ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ଶ୍ରୀ ଲକ୍ଷ୍ମୀମାଙ୍କ ୧୨୯ତମ ଜନ୍ମ ଦିବସ ପାଳନ କଲେ ଡାବୁଗାଁ ସତସଙ୍ଗୀ ଭାଇ ଓ ମାଆ ମାନେ

ନବରଙ୍ଗପୁର (ମନିସ) ସାରା ବିଶ୍ଵରେ ଆଜି ସତସଙ୍ଗପ୍ରେମୀ ଭାଇ ଓ ମାଆ ମାନେ ଶ୍ରୀ ଶ୍ରୀ ଲକ୍ଷ୍ମୀମା ଙ୍କ ୧୨୯ତମ ଜନ୍ମ ଦିବସ ପାଳନ କରୁଥିବାବେଳେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଚାଉରିଆଗୁଡା ଠାରେ ଥିବା ସତସଙ୍ଗ ବିହାରରେ ପାଳନ ହେବା ସହିତ ସମସ୍ତ ସତସଙ୍ଗ ବିହାର, ସତସଙ୍ଗ କେନ୍ଦ୍ର ମାନଙ୍କରେ ଉଲ୍ଲାସ ସହକାରେ ପାଳନ କରାଜାଉଛି। ଆଜି ସକାଳ ୮ ଘଣ୍ଟା ୫୦ମିନିଟ୍ ସମୟରେ ଶ୍ରୀ ଶ୍ରୀ ଲକ୍ଷ୍ମୀମା ଙ୍କ ୧୨୯ ତମ ଜନ୍ମ ଦିବସ ଅବସରରେ ଡାବୁଗାଁ ସତସଙ୍ଗ୍ ବିହାରରେ ଶ୍ରଧାଳୁ ଭକ୍ତ ଓ ଭକ୍ତିମତି ମାତ୍ରୁ ମଣ୍ଡଳୀ ଙ୍କ ଦ୍ଵାରା ୧୨୯ଟି ଦୀପ ପ୍ରଜ୍ଵଳନ,୧୨୯ ଥର ଶଙ୍ଖ ଧ୍ଵନୀ,୧୨୯ ଥର ବନ୍ଦେ ପୁରୁଷୋତ୍ତମ ଧ୍ଵନୀ ଦେବା ପରେ ପ୍ରାତ ବିନତୀ କରାଜାଇ ସତ୍ୟାନୁସରଣ,ନାରୀର ନୀତି,ପୁଣ୍ୟପୋଥି ଓ ଗିତା ଗ୍ରନ୍ଥ ପାଠ କରାଜାଇ ଭଜନ କୀର୍ତ୍ତନ କରାଜାଇ ବନ୍ଦେ ପୁରୁସୋତ୍ତମ ଧ୍ଵନୀ ଦେଇ ସମାପନ କରାଜାଇଥିଲା ଓ ପରେ ମାଆ ମାନଙ୍କ ଦ୍ଵାରା ମାତ୍ରୁ ସମ୍ମିଳନୀ କରଜାଇ ଥିଲା। ଆଜି ଦିନଟି କାର୍ଜ୍ୟ ଦିବସ ଥିବାରୁ ଆସନ୍ତା କାଲି ରବିବାର ଛୁଟିଦିନରେ ସତସଙ୍ଗ ସହ ଆନନ୍ଦ ବଜାର କରାଜିବ ବୋଲି ସୁଚନା ମିଳିଛି।ଏହି କାର୍ଜ୍ୟକ୍ରମ ରେ ଜାଜକ ଗୋପିନାଥ ବେହେରା ଓ ଗିରିଧାରୀ ସାହୁ,ଶ୍ରଧାଳୁ ଭକ୍ତ ପ୍ରଫୁଲ୍ଲ କୁମାର ପଟ୍ଟନାୟକ,ଭଗବାନ୍ ହୋତା,ମୁରଲିଧର ଡାକୁଆ,ଲକ୍ଷ୍ମିକାନ୍ତ ସାହୁ, ଧବଳ ନାୟକ,ସୁର୍ଜ୍ୟ କାନ୍ତ ପାଢୀ,ରବି ନାରାୟଣ ମହାନ୍ତି ସମେତ ଅନ୍ୟ ଗୁରୁ ଭାଇବ୍ରୁନ୍ଦ ଉପସ୍ତିତ ରହି ସହଜୋଗ କରି ଥିଲେ। ଜୟନ୍ତୀ ନଗର ଶ୍ରଧେୟ ପରିଡା ଭାଇ ଙ୍କ ଘରେ ଅପରାହ୍ନ ୩ ଘଣ୍ଟା ୩୦ମିନିଟ୍ ରେ ମାତ୍ରୁସମ୍ମିଳନୀ ହୋଇଥିଲା।ଏହି ମାତ୍ରୁ ସମ୍ମିଳନୀ ଶ୍ରୀ ଶ୍ରୀ ଲକ୍ଷ୍ମୀମାର ଶ୍ରାବଣ ମାସରେ ଜନ୍ମ ମାସ ହୋଇ ଥିବାରୁ ତା୨୦/୭ରୁ ପ୍ରତ୍ୟେକ ଦିନ ଜଣଙ୍କ ଘରେ ମା ମାନଙ୍କ ପ୍ରଚେଷ୍ଟାଦ୍ୱାରା ମାତ୍ରୁ ସମ୍ମିଳନୀ ଅନୁଷ୍ଟିତ ହୋଇ ଉକ୍ତ କାର୍ଜ୍ୟକ୍ରମ ତା୩୧/୭ ପର୍ଜ୍ୟନ୍ତ ଚାଲୁ ରହିବ ବୋଲି ମା ମାନେ ସୁଚନା ଦେଇଛନ୍ତି।ନବରରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ୍।

Related posts

ଏସ୍‌ଏଚ୍ ୬ କଦଳୀଘାଟି ରାସ୍ତାର ବିପଦସଂକୁଳ ଖାଲ ଯୋଗୁଁ ଦୁର୍ଘଟଣା ଗ୍ରସ୍ତ ହେଲା ଆଲୁମିନିୟମ ବୋଝେଇ କଣ୍ଟେନର

Sunil Chandra Nayak

ଓଡ଼ିଶା ସିଭିଲ ସର୍ଭିସରେ ରାଣୀମାତ୍ ଟୁଡୁଙ୍କ ସଫଳତା

Sunil Chandra Nayak

କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ଅହିଂସା ରଥକୁ ଭବ୍ୟ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!