ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୃତ୍ୟୁ ଏମିତିବି ଆସେ – ବିଲକୁ ଚାଷ କାମରେ ଯାଇ ହଠାତ୍ ମହିଳାଙ୍କ ପରଲୋକ 

ରୁପ୍ରା, ୨୬/୭ (ମନୀସ ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ରୁପ୍ରା ଗ୍ରାମର ଈଶ୍ୱର ମାଝୀଙ୍କ ପତ୍ନୀ ଦେବକୀ ମାଝୀଙ୍କ ୫୦ବର୍ଷ ଆଜି ପୂର୍ବାହ୍ନରେ ଚାଷକାମ ପାଇଁ ଜମିକୁ ସାର ଧରି ଯାଉଥିବା ସମୟରେ ରାସ୍ତାରେ ହିଁ ପରଲୋକ ହୋଇଯାଇଛି। ସୂଚନା ମତେ ତାଙ୍କର ଧାନ ବେଉଷଣ ହେଉଥିବାରୁ ନିଜର ସାନ ପୁଅ ହରେକୃଷ୍ଣ ସହ ଡିଏପି ସାର ଏକବସ୍ତା ନେଇ ରୁପ୍ରା ସାଲିଙ୍ଗ୍ ଯାଇଥିବା ରାସ୍ତାପାର୍ଶ୍ୱରେ ରଖି ସାରକୁ ଭାଗ କରୁଥିବା ବେଳେ ମୁଣ୍ଡ ବୁଲାଉଛି କହି ତାଙ୍କ ମା’ ପଡିଯିବା ପୂର୍ବରୁ ନିଜ ପୁଅ ଧରିପକାଇଥିଲେ । ଏହା ଦେଖିପାରି ପାଖ ଜମି ମାନଙ୍କରେ କାର୍ଯ୍ୟରତ କିଛିଲୋକ ଦୌଡିଆସି ସାଲିଙ୍ଗ୍ ପଟରୁ ଆସୁଥିବା ଏକ ଗାଡିକୁ ଅଟକାଇ ରୁପ୍ରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ପଠାଇଥିଲେ। ମାତ୍ର ରୁପ୍ରା ପିଏଚସିରେ କୌଣସି ଡାକ୍ତର ନଥିବାରୁ ଫାର୍ମାସିଷ୍ଟ୍ ପରୀକ୍ଷା କରି ଗୋଟିଏ ଇଞ୍ଜେକସନ ଦେଇ ଶିଘ୍ର ଅନ୍ଯ ମେଡିକାଲକୁ ନେବାକୁ ପରାମର୍ଶ ଦେଇଥିଲେ। ରୁପ୍ରା ମେଡିକାଲରେ ଆମ୍ବୁଲାନ୍ସ ବ୍ୟବସ୍ଥା ନଥିବାରୁ ତାଙ୍କ ପୁତ୍ର ଏକ ଭଡା ଗାଡି ଯୋଗାଡ କରି କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ପହଞ୍ଚିବା ପରେ ଡାକ୍ତର ପରୀକ୍ଷା କରି ଅଧଘଣ୍ଟା ପୂର୍ବରୁ ମୃତ୍ୟୁ ହୋଇ ଯାଇଥିବା କହିଥିଲେ। ସେଠାରୁ ଶବକୁ ଆଣିବା ପାଇଁ ମହାପ୍ରୟାଣ ଗାଡି ନମିଳିବାରୁ ୧୮କି. ମି ରାସ୍ତାକୁ ଚାରି ହଜାର ଟଙ୍କା ଭଡା ଦେଇ ଏକ ଗାଡିରେ ଶବ ଆଣିଥିଲେ। ସୂଚନାଯୋଗ୍ୟ ଉକ୍ତ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ କିଛି ଅର୍ଥ ରୋଜଗାର ନିମନ୍ତେ ଘରର ମୁରବି ତଥା ମୃତ ଦେବକୀଙ୍କ ସ୍ୱାମୀ ଇଶ୍ୱର ମାଝୀ ଓ ବଡପୁଅ ଦୁଷ୍ମନ୍ତ ମାଝୀ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଇଥିବା ଜଣାପଡିଛି। ଇଶ୍ୱର ମାଝୀ ମହାରାଷ୍ଟ୍ରର ପୁନେ ଜିଲ୍ଲାରେ ଥିବାବେଳେ ଦୁଷ୍ମନ୍ତ ରାଜକୋଟ୍ ସହରରେ ଦାଦନ ଶ୍ରମିକ ଭାବରେ କାର୍ଯ୍ୟ କରୁଛନ୍ତି। ଫଳରେ ମୃତ୍ୟୁ ପରେ ସ୍ୱାମୀ ଓ ପୁଅ ଶେଷ ଦର୍ଶନ ମଧ୍ଯ କରି ପାରିଲେ ନାହିଁ। ଶେଷ ସମୟରେ ଶାଶୁ, ଦିଅର ପରମାନନ୍ଦ, କ୍ଷମାନିଧି ତଥା ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ଗାଁ ମଶାଣୀରେ ଅନ୍ତିମ ସଂସ୍କାର କରାଯାଇଥିଲା। ସାନପୁଅ ହରେକୃଷ୍ଣ ମୁଖାଗ୍ନି ଦେଇଥିଲେ। ସେଜଣେ ଧର୍ମପରାୟଣ ମହିଳା ହୋଇଥିବାରୁ ମୃତ୍ୟୁ ଖବର ଜଣାପଡିବା ପରେ ଉକ୍ତ ପଡା ତଥା ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ

Related posts

ଜିଲ୍ଲା ଶ୍ରମ କାର୍ଯ୍ୟଲୟ ଘେରାଉ

Sunil Chandra Nayak

ତରବୋଡ ସମ୍ଭବ ଗୃହ ପରିସର ରେ ଜିଲ୍ଲା ସାମ୍ୱାଦିକ ସମନ୍ବୟ ସମିତି ର ଜରୁରୀ ବୈଠକ

Sunil Chandra Nayak

କଳାହାଣ୍ଡି କର୍ଲାପାଟ ରେ ଥିବା ଖଣ୍ଡୁଆଳ ମାଳି କୁ ସୁରକ୍ଷା ଦାବିରେ ବିରାଟ ଜନ ସମାବେଶ

Leave a Comment

error: Content is protected !!