ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଂଗ୍ରେସ ନେତାଙ୍କ କୁଶପୂତଳିକା ଦାହ

ଭବାନୀପାଟଣା:୨୯/୭- ମ.ନୀ.ସ:- ଭାରତୀୟ ଜନତା ପାର୍ଟି କଳାହାଣ୍ଡି ଜିଲ୍ଲା ତରଫରୁ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୂରୀ ଙ୍କ କୁଶପୂତଳିକା ଭବାନୀପାଟଣା ସ୍ଥିତ ଗାନ୍ଧୀଛକ ଠାରେ ଦାହ କରାଯାଇଛି। କଂଗ୍ରେସ ନେତା ଶ୍ରୀ ଚୌଧୂରୀ ଭାରତର ମହାମହିମ ରାଷ୍ଟ୍ରପତି ଙ୍କୁ ରାଷ୍ଟ୍ରପତ୍ନୀ ବୋଲି ମନ୍ତବ୍ୟ ଦେଇଥିବାରୁ ବିଜେପି ପକ୍ଷରୁ ସାରା ଦେଶରେ କଂଗ୍ରେସ ନେତା ଅଧିର ରଞ୍ଜନ ଙ୍କ କୁଶପୂତଳିକା ଦାହ କରିବା ସଙ୍ଗେସଙ୍ଗେ କଂଗ୍ରେସ ଆଦିବାସୀ ବିରୋଧୀ,ମହିଳା ବିରୋଧୀ ଅଟେ,କଂଗ୍ରେସ ରାଜନୀତି ସଂସ୍କାରହୀନ, ମୂଲ୍ଯବୋଧ ବିହୀନ ଅଟେ। ଦେଶର ଜଣେ ସାଧାରଣ ଗରିବ ଆଦିବାସୀ ପରିବାରରୁ ଆସି ଦେଶର ସର୍ବୋଚ୍ଚ ଆସନ ଗ୍ରହଣ କରିଥିବାରୁ କଂଗ୍ରେସ ପାର୍ଟି ଏହାକୁ ସହଜରେ ହଜମ କରି ପାରୁନାହିଁ। କଂଗ୍ରେସ ରାଷ୍ଟ୍ରର ଗାରିମାକୁ ପ୍ରହାର କରୁଛି ବୋଲି  ଉପସ୍ଥିିତ  ବକ୍ତା ମାନେ ମତ ରଖିଥିଲେ।ଉକ୍ତ  କାର୍ଯ୍ଯକ୍ରମରେ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି,ଭବେନ୍ଦ୍ର ପଣ୍ତା,ଭାରତ ଦେଓ,ଯୁଗଳ ପୋଢ, ଜୟଶଙ୍କର ନାଏକ,ରମେଶ ମାଝୀ, ପ୍ରଶାନ୍ତ ସାହୁ, ବିଜୟଦେବ ସାହୁ,ସନ୍ତୋଷ ବିଷି, ମହିଳାନେତ୍ରୀ ସନ୍ତୋଷିନୀ ଦାସ,ଶୋଭାଗୀନି ପାତ୍ର,ଭଣ୍ତେଶ୍ବର ମହାପାତ୍ର,ଶରତ ନାଏକ,ନରହରୀ ପଟ୍ଟନାୟକ, ମେଡିଆସେଲ୍ ଆବାହକ ପ୍ରେମନାଥ ନାଏକ,ପୁଷ୍ପାଞ୍ଜଳି ତାଣ୍ତି,ବନୀତା ସାହୁ,ଅକ୍ରୃର ହରପାଲ ପ୍ରମୁଖ ଉପସ୍ଥିତ ରହିଥିଲେ।

ଭବାନୀପାଟଣା ରୁ କିଷନ୍ କୁମାର ଶର୍ମା ଙ୍କ ରିପୋର୍ଟ

Related posts

କଳାହାଣ୍ଡି ଜିଲ୍ଲାରେ ଦାଦନ ଦୁଃଖ – ପୁଣି ଏକ ଦାଦନ ଶ୍ରମିକ ର ଗୋଆ ରେ ମୃତ୍ୟୁ ,  ଅର୍ଥାଭାବ ରୁ ଫେରି ପାରିଲା ନାହିଁ ଶବ।।।

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସରିସରି ଯାଏ କାଳ

Sunil Chandra Nayak

ସାଧନା ପଣ୍ଡା ଙ୍କ କବିତା ତାରୁଣ୍ୟ ସ୍ମାରକି ଲୁଚି ଗଲା 

Sunil Chandra Nayak

Leave a Comment

error: Content is protected !!