ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହାମହିମ ରାଷ୍ଟ୍ରପତି ଙ୍କ ଶପଥ ପାଠ ମହୋତ୍ସଵକୁ ସ୍ମରଣୀୟ କରିବା ପାଇଁ ବିଦ୍ୟାଳୟ ମାନଙ୍କରେ ବିଭିନ୍ନ କାର୍ଯ୍ୟକ୍ରମ

ଡାବୁଗାଁ –; ୨୫/୭ – ନବରଙ୍ଗପୁର ଜିଲା ଅନୁସୁଚୀତ ଜାତି ଓ ଜନଜାତି ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ଡାବୁଗାଁ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଭା ଗୃହରେ ସୋମବାର ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ଶପଥପାଠ ମହୋତ୍ସବ କୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଦିନ ତମାମ ଅନୁଷ୍ଟିତ ହୋଇଯାଇଛି । କାର୍ଯ୍ୟକ୍ରମ ମଧ୍ୟ ରେ ଭାଷଣ ପ୍ରତିଯୋଗିତା- ଆମର ଗର୍ବ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ପ୍ରବନ୍ଧ ଲିଖନ-ସ୍ଵାଧିନ ଭାରତର ଜନଜାତିର କଳା ପ୍ରଦର୍ଶନ, ଚିତ୍ରାଙ୍କନ-ଆମ ଜନଜାତି ସଂସ୍କୃତି, ସଂଗୀତ- ଲୋକଗୀତ, ନୃତ୍ୟ, ଓଡିଶାର ଆଦିବାସୀ ସ୍ଵାଧିନତା ସଂଗ୍ରାମୀ ମାନଙ୍କ ଭିଡିଓ ପ୍ରଦର୍ଶନ କରାଯାଇଥିଲା । ପ୍ରତ୍ୟେକ ଇଭେଣ୍ଟରେ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରୀ ଛାତ୍ର ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଉକ୍ତ ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ସ୍ଵାଇଁ ଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ଶିକ୍ଷୟତ୍ରୀ ଆରତି ବିଷୋଇ, ରଶ୍ମିରଞ୍ଜିତା ନାୟକ, ରଶ୍ମିରାଣୀ ପଣ୍ଡା, ସୁଦେସ୍ନା ଜତି, କଳ୍ପନା ଉଥାନ ସିଙ୍ଗ, ସୁନାମଣି ପୁଝାରି, ବୀନିତା ଠାକୁର, ଇତିଶ୍ରୀ ପ୍ରଧାନ, କେ. ଦମୟନ୍ତି ଦୋରା, ଶିକ୍ଷକ ମହେଶ୍ଵର ନାଥ, ଜ୍ଞାନ ରଞ୍ଜନ ବେହେରା, ସୌମ୍ୟ କୁମାର ନାୟକ, ୱ୍।ଡେନ ଓ ସମସ୍ତ କର୍ମଚାରୀ ଙ୍କ ସହଜୋଗରେ ସରସ ସୁନ୍ଦର ହୋଇପାରିଥିଲା । ଡାବୁଗାଁ ବ୍ଲକ ଅଧୀନ ବଡଓଲମା ଆଶ୍ରମ ବିଦ୍ୟାଳୟ, ବୋରିପଦର ଆଶ୍ରମ ବିଦ୍ୟାଳୟ ଗୁଡିକରେ ଏପରି କାର୍ଯ୍ୟକ୍ରମ କରାଯାଇଥିଲା | ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

କଣ୍ଠ ଶିଳ୍ପୀ ଅକ୍ଷୟ ମହାନ୍ତିଙ୍କୁ ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ଗସ୍ତରେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା

ଲତା ବେହେରା  ଙ୍କ କବିତା ଅତୀତ

Sunil Chandra Nayak

Leave a Comment

error: Content is protected !!