ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତାଏକ୍ୱାଣ୍ଡୋ କଲର୍ ବେଲ୍ଟ ଗ୍ରେଡ଼ିଂ ଟେଷ୍ଟିଂ ସଂପନ୍ନ

ରାଉରକେଲା/ ଓଡିଶା ତାଏକ୍ୱାଣ୍ଡୋ ୟୁନିଅନ ଦ୍ଵାରା ଛାତ୍ରଛାତ୍ରୀଙ୍କ କଲର୍ ବେଲ୍ଟ ପ୍ରୋମୋସନ ଟେଷ୍ଟ୍ ରାଉରକେଲା ସ୍ଥିତ ସିଭିଲ ଟାଉନସିପ ଠାରେ ଇଣ୍ଡିଆନ୍ ତାଏକ୍ୱାଣ୍ଡୋ ୟୁନିଅନର ମୁଖ୍ୟ କାର୍ଯ୍ୟାଳୟରେ ସେକ୍ରେଟାରୀ ଜେନେରାଲ ମାଷ୍ଟର ମୁକେଶ କୁମାର ସାହୁଙ୍କର ତତ୍ୱାବଧାନରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅତିଥିରୂପେ ରାଉରକେଲା ଜାଗରଣ ମଞ୍ଚର ଅଧ୍ୟକ୍ଷ ଅମିତାଭ ସାମଲ ଏବଂ ଅବସରପ୍ରାପ୍ତ ଆଡିସନାଲ୍ ଏସ୍.ପି. ଡ.ସୁମନ ଦତ୍ତ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ କହିଥିଲେ ଯେ ଆଜିକାର ଅସୁରକ୍ଷିତ ପରିସ୍ଥିତିରେ ପିଲାମାନଙ୍କୁ ଆତ୍ମରକ୍ଷା କୌଶଳର ପ୍ରଶିକ୍ଷଣ ନେବା ନିହାତି ଜରୁରୀ, ଯାହା ଦ୍ଵାରା ସେମାନେ ଆପଦକାଳୀନ ସମୟରେ ନିଜର ସୁରକ୍ଷା ନିଜେ କରି ପାରିବା ସହ ଅନ୍ୟ ମାନଙ୍କୁ ସୁରକ୍ଷା ପ୍ରଦାନ ଦେଇ ପାରିବେ l ଏହା ସହିତ ଅତିଥି ଦ୍ବୟ ପିଲାମାନଙ୍କୁ ଵେଲ୍ଟ ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ l ଏହି ଟେଷ୍ଟରେ ରାଉରକେଲା ଓ ବିରମିତ୍ରପୁର ଅଂଚଳର ହାରାହାରି ୪୫ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସେଥି ମଧ୍ୟରୁ ୨୦ ଜଣ ୟେଲ୍ଲୋ , ୫ ଜଣ ଗ୍ରୀନ୍ , ୮ ଜଣ ଗ୍ରୀନ୍ ୱାନ୍, ଜଣେ ବ୍ଲୁ, ଜଣେ ରେଡ୍ ଏବଂ ୨ ଜଣ ରେଡ୍ ୱାନ୍ ବେଲ୍ଟ ଟେଷ୍ଟ ପାସ୍ କରି କୃତିତ୍ୱର ହାସଲ କରିପାରିଥିଲେ । ଏହି କାର୍ଯ୍ୟକ୍ରମ କୁ ସଫଳ କରାଇବାରେ ମୁଖ୍ୟ କୋଚ୍ ମାଷ୍ଟର ମୁକେଶ କୁମାର ସାହୁ ( ପଞ୍ଚମ ଡନ ବ୍ଲାକ ବେଲ୍ଟ୍ ଅଧିକାରୀ ) ଏବଂ ସହକର୍ମୀ ତଥା ସହାୟକ କୋଚ୍ ଭାବେ ଆନନ୍ଦ କୁମାର ସୁନା, ପ୍ରଶାନ୍ତ କୁମାର ଗଞ୍ଜୁ, ତନିଶା ଇନ୍ଦୁଆର , ଗୌତମ ସିଂ, ସମୀର କୁମାର ଲୁଗୁନ, ସୁନିତା ପତି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ଆସିଛି ପହିଲି ରଜ

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ଭାତ

Sunil Chandra Nayak

ଗନ୍ଦିଆ ଶିଶୁ ବିଦ୍ୟା ମନ୍ଦିର ରେ ବାର୍ଷିକ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!