ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁକ୍ତ ୨ ବିଜ୍ଞାନ ପରିକ୍ଷା ରେ ଛାତ୍ରୀ ମାନଙ୍କ ସଫଳତା

ଡାବୁଗାଁ, ୨୭/୭ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧିନ ଜିଲା ଅନୁସୁଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ବର୍ଷ +୨ ବିଜ୍ଞାନ ରେ ବିଦ୍ୟାଳୟ ରୁ ୫୯ ଜଣ ଛାତ୍ରୀ ଙ୍କ ମଧ୍ୟରୁ ୫୭ ଛାତ୍ରୀ ପାସ କରିଛନ୍ତି | ଏଥିରେ ୩୩ ଜଣ ପ୍ରଥମ, ୨ୟ ଶ୍ରେଣୀରେ ୧୯ ଜଣ ଓ ୩ୟ ଶ୍ରେଣୀରେ ୫ ଜଣ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ବିଦ୍ୟାଳୟରେ ୯୬.୬୧ ପ୍ରତିଶତ ପରିକ୍ଷା ଫଳ ହୋଇ ଥିବାରୁ ଅଧକ୍ଷ ସୁକାନ୍ତ କୁମାର ସ୍ୱାଇଁ ସନ୍ତୋଷ ବ୍ୟକ୍ତ କରିବା ସହିତ ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କୁ ଛାତ୍ରୀ ମାନେ ଧନ୍ୟବାଦ ଦେଇଛନ୍ତି । ପରିକ୍ଷା ଫଳ ପ୍ରକାଶ ପରେ ଅଧକ୍ଷ, ସମସ୍ତ ଶିକ୍ଷୟତ୍ରୀଶିକ୍ଷକ, ଅଭିଭାବକ ଓ ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ମୃତି ରଞ୍ଜନ ସାମନ୍ତରାୟ ଉକ୍ତ ପରିକ୍ଷା ଫଳରେ ସନ୍ତୋଷ ବ୍ୟକ୍ତ କରି ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଚ୍ଚତ୍ତର ଶିକ୍ଷା ରେ ସଫଳ ହେବା ନେଇ ଆଶୀର୍ବାଦ ପ୍ରଦାନ କରିଛନ୍ତି । ସମସ୍ତ ଛାତ୍ରୀ ମାନେ ଉକ୍ତ ବିଦ୍ୟାଳୟ ର ଅଧ୍ୟକ୍ଷ୍, ଶିକ୍ଷୟତ୍ରୀ ଶିକ୍ଷକ, ପରିଚାଳନା କମିଟି ଓ ସମସ୍ତ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଦେବା ସହିତ ଉକ୍ତ ବିଦ୍ୟାଳୟ ପରିବେଶ କୁ ମଧ୍ୟ ଧନ୍ୟବାଦ ପ୍ରଦାନ କରିଥିଲେ | ଏହି ବିଦ୍ୟାଳୟର ଛାତ୍ରୀ ମଞ୍ଜୁଳା ପନକା ୪୬୬ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ହୋଇଛନ୍ତି |

ପ୍ରଜ୍ଞା ରଞ୍ଜନ ପରିଡ଼ା , ଡାବୁଗାଁ

Related posts

ସରୋଜିନୀ ପତି ଙ୍କ କବିତା ନାଭି କ୍ଷେତ୍ର ରଥଯାତ୍ରା 

Sunil Chandra Nayak

ସଫଳା ଦାସ ଙ୍କ କବିତା ହେ ସୂର୍ଯ୍ୟ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!