ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲେ ରଶ୍ମିତା

ବାଲେଶ୍ଵର,୨୬/୭/୨୨- ମୁଖ୍ୟତଃ ଗଦ୍ୟ ସାହିତ୍ୟର ଉନ୍ନତି ପାଇଁ ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଗଢି ଉଠିଛି ମୋ ଅନୁଷ୍ଠାନ ସାହିତ୍ୟ ଅନୁଷ୍ଠାନ । ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ସାହିତ୍ୟର ଉନ୍ନତି ପାଇଁ ଅନୁଷ୍ଠାନ ସଦାସର୍ବଦା ଜାଗ୍ରତ ପ୍ରହରୀ ଭଳି କାର୍ଯ୍ୟ କରୁଅଛି । କିନ୍ତୁ ବେଳେବେଳେ କବିତା ପ୍ରତିଯୋଗିତା ମଧ୍ୟ ହୋଇଥାଏ । ରାଜ୍ୟର ପ୍ରାୟ ପ୍ରତ୍ୟେକ ଜିଲ୍ଲାରୁ କବି କବୟିତ୍ରୀ ମାନେ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥାଆନ୍ତି । ସେହି ପରିପ୍ରେକ୍ଷୀରେ ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ଗତ ତା ୨୪/୭/୨୨ ରିଖ ରବିବାର ଦିନ କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ଶୀର୍ଷକ ଥିଲା- ରାକ୍ଷୀ ରହିଲା ସାକ୍ଷୀ । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କବି କବୟିତ୍ରୀ ମାନେ ଅଂଶ ଗ୍ରହଣ କରି ନିଜକୁ ଧନ୍ଯ ମନେ କରିଥିଲେ । ସେଥିମଧ୍ୟରୁ କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳର କବୟିତ୍ରୀ ରଶ୍ମିତା ଧଳ ପ୍ରଥମ ସ୍ଥାନ ଅଧିକାର କରି ଥିବାବେଳେ ଝାରସୁଗୁଡା ଜିଲ୍ଲାର କବୟିତ୍ରୀ ପ୍ରିୟଦର୍ଶିନୀ ସାମନ୍ତରାୟ ଦ୍ବିତୀୟ ଓ ଜଗତସିଂହପୁର ଜିଲ୍ଲାର କବୟିତ୍ରୀ ସଂହିତା ଜେନା ତୃତୀୟ ସ୍ଥାନ ଅଧିକାର କରି ସନ୍ତୁଷ୍ଟ ହୋଇଛନ୍ତି । କବିତା ଗୁଡିକୁ ସମୀକ୍ଷା କରିଥିଲେ ବାଲେଶ୍ଵର ସ୍ଥିତ ବାଲିଆ ଶିଶୁ ମନ୍ଦିର ଆଚାର୍ଯ୍ୟା ତଥା ଜିଲ୍ଲାର ଜଣେ ସୁ-ନାରୀକବି ତାନଶ୍ରୀ ପାଣିଗ୍ରାହୀ । ଶ୍ରୀମତୀ ପାଣିଗ୍ରାହୀଙ୍କ ସମୀକ୍ଷାକୁ ଆଧାର କରି ଅନୁଷ୍ଠାନ ଫଳାଫଳ ଘୋଷଣା କରିଛି ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ଅନ୍ୟ ଅଂଶ ଗ୍ରହଣକାରୀଙ୍କ ମଧ୍ୟରେ ସବିତା ଶତପଥୀ, ବାସନ୍ତୀ ଲତା ଜେନା ଓ ବଳରାମ ଜେନାଙ୍କ ସମେତ ୩୦ ରୁ ଉର୍ଦ୍ଧ୍ବ କବି କବୟିତ୍ରୀ ସାମିଲ ଥିଲେ ।।ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ପୌରାଞ୍ଚଳ ମହୁଲଢିହା ଏବଂ ବାଇଦାପୋଷୀ ଗ୍ରାମରେ ବିଜେଡ଼ିର ଲୋକ ସଂପର୍କ ପଦଯାତ୍ରା

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଚାଲ ଗଛ ଲଗାଇବା ପରିବେଶ ବଞ୍ଚାଇବା” ଗୀତର ପୋଷ୍ଟର ଉନ୍ମୋଚିତ 

Sunil Chandra Nayak

Leave a Comment

error: Content is protected !!