ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶିଷ୍ଟ କଂଗ୍ରେସ ନେତା ଅନିରୁଦ୍ଧ ଜେନା ଙ୍କ ଦେହାନ୍ତ

ଆନନ୍ଦପୁର -:  ସେ ଗୁହାଳିଆ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଜୀବନ ରେ ସେ ଶେଷ ସମୟ ପର୍ଯ୍ୟନ୍ତ କଂଗ୍ରେସ ଦଳ ସହ ଥିଲେ , ସେ ଅମାୟିକ ପରାଉପକାରୀ ନେତୃତ୍ୱ ଥିଲେ , କଂଗ୍ରେସ ଦଳ ପ୍ରତି ତାଙ୍କର ଅନୁଦାନ ଅତୁଳନୀୟ ଯେତେବେଳେ ୫ ପଞ୍ଚାୟତ ବାଇଲୋ, ବେଲବାହାଳି, ଜଳସୁଆଁ, ପଞ୍ଚୁପଲ୍ଲୀ ଏବଂ ହରିଡ଼ାପାଳ ରାମଚନ୍ଦ୍ରପୁର ନିର୍ବାଚନ ମଣ୍ଡଳୀ ରେ ଥିଲା ସେ କଂଗ୍ରେସ ଏବଂ ନିରଞ୍ଜନ ପଟ୍ଟନାୟକ ଙ୍କ ମଙ୍ଗ ଧରିଥିଲେ ନିରଞ୍ଜନ ପଟ୍ଟନାୟକ ଙ୍କ ସମର୍ଥକ ଥିଲେ ବହୁ ବାର ସେ ନିରଞ୍ଜନ ଙ୍କ ପ୍ରତି ହେଉଥିବା ଆକ୍ରମଣ ରେ ନିରଞ୍ଜନ ଙ୍କ ଜୀବନ ବଞ୍ଚାଇବାରେ ସଫଳ ହେଇଥିଲେ , ଉଦାହରଣ ପଦନା ଏବଂ ସାଇଁକୁଳ ଠାରେ ହୋଇଥିବା ଆକ୍ରମଣ ରେ ସେ ନିରଞ୍ଜନ ଙ୍କୁ ଚାତ୍ରଛାୟା ରେ ଆବଦ୍ଧ କରି ସବୁ ଆକ୍ରମଣ କୁ ସହିଥିଲେ , ତାଙ୍କୁ ଟିକେ ବି ଆଘାତ ହେବାକୁ ଦେଇନଥିଲେ ଏବଂ ପରବର୍ତ୍ତୀ ସମୟରେ ଏହି ୫ ପଞ୍ଚାୟତ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ରେ ମିଶ୍ରଣ ହୋଇଥିଲା, ସେ କଂଗ୍ରେସ ପ୍ରତି ଅନୁଗତ୍ୟ ଥିବାରୁ ଜୟଦେବ ଜେନା ଙ୍କୁ ମଧ୍ୟ ପୂର୍ଣ୍ଣ ସମର୍ଥନ ଦେଇଥିଲେ ସେ ତାଙ୍କ ଜୀବନ କାଳରେ କଂଗ୍ରେସ ବିଚାରଧାରା ସହ ରହି କଂଗ୍ରେସ ପାଇଁ କାର୍ଯ୍ୟ କରି ଶେଷ ସମୟ ପର୍ଯ୍ୟନ୍ତ ସାଲିସ ବିହୀନ ନେତୃତ୍ୱ ଭାବେ ପରିଚିତ। ସେ ସବୁବେଳେ କୁହନ୍ତି ବିଚାର କୁ ପରିବର୍ତ୍ତନ କରିହେବ ନାହିଁ ଜନ୍ମ କଂଗ୍ରେସ ରେ ହେଇଛି ମରିବି ବି କଂଗ୍ରେସ ରେ ରହି , ଆଜି ସେହିଭଳି ଜଣେ ମହାନୁଭବ ଏ ଦୁନିଆ ଛାଡ଼ି ପୁର୍ଣ୍ୟତିଥି କୁ ଆଦରି ନେଲେ ଶୋକ ସନ୍ତପ୍ତ ପରିବାର ସହ ବହୁ ନେତୃତ୍ୱ ବର୍ଗ ଏବଂ ତାଙ୍କ ସମର୍ଥକ ଗ୍ରହଣ ରେ ଶୋକର ଛାୟା ଦେଖିବାକୁ ମିଳିଛି ଏବଂ ତାଙ୍କ ଅମର ଆତ୍ମା ର ସଦଗତି ପାଇଁ ସମସ୍ତେ ପାର୍ଥନା କରିଛନ୍ତି। ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ

Related posts

ଲଡ଼ୁଗାଁ ଆମ୍ବେଦକର ଭବନ ଠାରେ ୭୩ ତମ ସମ୍ବିଧାନ ଦିବସ ପାଳିତ

Sunil Chandra Nayak

ଉତ୍କଳ ଗୀତିକବି ସମାଜ ର ବିଂଶତମ ବାର୍ଷିକୋତ୍ସବ ଓ ଜୟଦେବ ଜୟନ୍ତୀ ସମାରୋହ

ଶ୍ରୀମତୀ ମିନତି ମିଶ୍ର ଙ୍କ କବିତା ବଞ୍ଚିବାକୁ ହେବ

Sunil Chandra Nayak

Leave a Comment

error: Content is protected !!