ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ମୋ ଗ୍ରାମ ମୋ ବ୍ୟାଙ୍କ କାର୍ଯ୍ୟକ୍ରମ

ରାଉରକେଲା/ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ମୋ ଗ୍ରାମ ମୋ ବ୍ୟାଙ୍କ କାର୍ଯ୍ୟକ୍ରମ ବଣେଇଁ ବ୍ଲକର ବାବୁନୁଆଗାଁ ଠାରେ କୃଷକଙ୍କ ନିମନ୍ତେ କରାଯାଇଥିଲା। ଷ୍ଟେଟ ବ୍ୟାଙ୍କ ର ବଣେଇ ଶାଖା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବଣେଇ ଓ ଗୁରୁଣ୍ଡିଆ ବ୍ଲକର କୃଷି, ଓଡିଶା ସରକାରଙ୍କ ଜୀବିକା ମିଶନ ର ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ଥିଲେ। ଷ୍ଟେଟ ବ୍ୟାଙ୍କ ର ଆଞ୍ଚଳିକ ପ୍ରବନ୍ଧକ ଅଜୟ କୁମାର ନାୟକ, ସ୍ଥାନୀୟ ସରପଞ୍ଚ ଉଗ୍ରେସନ କିଶାନ,ବ୍ୟାଙ୍କର ମୁଖ୍ୟ ପରିଚାଳକ (ଋଣ)ଜିତେନ୍ଦ୍ର ପ୍ରଧାନ, ବ୍ୟବସାୟ ସମୃଦ୍ଧି ଅଧିକାରୀ ଶଙ୍କର୍ଷଣ ପ୍ରଧାନ, ବଣେଇ ଶାଖାର ମୁଖ୍ୟ ପରିଚାଳକ କର ହିଆଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଚାଷୀ ଓ ସ୍ବୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନଙ୍କୁ ସଚେତନତା ସହ ସେମାନଙ୍କ ସମସ୍ୟା ସମାଧାନ ଦିଗରେ ସହଯୋଗ କରିଥିଲେ। ଏହି ଅବସରରେ ପ୍ରାୟ ୧୫୦ ଚାଷୀ ଓ ୨୦୦ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ୨୦ଟି କିଷାନ କ୍ରେଡିଟ୍ କାର୍ଡ,୧୫ଟି ନୂତନ ସ୍ବୟଂ ସହାୟକ ଗୋଷ୍ଠୀକୁ ପ୍ରାୟ ୬୧ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ୬ ଜଣ ଜୈବିକ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ମାଟ୍ରିକରେ ୯୦ପ୍ରତିଶତରୁ ଅଧିକା ନମ୍ବର ରଖିଥିବା ୩ଜଣ ଏବଂ ହକି ଓ କଡାକଡି ଖେଳାଳି ୨ଜଣଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ସାମାଜିକ ସୁରକ୍ଷା ଆଧାରିତ ଯୋଜନା ଗୁଡିକ ମଧ୍ୟରୁ ପିଏମଏସବିୱାଇ,ପିଏମଜେଜେବିୱାଇ,ଏପିୱାଇ,ପିଏମ୍ଏଫବିୱାଇ ତଥା ସାଇବର ଅପରାଧ ସଂପର୍କରେ ସଚେତନ କରାଯାଇଥିଲା। କୃଷି ବିଭାଗର ପ୍ରତିନିଧି ମାନେ ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ବୁଝାଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଲଗାଣ ବର୍ଷା ରେ କାନ୍ଥ ପଡି ମହିଳାଙ୍କ ମୃତ୍ୟୁ

Sunil Chandra Nayak

ଟ୍ରକ ବାଇକ ଧକ୍କା ଦୁଇ ଗୁରୁତର ଆହତ

Sunil Chandra Nayak

ଢେଙ୍କାନାଳ ଥିଙ୍କର୍ସ ଫୋରମ ର କାର୍ଯ୍ୟକାରିଣୀ ବୈଠକ ଏବଂ ଢେଙ୍କା ପୀଢ଼ ରେ ପୂଜା ଅର୍ଚ୍ଚନା

Leave a Comment

error: Content is protected !!