ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାଜପା ଜିଲ୍ଲା ଶିକ୍ଷା ପ୍ରକୋଷ୍ଠ ର ପ୍ରଥମ କାର୍ଯ୍ୟକାରିଣୀ ବୈଠକ

୧୨ ଦଫା ଚିଠା ପ୍ରସ୍ତାବ ଆଗତ

ଧର୍ମଗଡ:୨୬/୭/୨୨: କଳାହାଣ୍ଡି ଜିଲ୍ଲା ଭାଜପା ଜିଲ୍ଲା ଶିକ୍ଷା ପ୍ରକୋଷ୍ଠ ର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ହୋଟେଲ ରାଜ ପରିସର ରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ଶିକ୍ଷା ପ୍ରକୋଷ୍ଠ ସଂଯୋଜକ ତଥା ସାଂସଦ ପ୍ରତିନିଧି ଜଗବନ୍ଧୁ ମିଶ୍ର ଙ୍କ ଆବାହନ ରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବ ଜିଲ୍ଲା ସଭାପତି ଧନଞ୍ଜୟ ପାତ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପଟ୍ଟଯୋଷୀ, ଜିଲ୍ଲା ଉପସଭାପତି ଲକ୍ଷ୍ମୀ କାନ୍ତ ବାଗ, ନଗର ସଭାପତି ହରେକୃଷ୍ଣ ପଣ୍ଡା, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ । କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ବ୍ଲକ ରୁ ଅବସର ପ୍ରାପ୍ତ ଶିକ୍ଷାବିତ ମାନଙ୍କୁ ନେଇ ଜିଲ୍ଲା କାର୍ଯ୍ୟକାରିଣୀ କମିଟି ଗଠନ ହୋଇଥିଲା । ଶିକ୍ଷା ବ୍ୟବସ୍ଥା ରେ ଥିବା ବିଭିନ୍ନ ସମସ୍ୟା କୁ ନେଇ ଏକ ୧୨ ଦଫା ସମ୍ବଳିତ ରାଜନୈତିକ ଚିଠା ପ୍ରସ୍ତାବ ଆଗତ ହୋଈ ସର୍ବ ସମ୍ମତି କ୍ରମେ ଗୃହୀତ ହୋଇଥିଲା । କଳାହାଣ୍ଡି ଜିଲ୍ଲା ର ପ୍ରାଥମିକ, ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକ ରେ ଖାଲି ଥିବା ଶିକ୍ଷକ ପଦ ପୁରଣ, ଜିଲ୍ଲା ରେ ଖାଲି ଥିବା ୬ ବିଇଓ ପଦବୀ ପୂରଣ, ଶିକ୍ଷକ କର୍ମଚାରୀ ଙ୍କୁ ପୂରାତନ ପେନସନ ବ୍ୟବସ୍ଥା ରେ ସାମିଲ କରିବା, ଅଣ ଅନୁଦାନ ପ୍ରାପ୍ତ ସ୍କୁଲ ରେ ଶିକ୍ଷକତା କରି ଅବସର ନେଇଥିବା ଶିକ୍ଷକ କର୍ମଚାରୀ ଙ୍କୁ ୧୦ଲକ୍ଷ ପ୍ରଶୋହନ ରାଶି ପ୍ରଦାନ, ଛାତ୍ର ଛାତ୍ରୀ ଙ୍କୁ ଉନ୍ନତ ମାନର ମଧ୍ୟାହ୍ନ ଭୋଜନ ଓ ପୋଷାକ ଯୋଗାଣ , ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକ ରେ ଯୁକ୍ତ ଦୁଇ ଓ ଧନ୍ଦା ମୂଳକ ଶିକ୍ଷା କୁ ସାମିଲ କରିବା ଆଦି ଦାବୀ ଉପସ୍ଥିତ ଥିଲେ ରଖା ଯାଇଛି । ରାଜ୍ୟ ସରକାର ଏହା ଉପରେ ପଦକ୍ଷେପ ନେବା ପାଇଁ ଜିଲ୍ଲା ଶିକ୍ଷା ପ୍ରକୋଷ୍ଠ ପକ୍ଷ ରୁ ଏହି ଅବସର ରେ ଦାବୀ କରାଯାଇଛି । କାର୍ଯ୍ୟକ୍ରମ କୁ ଗଣେଷ ରାଉତ ସଂଯୋଜନା କରିଥିବା ବେଳେ ଡମ୍ବରୁଧର ଠାକୁର ସହାୟତା କରିଥିଲେ । ଅନ୍ୟମନଙ୍କ ମଧ୍ୟ ରେ ବରିଷ୍ଠ କାର୍ଯ୍ୟ କର୍ତ୍ତା ଦିଗସନ ମଙ୍ଗରାଜ, ଅପରେଶ ସ୍ଵାଇଁ, ଘନଶ୍ୟାମ ଭାଟି, ହିମାଂଶୁ ପଣ୍ଡା, ଘନଶ୍ୟାମ ଅଗ୍ରୱାଲ, ହେମନ୍ତ ମାଝୀ, କାଉନସିଲର ପ୍ରବୀଣ ପଣ୍ଡା, ଜିତୁ ବାଗ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ବିରଞ୍ଚି ନାରାୟଣ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ଜ଼ିଲ୍ଲା ବିଜୁ ମହିଳା ମୋର୍ଚ୍ଚା ତରଫରୁ ସରବତ ପାଣି ବଣ୍ଟନ

ରଙ୍ଗାପାରୁ ଘଟଣା ସମ୍ପର୍କରେ ଜିଲ୍ଲା ପ୍ରଶାସନ ର ତଦନ୍ତ ଶିଥିଳତା କୁ ନେଇ ଭାରତୀୟ ଯୁବମୋର୍ଚ୍ଚା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ  

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ମୋ ଘର ରାଜନୀତି

Sunil Chandra Nayak

Leave a Comment

error: Content is protected !!