦାମରେ ଷ୍ଟକ ଯାଞ୍ଚ କରିବା ସହ ସାର ପରିବହନ, ବିକ୍ରୟ ବିବରଣୀ ଓ ଷ୍ଟକ ତଦାରଖ କରିଛନ୍ତି। ତେବେ ଯାଞ୍ଚ ସମୟରେ ସାର ଦୋକାନରେ ଚାଷୀଙ୍କ ଅବଗତି ପାଇଁ ବିଭିନ୍ନ ରାସାୟନିକ ସାରର ମୁଲ୍ୟ ତାଲିକା ଟଙ୍ଗା ଯାଇନଥିବା ଦେଖିବାକୁ ମିଳିଛି। କୋକସରା ବ୍ଲକରେ ୫ ଜଣ ହୋଲସେଲର ଓ ୭୧ ରିଟେଲର ସାର ବ୍ୟବସାୟୀଙ୍କୁ କୃଷିବିଭାଗ ପକ୍ଷରୁ ଲାଇସେନ୍ସ ଦିଆଯାଇଛି । ତେବେ ଅନେକ ସ୍ଥାନରେ ଧାର୍ଯ୍ୟ ମୁଲ୍ୟ ଠାରୁ ଅଧିକ ରେଟ ରେ ସାର ବିକ୍ରି ହେଉଥିବା ନେଇ ଚାଷୀମାନେ ଅଭିଯୋଗ ଆଣିଛନ୍ତି । ଅନେକ ସାର ଦୋକାନୀ ରାସାୟନିକ ସାର ସହ ଅଣୁ ସାର ଟେଗ କରି ଚାଷୀ ଙ୍କୁ ନେବାକୁ ବାଧ୍ୟ କରୁଥିବା ମଧ୍ୟ ପୂର୍ବରୁ ଚାଷୀ ଅଭିଯୋଗ କରିଛନ୍ତି। ଲାଇସେନ୍ସ ପ୍ରାପ୍ତ ସାର ହୋଲସେଲର ଦୋକାନକୁ ସରକାରୀ ହିସାବରେ କେତେ ପରିମାଣର ସାର ଯୋଗାଣ ହୋଇଛି ତାହାର ସଠିକ ତଥ୍ୟ ମଧ୍ୟ କୃଷିବିଭାଗ ରୁ ମିଳୁନାହିଁ। ତେବେ ସାର ଚୋରା ଚାଲାଣ ଧରା ପଡିବା ପରେ ପ୍ରଶାସନ ଚେଇଁ ଉଠିଛି। ଏନେଇ କୋକସରା ଅତିରିକ୍ତ ତହସିଲଦାର ଙ୍କ ପ୍ରତିକ୍ରିୟା ନେବାରୁ ଉପ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ରେ ଯାଞ୍ଚ ଚାଳିଛି ବୋଳି କହିଛନ୍ତି।

Related posts

ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ଗସ୍ତରେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା

କଲମପୁର ରେ ବିପର୍ଯ୍ୟସ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ଆସନ୍ତୁ କଳି ଯୁଗର ୫ଟି ବାସସ୍ଥାନ ବିଷୟରେ ଜାଣିବା

Sunil Chandra Nayak

Leave a Comment

error: Content is protected !!