ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁବତୀଙ୍କ ଅସ୍ୱାଭାବିକ ମୃତ୍ୟୁ ଅଭିଯୋଗ, ପୋଲିସ ର ତଦନ୍ତ ଜାରି

କୋକସରା,୨୬/୭-( ମ ନି ସ  ) କଳାହା ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ରେଙ୍ଗାଳପାଳି ପଞ୍ଚାୟତ ଡଙ୍ଗରିଗୁଡା ଗ୍ରାମର ଡିଙ୍ଗର କେତକି ଙ୍କ ଝିଅ ବାସନ୍ତି କେତକି (୨୦) କୁ ଆଜି ସକାଳେ ଦେହ ଅସୁସ୍ଥତା କାରଣରୁ ପରିବାର କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଡାକ୍ତର ମୃତ ଘୋଷଣା କରିବା ପରେ ମଧ୍ୟ ପରିବାର ଝିଅ ବଞ୍ଚିଛି ଓ ତାର ହାତ ର ନାଡି ଚାଲୁଛି ବୋଳି କହି ଅଡ଼ି ବସିଥିଲେ ଓ କିଛି ସମୟ ପରିବାର ପକ୍ଷରୁ ଉତ୍ତେଜନା ଦେଖା ଦେଇଥିଲା । ପରେ ଡାକ୍ତରଖାନାର ଭାରପ୍ରାପ୍ତ ଡ଼.ତତ୍ୱଦର୍ଶୀ ଦାସ ଆସି ପୁଣିଥରେ ପରୀକ୍ଷା କରି ମୃତ ଘୋଷଣା କରିଥିଲେ। ସୁଚନା ଅନୁସାରେ ଡଙ୍ଗରିଗୁଡା ଗ୍ରାମର ଡିଙ୍ଗର କେତକିଙ୍କ ଝିଅ ବାସନ୍ତି କେତକି ଗତକାଲି ବୋଲବମ ଉପବାସ ରଖିଥିଲେ । ରାତିରେ ରୁଟି ଓ ଦୁଧ ଗ୍ରହଣ କରିଥିବା ତାଙ୍କ ମା କହିଛନ୍ତି। ଆଜି ସକାଳେ ଘର ନିକଟରେ ଥିବା ନଳକୂପ କୁ ଯିବା ସମୟରେ ହଠାତ ବାସନ୍ତି ପଡିଯାଇ ଅସୁସ୍ଥ ଅନୁଭବ କରିବାରୁ ପରିବାର ତାଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ରେ ତାଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ କୋକସରା ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ଶବ ହସ୍ତାନ୍ତର କରିଥିଲେ । କେଶ ନମ୍ବର ୧୧/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ନେଇ ତଦନ୍ତକାରୀ ପୋଲିସ ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ ସୁଚନା ଦେଇଛନ୍ତି।

Related posts

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଶୁଭେନ୍ଦୁ କୁମାର ଦାସ ଙ୍କ କବିତା ମଣିଷ

Sunil Chandra Nayak

ଶ୍ରଦ୍ଧା ଶକ୍ତି ସେବା ସଙ୍ଗଠନ ତରଫରୁ ମଧୁବାବୁ ଙ୍କ ଜୟନ୍ତୀ ଉତ୍ସବ

Sunil Chandra Nayak

ରାଉରକେଲା – ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନାରାୟଣ ଦାସ ଙ୍କର ପରଲୋକ

Sunil Chandra Nayak

Leave a Comment

error: Content is protected !!