ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦେଶ୍ କି ବାତ୍ ଫାଉଣ୍ଡେସନ୍ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

 ଢେଙ୍କାନାଳ – ତା.୨୩.୦୭.୨୦୨୨, ଶନିବାର , ସ୍ଥାନୀୟ ଗାନ୍ଧୀ ମନ୍ଦିର ରୋଡସ୍ଥିତ ଗାନ୍ଧୀ ଭବନ ଠାରେ ଦେଶ୍ କି ବାତ୍ ଫାଉଣ୍ଡେସନ୍ ପକ୍ଷରୁଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ରାଷ୍ଟ୍ରୀୟ ରୋଜଗାର ନୀତି କେତେ ଜରୁରୀ ଆଜି ଦେଶ ବେରୋଜଗାରୀ ରୂପକ ଭୟଙ୍କର ସଂକଟ ସହ ଯୁଝୁଛି । ବିଶ୍ବବିଦ୍ୟାଳୟରୁ ବଡ଼ବଡ଼ ଡିଗ୍ରୀ ନେଇଥିବା ଯୁବା ଆଜି ନିଯୁକ୍ତି ପାଇଁ ଦ୍ବାରଦ୍ବାର ଘୁରି ଲାଗିଛି । ରୋଜଗାରର ନୂଆ କ୍ଷେତ୍ର ତିଆରି ତ ଦୂରର କଥା; ଖାଲିଥିବା ସରକାରୀ ଚାକିରୀରେ ମଧ୍ୟ ପଦ ପୂରଣ ହେଉନାହିଁ, ବରଂ ଏହାର ବିପରୀତ ହେଉଛି । ଚାକିରୀ ଦାବୀଦାର ଯୁବାମାନଙ୍କୁ ସରକାର ଙ୍କ ଲାଠିର ପ୍ରହାର ହିଁ ମିଳୁଛି । ଏଇ ନିକଟ ଅତୀତରେ ରେଳବାଇ ଏବଂ ଏନ୍‌ଟିପିସିରେ ଚାକିରୀ ଦାବୀକୁ ନେଇ ଛାତ୍ରମାନଙ୍କୁ କର୍ତ୍ତୃପକ୍ଷଙ୍କ ବର୍ବର ଦମନ ସହିବାକୁ ପଡ଼ିଛି । ଯଦିବା କେଉଁଠି କିଛି ଚାକିରୀ ମିଳୁଛି ତାହା ମଧ୍ୟ ପ୍ରତ୍ୟକ୍ଷ ନୁହେଁ; ଠିକାଦାରମା ଫିତରେ । ଏଠାରେ ମଧ୍ୟ ଛଟେଇର ଭୟ ମୁଣ୍ଡ ଉପରେ ସର୍ବଦା ଝୁଲୁଛି। ଏଭଳି ନିଯୁକ୍ତିରେ ଯାହା ବି ଆୟ ମିଳୁଛି ତହିଁରେ ସମ୍ମାନକନକ ଜୀବନ ଧାରଣ ସମ୍ଭବ ନୁହେଁ । ପୁଣି ଆମେ ଦେଖୁ ଯେ କୃଷକଙ୍କୁ ନ୍ୟୁନତମ ସମର୍ଥନ ମୂଲ୍ୟ ବା ଏମ୍.ଏସ୍.ପି ପାଇବା ପାଇଁ ବଡ଼ ସଂଘର୍ଷ କରିବାକୁ ପଡ଼ୁଛି। ଦେଶର ଅର୍ଦ୍ଧେକ ଜନସଂଖ୍ୟା ମହିଳାମାନଙ୍କୁ ଆୟ ଓ ସ୍ବାବଲମ୍ବନ ସହ ଜୀବନଧାରା ପ୍ରସ୍ତୁତି ପାଇଁ ସରକାରଙ୍କର କୌଣସି ଠୋସ୍ କାର୍ଯ୍ୟ ଯୋଜନା ନାହିଁ।ସ୍ବାଧୀନତାର ସାତଦଶକ ପରେ ମଧ୍ୟ ‘ରାଷ୍ଟ୍ରୀୟ ରୋଜଗାର ନୀତି ତିଆରି ହୋଇନାହିଁ। ମୂଳରୁ ବେରୋଜଗାରୀର ମାଡ଼ ସହିଆସିଥିବା ଯୁବା ଓ କର୍ମ ସମର୍ଥ ଗୋଷ୍ଠୀମାନଙ୍କ ସ୍ଥିତି କରୋନା ମହାମାରୀର ଆକ୍ରମଣ କାରଣରୁ ଅତ୍ୟନ୍ତ ଖରାପ ହୋଇ କର୍ଜର ହୋଇପଡିଛି । ଆଜି ଦିନରେ ଆମ ଦେଶରେ ବେରୋଜଗାରୀ ସମସ୍ୟାର କଟିଳତା କେବଳ ଗ୍ରାମଞ୍ଚଳରେ ସୀମିତ ହୋଇନାହିଁ; ସହରବାସୀ ନିଯୁକ୍ତି ଯୋଗ୍ୟ ବେକାରୀମାନଙ୍କ ପାଇଁ ମଧ୍ୟ ବଢ଼ିଛି । ରୋଜଗାର-ଅଭାବ ମାଡ ସମସ୍ତଙ୍କ ଉପରେ ପଡ଼ିଛି – ଜାତି ବା ଭାଷା ଯାହା ହେଉ, ଧର୍ମ ବା ଆଞ୍ଚଳିକତା ଯାହା ହୋଇଥାଉ; ପୁଣି ନାରୀ-ପୁରୁଷ-ତୃତୀୟ ଲିଙ୍ଗା ସମସ୍ତେ ବେରୋଜଗାରୀର ଯନ୍ତ୍ରଣାଭୋଗୀ।ବେରୋଜଗାରୀର ସମାଧାନ ଓ ରାଷ୍ଟ୍ରୀୟ ରୋଜଗାର ନୀତି’ ଉପରେ ଆଗାମୀ ଅଗଷ୍ଟ ୧୬ ତାରିଖରେ ଦିଲ୍ଲୀ ସ୍ଥିତ ଜନ୍ତରମନ୍ତର ଠାରେ ଆନ୍ଦୋଳନର ଆରମ୍ଭ ହେଉଛି । ସାଥୀ ଓ ସମଚିନ୍ତକମାନଙ୍କ ସହ ସକାଳ ୧୦ଟାରୁ ଆରମ୍ଭ ହେଉଥିବା ଏହି ଚିନ୍ତନ-ପରାମର୍ଶନ ଓ କାର୍ଯ୍ୟଖସଡ଼ା ପ୍ରସ୍ତୁତି ବ୍ୟାପାରରେ ଯୋଗଦେବାକୁ ସବିନୟ ନିବେଦନ କରା ଯାଇଛି।ଏହି କାର୍ଯ୍ୟକ୍ରମରେ ପୂର୍ବତନ ଚେୟାର ମ୍ୟାନ ନବିନ ଚନ୍ଦ୍ର ନାରାୟଣ ଦାସ ରାଜ୍ୟ,ସଂଯୋଜକ ସ6ରାଜ କୁମାର ଶତପତି, ରାଜ୍ୟ ସହ ସଯୋଜକ ସିତାଶୁ କୁମାର ସାହୁ, ହିମାଂଶୁ ନାୟକ, ରାଜ୍ୟ ସଂଯୋଜକ ରଜନ ମିଶ୍ର ଉପସ୍ଥିତ ଥିଲେ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ନବରଙ୍ଗପୁର ମୂଖ୍ୟ ଚିକିତ୍ସାଳୟ ଠାରେ କାଉଚ୍ ଉଦଘାଟିତ 

Sunil Chandra Nayak

ମୁଖ୍ୟମନ୍ତ୍ରୀଙ୍କ ନୂଆ ଟିମରୁ ଦିବ୍ୟଶଙ୍କର, ପ୍ରତାପ ଜେନା, ଅରୁଣ ସାହୁଙ୍କ ସମେତ ୧୨ ମନ୍ତ୍ରୀ ବାଦ

ରାଉରକେଲା – ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲରେ ବିଶ୍ବ ପରିବେଶ ଦିବସ ପାଳନ

Leave a Comment

error: Content is protected !!