ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ନୂଆପଡ଼ାରେ ବ୍ୟାପିଲା ଡାଇରିଆ : ଜଣଙ୍କର ମୃତ୍ୟୁ, ୧୯ରୁ ଅଧିକ ଆକ୍ରାନ୍ତ

ନୂଆପଡା -: ରାୟଗଡା କାଶୀପୁର, କୋରାପୁଟ ଓ ନବରଙ୍ଗପୁର ପରେ ନୂଆପଡ଼ାରେ ବ୍ୟାପିବାରେ ଲାଗିଛି ଡାଇରିଆ । କୋମନା ବ୍ଲକ ଜଟଗଡ଼ ଗାଁରେ ବଢ଼ିବାରେ ଲାଗିଛି ଡାଇରିଆ ରୋଗୀଙ୍କ ସଂଖ୍ୟା । ଝାଡ଼ାବାନ୍ତିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଉଣେଇସି ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଥିବା ସୂଚନା ମିଳିଛି । ପ୍ରଥମେ ଗତ ୧୯ ତାରିଖରୁ ଏହି ଗାଁରେ ଝାଡ଼ାବାନ୍ତି ହେଉଥିଲେ ହେଁ ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନବାଡି କର୍ମୀ ଙ୍କ କୌଣସି ପ୍ରକାର ସହଯୋଗ ରହି  ନଥିବାରୁ ଏହା ବଢ଼ିବଢି ଚାଲିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଗତକାଲି ସ୍ଥିତି ଅଣାୟତ ଏବଂ ରୋଗୀ ସଂଖ୍ୟା ବଢି ଯାଇଥିବା ରୁ ସ୍ୱାସ୍ଥ୍ୟ ବିଭାଗ ର ତତ୍ପରତା ଦେଖିବା କୁ ମିଳିଛି । ଗତ ରାତ୍ରି ସମୟ ରୁ ଗାଁରେ ଏକ ଡାକ୍ତରୀ ଦଳ ପହଂଚି ରୋଗୀ ଙ୍କୁ ଚିକିତ୍ସା ଚଲାଇଥିବା ବେଳେ ଜନ ସାଧାରଣ ଙ୍କୁ ସଚେତନ କରୁଛନ୍ତି । ବର୍ତ୍ତମାନ ଗାଁ ରେ ଡାକ୍ତରୀ ଦଳ ରହି ସ୍ଥିତି ର ଅନୁଧ୍ୟାନ କରୁଥିବା ବେଳେ ଗୁରୁତର ମାନଙ୍କୁ ରୋଗୀ ଙ୍କୁ ନୂଆପଡା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଥିବା ସୂଚନା ଦେଇଛନ୍ତି ଗାଁକୁ ଆସି ଚିକିତ୍ସା କରୁଥିବା ଡାକ୍ତର । ଗତକାଲି ଗୁରୁତର ଅବସ୍ଥାରେ ଲାଳଦେଇ ହଂସ ନାମକ ମହିଳାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ଚିକିତ୍ସାଧୀକାରୀ ସୋଭାରାଣୀ ମିଶ୍ର ।ଡାଇରିଆ ବ୍ୟାପିବା ର କାରଣ ଏଯାଏ ସ୍ପଷ୍ଟ ହୋଇନଥିବା ବିଶୁଦ୍ଧ ପାଣି ବୋଲି ପ୍ରାଥମିକ ତଦନ୍ତ ରୁ ଜଣା ପଡ଼ିଛି । ଏହି ଗାଁ ପ୍ରତି ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଚିକିତ୍ସା ସୁବିଧା ଯୋଗାଇ ଦେବା ଜରୁରୀ ହୋଇ ପଡିଛି । ଅନ୍ୟଥା ଡାଇରିଆ ରୋଗ ଜିଲ୍ଲା ବ୍ୟାପି ବ୍ୟାପିବା ର ଆଶଙ୍କା କୁ ଏଡାଇ ଦିଆ ଯାଇ ପାରିବ ନାହିଁ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଦଳେଇଗୁଡା ଏସଏସଡି ବାଳିକା ହାଇସ୍କୁଲ ଛାତ୍ରୀ ଅସୁସ୍ଥ ଘଟଣା, ମେଡିକାଲ ଟିମର ଉପସ୍ଥିତିରେ ସ୍ୱାସ୍ଥ୍ୟ ପରୀକ୍ଷା 

Sunil Chandra Nayak

ମାନସିକ ଅନଗ୍ରସର ଶିଶୁ ମାନଙ୍କୁ ନେଇ ସଚେତନା କାର୍ଯ୍ୟକ୍ରମ

Sunil Chandra Nayak

ଦୁର୍ଘଟଣାରେ ଆହତଙ୍କ ପାଇଁ ରକ୍ତଦାନ କଲା ହ୍ୟୁମାନ କେୟାର ଫାଉଣ୍ଡେସନ ଓ ବଜରଙ୍ଗ ସେନା

Leave a Comment

error: Content is protected !!