ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେନ୍ତୁଳିଖୁଣ୍ଟି ବ୍ଲକ ଅଁଳା ଭଟ୍ଟା ଗ୍ରାମ ପଂଚାୟତ ଚାଉଳ ହଡ଼ପ ମାମଲାରେ କଂଗ୍ରେସ ଦଳ ର ପଂଚାୟତ ଘେରାଉ

ତେନ୍ତୁଳିଖୁଣ୍ଟି -୨୭/୦୭/୨୨ – ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଁଳା ଭଟ୍ଟା ଗ୍ରାମ ପଞ୍ଚାୟତ ର 864 କ୍ୱିଣ୍ଟାଲ ଚାଉଳ ହଡ଼ପ ଘଟଣାରେ ଦୁଇ ଜଣ କର୍ମଚାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ଚୁପ ବସି ଥିବାରୁ ଜାତୀୟ କଂଗ୍ରେସ ଦଳ ହିତାଧିକାରୀ ଙ୍କ ହକ ପାଇଁ ପଂଚୟତ କାର୍ଯ୍ୟାଳୟ ଘେରାଉ କରିଛି। ତଦନ୍ତ ପ୍ରକ୍ରିୟା ର ପରିସର ବୃଦ୍ଧି କରିବା ବିଶେଷ ଭାବେ ଏଭଳି ଅନ୍ୟ ଉପାନ୍ତ ଅଞ୍ଚଳ ରେ ଏଭଳି ହଡ଼ପ ନେଇ ଖୋଳ ତାଡ଼ କରିବାକୁ ଜିଲ୍ଲାପାଳ 5 ଉଦେଶ୍ୟ ରେ ଦିଆ ଯାଇଥିବା ଦାବୀ ରେ ଉଲ୍ଲେଖ ରହିଛି।ଚାଉଳ ଯୋଗାଉ ଥିବା ଟ୍ରାନ୍ସପୋର୍ଟ ଏଜେନ୍ସି କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବୀ କରିଥିଲେ। ଗରିବ କଲ୍ୟାଣ ଯୋଜନା ର ଚାଉଳ ଦୋଷୀଙ୍କ ଠାରୁ ଆଦାୟ ହେବା ପର୍ଯ୍ୟନ୍ତ ଅପେକ୍ଷା ନ କରି ସାତ ଦିନ ମଧ୍ୟରେ ହିତାଧିକାରୀ ଙ୍କୁ ଚାଉଳ ପ୍ରଦାନ ନ କଲେ ଦଳ ଆନ୍ଦୋଳନ କୁ ଜୋର ଦାର କରିବ ବୋଲି ଚେତାବନୀ ଦେଇଥିଲେ। ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ଦାବୀ ପତ୍ର ଗ୍ରହଣ କରି ଚିରାଚରିତ ଢଙ୍ଗରେ ତ୍ୱରିତ ପଦକ୍ଷେପ ର ପ୍ରତିଶୃତି ଦେଇ ଥିଲେ। ଆଜିର ଘେରାଉ ରେ ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ,ମହିଳା କଂଗ୍ରେସ ସଭାନେତ୍ରୀ ପି ନାଗ ରତ୍ନମ ,ଜିଲ୍ଲା ପରିଷଦ ସଭ୍ୟା ଲିପିକା ମାଝୀ,ବୃନ୍ଦାବନ ତ୍ରିପାଠୀ,ବ୍ଲକ କଂଗ୍ରେସ ସଭାପତି ପ୍ରହ୍ଲାଦ ହିଆଲ,ଭୀମସେନ ପାଣିଗ୍ରାହୀ,ସମିତି ସଭ୍ୟ ଦିଲୀପ ପ୍ରଧାନୀ, କିସାନ ହିଆଲ, ରମେଶ ପାତ୍ର ବାଘ ଦୁର୍ଲଭ ଗୌଡ଼ ପ୍ରମୁଖ ସାମିଲ ଥିଲେ। ଗତକାଲି ଭାରତୀୟ ଜନତା ପାର୍ଟି ପ୍ରତିନିଧି ମଣ୍ଡଳ ପଂଚାୟତ ରେ ତଦନ୍ତ କରି ପଂଚାୟତ ସମିତି କାର୍ଯ୍ୟାଳୟ ରେ ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ଙ୍କୁ ଦାବୀ ପତ୍ର ଦେଇଥିଲେ। ପୂର୍ବତନ ଏମପି ବଳଭଦ୍ର ମାଝୀ, ବିଧାୟକ ପ୍ରାର୍ଥୀ ଗୌରୀଶଙ୍କର ମାଝୀ, ହରେକୃଷ୍ଣ ମୁଦୁଲି, ଅଚ୍ୟୁତାନନ୍ଦ ବିଶୋଇ ପ୍ରମୁଖ ପ୍ରତିନିଧି ମଣ୍ଡଳ ରେ ସାମିଲ ଥିଲେ।।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି  ଙ୍କ ରିପୋର୍ଟ 

Related posts

ପ୍ରସନ୍ନ କୁମାର ସାହୁ ଙ୍କ କବିତା ଆତ୍ମୀୟତା,,,,,,,,

Sunil Chandra Nayak

ଗୌତମ କଚିମ ଙ୍କ କବିତା ଲଲାଟ ଲିଖନ

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ଶେଷ ଇଛା 

Sunil Chandra Nayak

Leave a Comment

error: Content is protected !!