ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି, ନୂଆପଡା ଜିଲ୍ଲାରେ ଚୋର ଆତଙ୍କ, ଚନ୍ଦାହାଣ୍ଡି ରେ କୋକୁଆ ଭୟ

ଚନ୍ଦାହାଣ୍ଡି -( 30/7ମନିସ ) ଗତ କିଛି ଦିନ ହେଲା କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ବିଭିନ୍ନ ଗ୍ରାମରେ ଚୋର ଆତଙ୍କ ଦେଖାଦେଇଛି l ଏହାକୁ ନେଇ ଗ୍ରାମବାସି ଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି l ବିଭିନ୍ନ ଗ୍ରାମରେ ରାତିରେ ଅନିଦ୍ରା ରହି ଗ୍ରାମବାସି ଜଗୁଥିବା ସହ ସଭାମାନ କରାଯାଉଛି l ଉକ୍ତ ଘଟଣାର ଭିଡ଼ିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି l ଚୋର ଗୁଡାକ ବିହାରୀ, ହିନ୍ଦୀ, ଓ ଖଣ୍ଡି ଓଡ଼ିଆରେ କଥା ହେଉଥିବା ଜନସାଧାରଣ କହୁଛନ୍ତି l ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ଜନସାଧାରଣ କଳାହାଣ୍ଡି ଓ ନୂଆପଡା ଜିଲ୍ଲା ସହ ସମସ୍ତ ପ୍ରକାର ସମ୍ପର୍କ ରହିଛି l ଶିକ୍ଷା, ସ୍ୱାସ୍ଥ୍ୟ,ସାମାଜିକ,ଅର୍ଥନୈତିକ, ବ୍ୟବସାୟ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସମ୍ପର୍କରେ ଏମାନେ ଜଡିତ ରହିଛନ୍ତି l ସେଠାରେ ଯେ କୌଣସି ଘଟଣା ଘଟିଲେ କ୍ଷଣିକରେ ଚନ୍ଦାହାଣ୍ଡି ଅଞ୍ଚଳରେ ପହଂଚି ଯାଇଥାଏ l ଏବେ କିଛିଦିନ ହେଲା ଉକ୍ତ ଦୁଇ ଜିଲ୍ଲାରେ ଚୋରି ଘଟଣା ବଢୁଥିବାବେଳେ, ଏହାର ପ୍ରଭାବ ଚନ୍ଦାହାଣ୍ଡି ଅଞ୍ଚଳରେ ମଧ୍ୟ ପଡ଼ିଥିବା ଦେଖାଦେଇଛି l ସୋସିଆଲ ମିଡିଆରେ ସେଠାରୁ ଖବର ଆସୁଥିବା ବେଳେ ଉକ୍ତ ଘଟଣାକୁ ନେଇ ଏଠାକାର ଜନସାଧାରଣଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି l ଚୋରମାନେ ଦଳଗତ ହୋଇ ବିଳମ୍ବିତ ରାତ୍ରିରେ ବିଭିନ୍ନ ମାରଣାସ୍ତ୍ର ଧରି ଚୋରିକରୁଥିବା ସେଠାକାର ଥାନା ମାନଙ୍କରେ ଅଭିଯୋଗ ହୋଇଛି l ଦିନରେ ଚୋରମାନେ ଭିକାରି ତଥା ବିଭିନ୍ନ ବେଶରେ ଘରଘର ବୁଲି ତଥ୍ୟ ସଂଗ୍ରହ କରି ବିଳମ୍ବିତ ରାତ୍ରିରେ ଚୋରି କରୁଥିବା ଜଣାପଡିଛି l ଏ ସମ୍ପର୍କ ରେ ଚନ୍ଦାହାଣ୍ଡି ଆଇଆଇସି ପ୍ରେମାନନ୍ଦ ସୁନାନୀ ଙ୍କୁ ପଚାରିବାରୁ ଘଟଣାର ସତ୍ୟ ଥିବା କହିବା ସହ ଚନ୍ଦାହାଣ୍ଡି ଅଞ୍ଚଳରେ ମଧ୍ୟ ଉକ୍ତ ଘଟଣାକୁ ଜନସାଧାରଣ ଗୁରୁତ୍ୱ ସହ ନେଇ କୌଣସି ଅପରିଚିତ ମହିଳା କିମ୍ବା ପୁରୁଷ ଭିକାରି କିମ୍ବା ଅନ୍ୟ କୌଣସି ବେଶରେ ଆସିଲେ ସେମାନଙ୍କୁ ଘରେ ନ ଡାକିବା, କିମ୍ବା ସଂନ୍ଦେହ ହେଲେ ପୋଲିସ କୁ ଜଣାଇବା ପାଇଁ କହିଛନ୍ତି l ରାତ୍ରି ପେଟ୍ରୋଲିଙ୍ଗ ମଧ୍ୟ କଡାକଡି କରାଯିବ ବୋଲି ସୂଚନା ଦେଇଛନ୍ତି l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

କୋକସରା ବ୍ଲକ ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ

Sunil Chandra Nayak

ପୋଖରୀରେ ବୁଡି ଯୁବକର ମୃତ୍ୟୁ

Sunil Chandra Nayak

ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!