ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୃତ୍ୟ ଗୀତ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ସ୍ବାଗତ…

ରାଉରକେଲା/ ଦକ୍ଷିଣ ରାଉରକେଲାର ନୟାଡେରା ଠାରେ ମାଝୀ ମାଣ୍ଡଆ ଓ ରଘୁନାଥ ଯୁବକ ସଂଘ ତରଫରୁ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ସାନ୍ତାଳୀ ପରମ୍ପରାର ନୃତ୍ୟ ଗୀତ ମାଧ୍ୟମରେ ଗ୍ରାମବାସୀଙ୍କ ତରଫରୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା। ମାଝୀ ମାଣ୍ଡଆର ଆବାହକ ମଦନମୋହନ ଟୁଡୁଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଜଗବନ୍ଧୁ ବେହେରା ମୁଖ୍ୟଅତିଥି, ମାଝୀ ମାଣ୍ଡଆ ର ମାଝୀ ଗମକେ ଶିବଶରଣ ଟୁଡୁ ମୁଖ୍ୟବକ୍ତା ଓ ଅନ୍ୟତମ ଅତିଥି ଭାବେ ଗ୍ରାମର ବୟୋଜ୍ଯଷ୍ଠ ବ୍ୟକ୍ତି ବାର୍ଷା ମାର୍ଣ୍ଡି ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଆବାହକ ଶ୍ରୀ ଟୁଡୁ ରାଷ୍ଟ୍ରପତିଙ୍କ ଜୀବନ ଶୈଳୀ ଓ କାର୍ଯ୍ୟ କଳାପ ସଂପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସେକ୍ଟର ୭ ର ମାଝୀ ଗମକେ ବନମାଳୀ ଟୁଡୁ, ଭୋଳାନାଥ ଟୁଡୁ,ନୃତ୍ୟ ଦଳରେ ମାଡକମ ଟଲା ରୁଷିକା ଗଣ ଓ କଟୁଆଟୋଲାର ସମସ୍ତ ରୁଷିକା ଗଣ ଯୋଗଦେଇଥିଲେ। ଏହା ସହ ସର୍ବଶ୍ରୀ ଅମରେନ୍ଦ୍ର ଶର୍ମା, ମଣ୍ଡଳ ସଭାପତି ଅମ୍ରିତ ଲାଲ ଓରାମ,ସରପଞ୍ଚ ଶାକାରୀ ଓରାମ, ଚନ୍ଦ୍ରମୋହନ ହାସଦା,ପାନିୟା ଟିଗା ଏବଂ ଜିଲ୍ଲା ଆଦିବାସୀ ମୋର୍ଚ୍ଚାର ସଭାପତି ବାବୁଲି ମୁର୍ମୁ ଓ ଗୁରୁ ଗମକେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲକ୍ଷ୍ମୀ ହାସଦା ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ସଫଳ  ପ୍ରୟୋଗ ,  ବିଏଚ୍ ଆର୍ ସି, ର ଟ୍ୟୁଇଟ୍  ଅବଗତ ପରେ  ଗରିବ ବୃଦ୍ଧାଙ୍କୁ ମିଳିଲା ବିଧବା  ଭତ୍ତା

Sunil Chandra Nayak

ଗଁଦିଆ ବ୍ଲକ୍ ରେ ସୁରଭି କାର୍ଯକ୍ରମ ଅନୁଷ୍ଠିତ

Sunil Chandra Nayak

ସାମ୍ବାଦିକ ସୁରକ୍ଷା ନେଇ ଓଜେୟୁ କଳାହାଣ୍ଡି ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!