ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୁଣି ଖଟିଆରେ ବୁହାହେଲେ ପ୍ରସୂତି ମହିଳା

ସାଂସଦ ବିଧାୟକ ଙ୍କ ନିଜ ପଞ୍ଚାୟତ ରେ ଜନନୀ ଯନ୍ତ୍ରଣା , ଫେଲ ମାରିଛି ସରକାରୀ ଯୋଜନା

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଜନନୀ ଯନ୍ତ୍ରଣା ଥମିବାର ନାଁ ନେଉ ନାହିଁ।ଗତ ସପ୍ତାହ ରେ ଏହି ବ୍ଲକ୍ ର ଗୋର ଖରିଆ ଗ୍ରାମରୁ ଜନନୀ ଯତ୍ରଣା କରୁଣ ଚିତ୍ର ଲୋକ ଲୋଚନକୁ ଆସିଥିବା ବେଳେ ପୁଣି ଏକ କରୁଣ ଚିତ୍ର ସାମନାକୁ ଆସିଛି ।ଏଥର କିନ୍ତୁ କୌଣସି ଉପାନ୍ତ ଅଞ୍ଚଳ କି କୌଣସି ଜଙ୍ଗଲି ଗ୍ରାମରେ ଏହା ଘଟିନି।ଏଭଳି ଦୃଶ୍ୟ ଦେଖିବାକୁ ଖୋଦ୍ ସାଂସଦ ରମେଶ ମାଝୀ ଓ ବିଧାୟକ ପ୍ରକାଶ ମାଝୀ ଙ୍କ ନିଜ ପଞ୍ଚାୟତ ଧୋଡିପାଣି ପଞ୍ଚାୟତ ର ଲୁହା ବେହେଲି ଗ୍ରାମର ଭୋଇ ପଡ଼ା ସାହି ରୁ। ଆଜି ଲୁହା ବେହେଲି ଗ୍ରାମର ଯଶୋବନ୍ତ ମାଝୀ ଙ୍କ ସ୍ତ୍ରୀ ତପସ୍ଵିନୀ ମାଝୀ ଙ୍କ ପ୍ରସବ ବେଦନା ହେବାରୁ ପରିବାର ତରଫ ରୁ ୧୦୨ ଆମ୍ବୁଲାନ୍ସ କୁ ଯୋଗାଯୋଗ କରାଯାଇଥିଲା।ତେବେ ରାସ୍ତା ଖରାପ୍ ରୁ ଆମ୍ବୁଲାନ୍ସ ପଡ଼ା ପାଖକୁ ଯାଇ ନ ପାରି ୧ କିମି ଦୂର ଲୁହାବେହେଲି ଠାରେ ଅଟକି ରହିଥିଲା ।ଏହା ପରେ ପରିବାର ଲୋକେ ବାଧ୍ୟ ହୋଇ ଏକ ଡୋଳା ସହାୟତା ଆମ୍ବୁଲାନ୍ସ ନିକଟ କୁ ଆଣି ସ୍ଥାନୀୟ ଚନ୍ଦାହାଣ୍ଡି ହସ୍ପିଟାଲ୍ ରେ ଭର୍ତି କରିଥିଲେ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମହିଳା ସଶକ୍ତିକରଣ ନାଁ ରେ ବିଭିନ୍ନ ସ୍ଲୋଗାନ ଦେଇ ବିକାଶ ର ଡିଣ୍ଡିମ ପିଟୁ ଥିବା ବେଳେ ସରକାର ଙ୍କ ସବୁ ଯୋଜନା ଯେ ଏଠାରେ ଫେଲ ମାରିଛି। ଗ୍ରାମାଞ୍ଚଳ ର ରାସ୍ତା ନିର୍ମାଣ କରିବା ନିମନ୍ତେ ସରକାର୍ କୋଟି କୋଟି ଟଙ୍କା ବିଭିନ୍ନ ଯୋଜନା ରୁ ବ୍ୟୟ ବରାଦ କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ଯେ ଚନ୍ଦା ହାଣ୍ଡି ବ୍ଲକ୍ ର ଗ୍ରାମାଞ୍ଚଳ ରେ ବିକାଶ ଅପହଞ୍ଚ ହୋଇ ରହିଛି, ତାହା ଏହି ଚିତ୍ର ରୁ ସ୍ପଷ୍ଟ ହୋଇ ପଡ଼ିଛି। ଅନ୍ୟ ପକ୍ଷରେ ଖୋଦ୍ ସାଂସଦ ରମେଶ ମାଝୀ ସେହି ପଞ୍ଚାୟତ ରୁ ସମିତି ସଭ୍ୟ ଭାବେ ନିଜର ରାଜନୈତିକ ଜୀବନ ଆରମ୍ଭ କରି ନିଜର ୨୦ ବର୍ଷ ରୁ ଉର୍ଦ୍ଧ ରାଜନୈତିକ କାଳ ମଧ୍ୟରେ ବିଧାୟକ ମନ୍ତ୍ରୀ ଓ ବର୍ତ୍ତମାନ ସାଂସଦ ରହି ଥିବା ଓ ବର୍ତ୍ତମାନ ତାଙ୍କ ସାନ ଭାଇ ପ୍ରକାଶ ମାଝୀ ନିଜେ ବିଧାୟକ ରହିଥିବା ବେଳେ ଯଦି ତାଙ୍କ ନିଜ ପଞ୍ଚାୟତ ର ଏଭଳି ଚିତ୍ର ଆସୁଛୁ ତେବେ ଅନ୍ୟ ଅଞ୍ଚଳ ର ବିକାଶ ର ଚିତ୍ର ନ କହିବା ଭଲ।ସେହିଭଳି ନବରଙ୍ଗପୁର ଜିଲ୍ଲା କୁ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା ରେ ସାମିଲ କରା ଯାଇଥିବା ନେଇ ବାହସ୍ପଟ ମାରିଥିବା ବେଳେ ସାଂସଦ ବିଧାୟକ ଙ୍କ ନିଜ ପଞ୍ଚାୟତ ର ଏଭଳି ଦାରୁଣ ଜନନୀ ଯତ୍ରଣା ସବୁ ଯୋଜନା କୁ ପାଣି ଫୁଟୁକା ଭଳି ମିଳେଇ ଦେଇଛି।ଅନ୍ୟ ପକ୍ଷରେ ଏହି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ଦେଇ ପିସିସି ସମ୍ପାଦକ କ୍ଷେମରାଜ ବାଘ ବର୍ତ୍ତମାନ ଚନ୍ଦା ହାଣ୍ଡି ବ୍ଲକ ଜନନୀ ଯନ୍ତ୍ରଣା ନିମନ୍ତେ ପରିଚିତ ହେଉଛି।ଏଇଠି ସଂଖ୍ୟାଧିକ ଗ୍ରାମକୁ ବର୍ଷା ଦିନ ଆସିଲା ପରେ ପାଦ ଚଲା ରାସ୍ତା ଖଣ୍ଡେ ମଧ୍ୟ ନାହିଁ।ଯଦି ସାଂସଦ ବିଧାୟକ ଙ୍କ ନିଜ ଗାଁ ନିଜ ପଞ୍ଚାୟତ ରୁ ଏଭଳି ଯମ ଯନ୍ତ୍ରଣା ଲୋକ ଭୋଗ କରୁଛନ୍ତି ତେବେ ସାଂସଦ ବିଧାୟକ କେଉଁ କାମ ରେ ବୋଲି ଏ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ଗରମ ଚା ରେ ପଡି ଶିଶୁ ଗୁରୁତର, ଭବାନୀପାଟଣା ଡାକ୍ତରଖାନା ସ୍ଥାନାନ୍ତର

Sunil Chandra Nayak

ପ୍ରତି ହୃଦୟରେ ତ୍ରିରଙ୍ଗା ଉଡୁ

Sunil Chandra Nayak

ବେଆଇନ କରତକଳ ଊପରେ ବନବିଭାଗର ଚଢ଼ାଉ

Leave a Comment

error: Content is protected !!