ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

କୋକସରା,୨୫/୭- ( ମ ନି ସ ) କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡି ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବାପରେ କୋକସରା ବ୍ଲକରେ ଅନୁଷ୍ଠିତ ଜନ ଶୁଣାଣି ଶିବିରରେ ଯୋଗଦାନ କରିଛନ୍ତି। ଜନ ଶୁଣାଣି ଶିବିରରେ ଯୋଗ ଦେବା ପୂର୍ବରୁ କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ୫ଟି ରୂପାନ୍ତରିତ ସ୍ମାର୍ଟ ବିଦ୍ୟାଳୟକୁ ଗସ୍ତ କରି ଭିତ୍ତିଭୂମି ପରଖିଛନ୍ତି। ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଓପିଡ଼ି, ଔଷଧ ପ୍ରଦାନ କେନ୍ଦ୍ର, ପରୀକ୍ଷାଗାର, ପ୍ରସୂତି ମହିଳା ୱାର୍ଡ, ରୋଗୀ ୱାର୍ଡ ,ଶୌଚାଳୟ ବୁଲି ଦେଖିଥିଲେ ଓ ପରିବେଶ ସ୍ୱଚ୍ଛତାରେ ଅନିୟମିତତା ପରିଲକ୍ଷିତ କରି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ ଓ ବିପିଏମ ମାନସ ନୟନ ସ୍ୱାଇଁ ଙ୍କୁ ତାଗିଦ୍ କରିଥିବା ଜଣାପଡ଼ିଛି । ପରେ ୫ଟି ରେ ରୂପାନ୍ତରିତ କୋକସରା ଜବାହର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ସ୍ମାର୍ଟ କ୍ଳାସରୁମ ରେ ପଢ଼ୁଥିବା ଛାତ୍ରଛାତ୍ରୀ ଙ୍କୁ ସ୍ମାର୍ଟ ସ୍କୁଲର ଶୈକ୍ଷିକ ବାତାବରଣ ଓ ପରିବେଶ ଉପରେ କିଛି ପ୍ରଶ୍ନ କରିଥିଲେ। ପରେ କୋକସରା ବ୍ଲକ ସଭାଗୃହରେ ଅନୁଷ୍ଠିତ ଜନ ଶୁଣାଣି ଶିବିରରେ ଯୋଗଦେଇ କୋକସରା ବ୍ଲକ ର ୨୨ ପଞ୍ଚାୟତର ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ଏହା ଉପରେ ଆବଶକ୍ୟ ପଦକ୍ଷେପ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଅଭିଯୋଗ ଶୁଣାଣୀ ଶିବିରରେ ବହୁ ସଂଖ୍ୟକ ହିତାଧିକାରୀ ଆବାସ ଘର ପାଇଁ ଆବେଦନ କରିଛନ୍ତି।ଏହା ବ୍ୟତୀତ ଜମିବାଡ଼ି ପଟ୍ଟା, ବାର୍ଦ୍ଧକ୍ୟ ଭତ୍ତା, ପିଡ଼ିଏସ, ରାସ୍ତାଘାଟ, ଡ୍ରେନେଜ ବ୍ୟବସ୍ଥା, ବନ୍ଦ ହୋଇଥିବା ପ୍ରାଥମିକ ସ୍କୁଲ ଗୁଡିକୁ ପୁନର୍ବାର ଖୋଲାଯିବା ପାଇଁ ଜନସାଧାରଣ ମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଶିବିରରେ ଧର୍ମଗଡ ଉପ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ବ୍ଲକ ଅଧ୍ୟାକ୍ଷା ରୀତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ତହସିଲଦାର ମନୋଜ କୁମାର ପାଢୀ, ଅତିରିକ୍ତ ତହସିଲଦାର କମଳାସନ ରଥ, କୋକସରା ବିଡ଼ିଓ ମନୀଷା ଦାସ, ସମେତ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବିଭାଗରୁ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଜନଶୁଣାଣୀ ଶିବିରରେ ମୋଟ ୪୩୮ ଅଭିଯୋଗର ଶୁଣାଣି ହୋଇଥିବା ସୁଚନା ମିଲିଛି। କୋକସରା ବ୍ଲକ ବିଏସଏସଓ ଦୀପକ ବେହେରା, ଜିପିଇଓ ନାରାୟଣ ଭୋଇ ସମେତ ପିଇଓ ଓ କର୍ମଚାରୀ ମାନେ ଶିବିର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

Related posts

ଦିନରେ ଅଙ୍ଗନବାଡ଼ି ରାତିରେ ଗୁହାଳ

Sunil Chandra Nayak

ଚନ୍ଦ୍ରକଳା ଦେବୀ ଙ୍କ କବିତା ରାମ ବନବାସ

Sunil Chandra Nayak

କମଳ ମଣ୍ଡଳ ସାଂସ୍କୃତିକ ଅନୁଷ୍ଠାନରେ କବି ଗଙ୍ଗାଧର ମେହେର ଆଲୋଚନା

Sunil Chandra Nayak

Leave a Comment

error: Content is protected !!