ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓୟୁଡବ୍‌ଲ୍ୟୁଜେ ପକ୍ଷରୁ ରାଜ୍ୟସ୍ତରୀୟ ସାମ୍ବାଦିକ ମହାଧିବେଶନ ଓ ୭ମ ପ୍ଲାନେରୀ ସେସନ୍ ଅନୁଷ୍ଠିତ

ରାଉରକେଲା/ ଆଇଓୟୁଡବ୍‌ଲ୍ୟୁଜେ ସହବନ୍ଧିତ ଓୟୁଡବ୍‌ଲ୍ୟୁଜେ ପକ୍ଷରୁ ରାଜ୍ୟସ୍ତରୀୟ ସାମ୍ବାଦିକ ମହାଧିବେଶନ ଓ ୭ମ ପ୍ଲାନେରୀ ସେସନ୍ ଗତ ୨୨ ତାରିଖ ଦିନ ଝାରସୁଗୁଡାର ହୋଟେଲ କିଙ୍ଗ୍ ପ୍ୟାଲେସ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ଗଣତାନ୍ତ୍ରିକ ବ୍ୟବସ୍ଥାରେ ସୁସ୍ଥ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସାମ୍ବାଦିକମାନେ ବାସ୍ତବରେ ସମାଜ ସୁଧାରକ ଓ ଯୋଦ୍ଧା । ସାମ୍ବାଦିକମାନେ ଐକ୍ୟବଦ୍ଧ ହେଲେ, ସେମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଏଥିରେ ଝାରସୁଗୁଡା ଏଡିଏମ ପ୍ରବିର କୁୂମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ ତାଙ୍କ ବକ୍ତବ୍ୟ ପ୍ରସଙ୍ଗରେ କହିଲେ ଯେ, ସୂଚନା ପ୍ରଦାନ ଓ ସମାଜ ସଂସ୍କାର କ୍ଷେତ୍ରରେ ସାମ୍ବାଦିକମାନେ ଗୁରୁ ଦାୟିତ୍ୱ ବହନ କରିଆସୁଛନ୍ତି । ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସେମାନେ ସେତୁ ଭାବେ କାର୍ଯ୍ୟ କରୁଛନ୍ତି । ସାମ୍ବାଦିକମାନଙ୍କର ଯଦିଓ ବିଭିନ୍ନ ସମସ୍ୟା ରହିଛି ତଥାପି ସେମାନେ ଲୋକଙ୍କ ହିତ ପାଇଁ ନିଜ ଜୀବନକୁ ଜଳାଞ୍ଜଳି ଦେଇ କାର୍ଯ୍ୟ କରିଚାଲିଛନ୍ତି । ଏଣୁ ସେମାନଙ୍କ ସମସ୍ୟା ଓ ଦାବି ପୂରଣ ହେବା ଉଚିତ୍ ବୋଲି ସେ ମତ ଦେଇଥିଲେ । ଆଇଓୟୁଡବ୍‌ଲ୍ୟୁଜେର ଜାତୀୟ ସଭାପତି ଡଃ ପୀତବାସ ମିଶ୍ର ଏଥିରେ ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବରେଣ୍ୟ ଅତିଥି ଭାବେ ଆଣ୍ଟି କରପ୍‌ସନ୍ ଫ୍ରଣ୍ଟ ଜାତୀୟ ସଭାପତି ଏମ.ପି. ନାଗର, ଆଇଓୟୁଡବ୍‌ଲ୍ୟୁଜେର ଜାତୀୟ ଉପସଭାପତି ସୁନିଲ କୁୂମାର ମିଶ୍ର, ଓୟୁଡବ୍‌ଲ୍ୟୁଜେର ରାଜ୍ୟ ସଭାପତି ଭାଗବତ ତ୍ରିପାଠୀ, ଓୟୁଡବ୍‌ଲ୍ୟୁଜେର ସାଧାରଣ ସଂପାଦକ ତପନ ମହାରଣ୍ୟ ଶର୍ମା, ରାଉରକେଲା ସଚେତନ ନାଗରିକ ମଂଚର ସାଧାରଣ ସଂପାଦକ ପି.ପି. ରାୟ, ବରିଷ୍ଠ ସାମ୍ବାଦିକ ସୁବାସ ପାଣିଗ୍ରାହୀ ପ୍ରମୁଖ ମଂଚାସୀନ ରହି ଉଦ୍‌ବୋଧନ ଦେଇଥିଲେ । ସାଂଗଠନିକ ସଂପାଦକ ଅର୍ଜୁନ ମୁଦୁଲି ଅତିଥିମାନଙ୍କ ପରିଚୟ ପ୍ରଦାନ କରି ସାମ୍ବାଦିକମାନଙ୍କ ଦାବି ଉପସ୍ଥାପନ କରିଥିଲେ । ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ଦାସ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଆୟୋଜିତ ଉତ୍ସବରେ ଗଣମାଧ୍ୟମର ଭୂମିକା ଓ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିବିଶେଷ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏହି ଅବସରରେ ସଂବର୍ଦ୍ଧିତ କରାଯାଇଥିଲା । ସେମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଜୀବନ ମହାନ୍ତି, ପ୍ରତାପ ବେହେରା, ତପସ୍ୱୀଲାଲ ତିୱାରୀ, ସୁବ୍ରତ କୁମାର ବର୍ତ୍ତିଆ, ଅଜିତ୍ ରଥ, ଗଜେନ୍ଦ୍ର କୁମାର ମହାନ୍ତି, ପ୍ରଶାନ୍ତ କୁମାର ବିଶୋଇ, ତରୁଣ କୁମାର ମହାପାତ୍ର, ପି. ରାମମୋହନ ରାଓ, ଭି. ରମେଶ ମୁଦାଲିର, କୁଞ୍ଜବିହାରୀ ରାଉତ ମୀନକେତନ ବିଶ୍ୱାଳ, ରବିନ୍ଦ୍ର କୁମାର ମହାନ୍ତି, ଅକ୍ଷୟ ଧଳ, ଅନିଲ ଭଗତ, ଅମର ବିର୍ମା, ଆଶିଷ ନାଥ, ମାୟାଧର ବେହେରା, ରମା ଶଙ୍କର ପାତ୍ର, ଅନିଲ ସାହୁ, କୌବଲ୍ୟ ମିଶ୍ର, ଡଃ ପ୍ରକାଶ ରାଣା, ରବି କୁମାର ଯାଦବ, ବିରଞ୍ଚି ନାରାୟଣ ମିଶ୍ର, କୁନିଆ ବାରିକ ପ୍ରମୁଖଙ୍କୁ ସଂବର୍ଦ୍ଧିତ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଓୟୁଡବ୍‌ଲ୍ୟୁଜେର ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଥିଲା । ନିର୍ବାଚନ ଅଧିକାରୀ ମୁରଲୀଧର ମିଶ୍ର ନୂତନ କର୍ମକର୍ତ୍ତାମାନଙ୍କ ନାମ ଘୋଷଣା କରିଥିଲେ । ୟୁନିଅନ୍‌ର ସମସ୍ତ କର୍ମକର୍ତ୍ତା ସଦସ୍ୟସଦସ୍ୟା ଓ ବୈଦ୍ୟୁତିକ ଓ ପ୍ରିଣ୍ଟ ମିଡିଆର ଗଣମାଧ୍ୟମ ପ୍ରତିନିଧିମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

କୁନା ସେଠୀ ଙ୍କ କବିତା ସ୍ମୃତି ର କାରୀଗର

Sunil Chandra Nayak

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ପଦ୍ମଶ୍ରୀ ବୀଣାପାଣି ମହାନ୍ତି ଙ୍କ ସ୍ମୃତି ରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

Sunil Chandra Nayak

କର୍ଲାମୁଣ୍ଡାରେ ଭାରତ ବନ୍ଦ ର ଆଂଶିକ ପ୍ରଭାବ

Sunil Chandra Nayak

Leave a Comment

error: Content is protected !!