ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘର ନର୍ଲା ବ୍ଳକ ସ୍ତରୀୟ କର୍ମକର୍ତ୍ତା ଚୟନ

ନର୍ଲା (ମନିସ) ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲ ଠାରେ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘର ନର୍ଲା ବ୍ଳକ ସ୍ତରୀୟ କର୍ମକର୍ତ୍ତା ଚୟନ ହୋଇଯାଇଛି। ଏଥିରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ବମ୍ବର ଭୋଇ ଅଧ୍ୟକ୍ଷତା କରିଥିଲେ। ସର୍ବସମ୍ମତିକ୍ରମେ କ୍ରମେ ଏଥିରେ ବିଭିନ୍ନ କର୍ମକର୍ତ୍ତାଙ୍କୁ ଚୟନ କରାଯାଇଥିଲା। ସଂସ୍କୃତ ଶିକ୍ଷକ ମହାସଂଘର ନର୍ଲା ବ୍ଳକ ସ୍ତରୀୟ ସଭାପତି ରୂପେ ସୁବାଷ ଚନ୍ଦ୍ର ବରାଡ, କାର୍ଯ୍ୟକାରୀ ସଭାପତି ବୁଡୁ ପାନ, ଉପ ସଭାପତି ଭାବେ କାର୍ତ୍ତିକ ଚରଣ ମିଶ୍ର, ଗୈାରୀଶଙ୍କର ମିଶ୍ର ମନୋନୀତ ହୋଇଥିଲେ। ସଂପାଦକ ଭାବରେ ସଂସ୍କୃତ ଶିକ୍ଷକ ନୃସିଂହ ଚରଣ ଦଲାଇ, ସହ ସଂପାଦକରେ ସିଲା ପ୍ରହରାଜ, ଜଗଦୀଶ ଜେନା, କୋଷାଧ୍ୟକ୍ଷ ରୂପେ ଜନାର୍ଦ୍ଦନ ସାହୁ ଓ ସଂଗଠନ ସଂପାଦକ ଭାବେ ଅପର୍ଣ୍ଣା ସ୍ଵାଇଁ ଚୟନ ହୋଇଥିଲେ। ସେହିପରି ଉପଦେଷ୍ଟା ମଣ୍ଡଳୀରେ ନାରାୟଣ ସାହୁ, ନରସିଂହ ସାହୁ, କାର୍ତ୍ତିକ ଚରଣ ମଲ୍ଲିକ ମନୋନୀତ ହୋଇଥିବା ବେଳେ ଶତ୍ରୁଘ୍ନ ସେଠୀ, ଧର୍ମରାଜ ବାଗ, ରିନା ପରିଡ଼ା ପ୍ରମୁଖ ସହଯୋଗୀ କାର୍ଯ୍ୟକାରୀ ସଦସ୍ୟ ରୂପେ ସ୍ଥାନ ପାଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ବିଜ୍ଞାନ ଶିକ୍ଷକ ସନ୍ତୋଷ କର, ଶିକ୍ଷକ ସୁଦାମ ଚରଣ ମିଶ୍ର ଉପସ୍ଥିତ ଥିଲେ। ଆଗାମୀ ଦିନରେ ବିଭିନ୍ନ ବ୍ଳକରେ ମଧ୍ୟ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହେବ ବୋଲି ଏଥିରେ ମତ ପ୍ରକାଶ ପାଇଥିଲା।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

 

Related posts

ୟୁଏସ୍ଆଇ ସଂଗଠନ ତରଫରୁ ବେଲପୋଷି ବିଦ୍ୟାଳୟରେ ବୃକ୍ଷ ରୋପଣ

Sunil Chandra Nayak

ରାଷ୍ଟ୍ରୀୟ ପଞ୍ଚାୟତ ପୁରସ୍କାର, ଚୟନ ପକ୍ରିୟାରେ ଭାଗ ନେବା ଲାଗି ସରପଞ୍ଚ ଓ ଗ୍ରାମ ପ୍ରଧାନଙ୍କୁ ଚିଠି ଲେଖିଲେ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂ

Sunil Chandra Nayak

ପୂର୍ବଟତ ରେଳପଥ ଜିଏମ୍ ଅର୍ଚ୍ଚନା ଯୋଗୀଙ୍କ ରାୟଗଡା ଗସ୍ତ

Sunil Chandra Nayak

Leave a Comment

error: Content is protected !!