ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମ୍ବାଦିକ ମାନଙ୍କୁ ଜମି ଯୋଗାଇ ଦେବା ନିମନ୍ତେ ପ୍ରଶାସନ ନିକଟରେ ପ୍ରେସକ୍ଲବ ପକ୍ଷରୁ ଦାବି 

ଫୁଲବାଣୀ -: ଫୁଲବାଣୀ ସହରରେ ଦୀର୍ଘ ବର୍ଷ ଧରି ନିଷ୍ଠା ଓ ଆନ୍ତରିକତା ସହ କାର୍ଯ୍ୟ କରି ଆସୁଥିବା କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସହରରେ ନିଜସ୍ୱ ଜାଗା ନଥିବା ଫଳରେ ସେମାନେ ବହୁ ଅସୁବିଧା ରେ ରହିଛନ୍ତି। ସାମ୍ବାଦିକ ମାନଙ୍କୁ ଜମି ଯୋଗାଇ ଦେବାଲାଗି ପ୍ରେସକ୍ଲବ ପକ୍ଷରୁ ଗତ ଦୁଇ ବର୍ଷ ଧରି ଉଦ୍ୟମ କରାଯାଇ ଆସୁଥିଲା। ଅତିଶୀଘ୍ର କାର୍ଯ୍ୟରତ ପ୍ରେସକ୍ଲବ ସଦସ୍ୟ ମାନଙ୍କୁ ଏକ କମ୍ୟୁନିଟି ହଲ ସହ ଜାଗା ଯୋଗାଇବା ଦେବାଲାଗି ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଥିରେ ପ୍ରେସ କ୍ଲବ ସଭାପତି ସୁନିଲ କୁମାର ପଟ୍ଟନାୟକ, ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ବରିଷ୍ଠ ସାମ୍ବାଦିକ ସନ୍ତୋଷ ଦିଗାଲ, ସୂର୍ଯ୍ୟ ନାରାୟଣ ବେହେରା, ଶିବ ନାୟକ,ଶିବାନନ୍ଦ ପଟ୍ଟନାୟକ, ଜୟ ସେନ ପରିଡା, ପ୍ରମୁଖ ଉପସ୍ଥିତ ରହି ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା କରିଥିଲେ। ସାମ୍ବାଦିକ ମାନଙ୍କୁ ଯେପରି ଅତି ଶୀଘ୍ର ଜମି ମିଳିବ ସେଥି ପ୍ରତି ସହୃଦୟତାର ସହ ବିଚାର କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ କହିଥିଲେ।ଅତିରିକ୍ତ ଜିଲ୍ଲାପାଳ ଙ୍କର କଥା ଶୁଣି ପ୍ରେସକ୍ଲବ ସଦସ୍ୟ ମାନେ ଖୁସି ବ୍ୟକ୍ତ କରିଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ

Related posts

ପାନୀୟ ଜଳ ସମସ୍ୟାକୁ ନେଇ ନଗରପାଳଙ୍କୁ ଦାବିପତ୍ର ପ୍ରଦାନ

ସସ୍ମିତେଶ ସାହୁ ଙ୍କ କବିତା ଆଜି

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ଶ୍ରାବଣୀ ।।

Sunil Chandra Nayak

Leave a Comment

error: Content is protected !!