ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ୟାଙ୍କ ରୁ ତାଲା ଭାଙ୍ଗି ଚୋରି

ନବରଙ୍ଗପୁର– ତାଲା ଭାଙ୍ଗି ବ୍ୟାଙ୍କ ରୁ ଚୋରି ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଡଙ୍ଗରଭେଜା ସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ନନ୍ଦାହାଣ୍ଡି ଶାଖା ମୁଖ୍ୟ ଫାଟକ ତାଲା ଭାଙ୍ଗି ଚୋରି । ବ୍ୟାଙ୍କ ର ଫାଟକ ତାଲା ଭାଙ୍ଗିଛି ବାଇକ ଚୋରି ହୋଇଛି । ପ୍ରତିଦିନ ଭଳି ଗତକାଲି ସଠିକ ସମୟ ରେ ବ୍ୟାଙ୍କ ବନ୍ଦ କରିଥିଲେ । ଏବଂ ଆଜି ସକାଳୁ ବ୍ୟାଙ୍କ ଖୋଲିବା ପାଇଁ ଆସିବା ବେଳେ ବ୍ୟାଙ୍କ ର ସମୁଖର ମୁଖ୍ୟ ଫାଟକ ତାଲା ଭାଙ୍ଗି ଥିବା ଦେଖିବାକୁ ପାଇଥିଲେ । ଏବଂ ବ୍ୟାଙ୍କ ପରିସର ରେ ଥିବା ବାଇକ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ । ଏନେଇ ଡଙ୍ଗରଭେଜା ଫାଣ୍ଡି ରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ସନ୍ଧାନୀ କୁକୁର ସହିତ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ସମୟରେ ଲକର ରୁମ କାନ୍ଥ ଖୋଲାଯାଇଥିବା ଜଣାପଡିଥିଲା । ତେବେ ରାତିରେ ବ୍ୟାଙ୍କ ଭିତରେ ରଖିଥିବା ବ୍ରାଞ୍ଚ ମ୍ୟାନେଜର ଙ୍କ ବାଇକ ହିଁ କେବଳ ଚୋରି ହୋଇଥିବା ମ୍ୟାନେଜର ସୂଚନା ଦେଇଛନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା

ନିୟୁଜ।

Related posts

ରାଜ୍ୟର ୬୦୦ ଡିଗ୍ରି କଲେଜରେ ନାହାନ୍ତି ଅଧ୍ୟକ୍ଷ, କାମଚଳା ଅଧ୍ୟକ୍ଷରେ ଚାଲିଛି କଲେଜ

Sunil Chandra Nayak

ଚୈତନ୍ୟ ହେମ୍ବ୍ରମ ପାଇଁ ସାହାଯ୍ୟର ହାତ ବଢ଼ାଇଲା ଗିଭିଂ ହେପିନେସ୍ ସଂଗଠନ

ଶ୍ରୀ ଶ୍ରୀ ବାବା ପାଖଣାପାଟ ପ୍ରସିଦ୍ଧ ଯାନ୍ତାଳ ମେଳାରେ ହଜାର ଶ୍ରଦ୍ଧାଳୁଙ୍କ ସମାଗମ

Sunil Chandra Nayak

Leave a Comment

error: Content is protected !!