ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତହସିଲ ନାଁରେ  ଅର୍ଥ ହଡପ୍ କରିଥିବା ନେଇ ପୁଲିସରେ ଅଭିଯୋଗ

ଥୁଆମୂଳ ରାମପୁର:୨୭/୭- ମ.ନି.ସ:– ପୁଅର ମୃତ୍ୟୁ ସହାୟତା ରାଶି ଅର୍ଥ ହଡପ୍ ଅଭିଯୋଗ ନେଇ ବାପା ଥୁଆମୂଳ ରାମପୁର ଥାନାର ଦ୍ବାରସ୍ଥ। ଅଭିଯୋଗ ଅନୁସାରେ ଜଣାପଡିଛି ଯେ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧିନସ୍ଥ ବାର୍ଷିକୋନା ଗ୍ରାମର ଶ୍ରୀ ରାଏସିଂ ମାଝୀଙ୍କ ପୁଅ ଦଶ୍ରୃ ମାଝୀ ସିନ୍ଧିପଦର ଗ୍ରାମପଞ୍ଚାୟତ ଠାରୁ ପିଡିଏସ୍ ଚାଉଳ ନେଇ ଫେରୁଥିବା ସମୟରେ ସିଙ୍ଗାରୀ ଘାଟି ଠାରେ ପିକଅଫ୍ ଭେନଟି ଓଲଟି ପଡିବାରୁ ରାଏସିଂ ମାଝୀର ପୁଅ ଦଶ୍ରୃ ମାଝୀ ମୃତ୍ୟୁବରଣ କରିଥିଲେ। ମୃତ୍ୟୁବରଣ କରିଥିବା ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ତରୁ ୨୦୦୦୦୦ ଦୁଇ ଲକ୍ଷ ଟଙ୍କା ସହାୟତା ରାଶି ମଞ୍ଜୁର ହୋଇଥିଲା। ତେବେ ମୃତକଙ୍କ ବାପା ରାଏସିଂ ମାଝୀ ଙ୍କ ପାସ ବୁକ୍ ରେ ୧୦୦୦୦୦ ଟଙ୍କା ଓ ନିଜ ବିଧବା ବହୁ ନାରଙ୍ଗି ଦେଇ ମାଝୀ ଙ୍କ ପାସ ବହିରେ ୧୦୦୦୦୦ ଲକ୍ଷ ଟଙ୍କା ଜମା କରାଯାଇଥିଲା। ଜୁନାଗତ ବ୍ଳକ ଦାସୀଗାଁ ଗ୍ରାମପଞ୍ଚାୟତ ତାଳପଦର ଗ୍ରାମର ଜନୈକ ବ୍ଯକ୍ତି ଟିକଚନ ବାଗ ରାଏସିଂ ମାଝୀ ଙ୍କୁ ସାଙ୍ଗରେ ନେଇ ଦାସୀଗାଁ ସ୍ଥିତ ବ୍ଯାଙ୍କରୁ ୧୦୦୦୦୦ ଲକ୍ଷ ଟଙ୍କା ଉଠାଣ କରିଥିଲେ। ଘରକୁ ଫେରିବା ବାଟରେ ଟିକଚନ ବାଗ ରାଏସିଂ ମାଝିକୁ କହିଥିଲେ ଯେ, ତହସିଲଦାର ଙ୍କୁ ୧୦୦୦୦ ଟଙ୍କା ଦେବାକୁ ପଡିବ ତାସହିତ ମୁଁ ତମକୁ ସାହାଯ୍ୟ କରିଥିବାରୁ ୩୫୦୦୦ ଟଙ୍କା ନେବି କହି ସର୍ବମୋଟ ୪୫୦୦୦ ଟଙ୍କା ଟିକଚନ ବାଗ ନେଇଥିବା ରାଏସିଂ ମାଝୀ କହିଛନ୍ତି। ଟିକଚନ ବାଗକୁ ରାଏସିଂ ମାଝୀ ଟଙ୍କା ଫେରେଇ ପାଇଁ କହିଥିଲେ। ହେଲେ ଟିକଚନ ବାଗ ଟଙ୍କା ଫେରେଇବା ପାଇଁ ମନା କରିଦେଇଛିନ୍ତି। ତେଣୁ ରାଏସିଂ ମାଝୀ ଥୁଆମୂଳ ରାମପୁର ପୁଲିସରେ ଅଭିଯୋଗ କରିଥିବା ଜଣାପଡିଛି। ତେବେ ଟିକଚନ ବାଗ ରାଏସିଂ ମାଝିକୁ କେବେ ଟଙ୍କା ଫେରାଉଛନ୍ତି ତାହା ଏବେ ଦେଖିବାକୁ ବାକି ରହିଲା

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଝୁଲେନବର ଗ୍ରାମରେ ଘଟିଛି ଅଭାବନୀୟ ଘଟଣ। , ଛୁଆ ଙ୍କ କଳହ କୁ କେନ୍ଦ୍ର କରି ଟାଙ୍ଗିଆ ମାଡ

Sunil Chandra Nayak

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ମାତୃପିତୃ ସମ୍ମିଳନୀ

Sunil Chandra Nayak

ଶିଶୁ ମହୋତ୍ସବ ସୁରଭି , ମନ ମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!