ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ୟାଙ୍କ୍ ଜମା ଖାତାରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବାବଦରେ ପ୍ରିମିୟମ ପାଇଁ ଟଙ୍କା କରିଥିଲେହେଁ ବୀମା ସହାୟତା ରାଶି ପାଇବାରୁ ବଞ୍ଚିତ ହୋଇଛନ୍ତି ଚାଷୀ

   ବର୍ତ୍ତମାନ ମାନସିକ ଚାପ ରେ ରହିଛନ୍ତି ଚାଷୀ

ରୁପ୍ରା, (ମନିସ ) : ୨୦୨୧ ମସିହା ଖରିଫ୍ ଋତୁରେ ନିଅଣ୍ଟିଆ ବର୍ଷା ପ୍ରଭାବରେ ନର୍ଲାବ୍ଲକ୍ ଅଧିନ ବିଭିନ୍ନ ପଞ୍ଚାୟତରେ ମରୁଡି ପରିସ୍ଥିତି ଦେଖିବାକୁ ମିଳିଥିଲା। ଫଳରେ ଚାଷୀମାନେ ମରୁଡି ପାଇଁ ବୀମା ସହାୟତା ରାଶି ପାଇବା ପାଇଁ ବ୍ୟାଙ୍କ୍ ସମେତ ସହଜ ଜନସେବା କେନ୍ଦ୍ର ମାଧ୍ୟମରେ ବୀମା ବାବଦର ପ୍ରିମିୟମ ରାଶି ଜମା କରିଥିଲେ। ନର୍ଲାବ୍ଲକ୍ ମୁସ୍କୁଟି ଗ୍ରାମ ପଞ୍ଚାୟତ ଅଧିନ ସାଲିଙ୍ଗ୍ ଗ୍ରାମର ଚାଷୀ ଉପେନ୍ଦ୍ର ସାହୁ ମଧ୍ୟ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ପ୍ରିମିୟମ ବାବଦରେ ରୁପ୍ରା ସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଶାଖାରେ ନିଜ ଏକାଉଣ୍ଟ୍ ନମ୍ବର ୩୯୨୩୧୭୨୫୪୦୪ ରେ ପ୍ରିମିୟମ ରାଶି ବାବଦରେ ଗତବର୍ଷ ତା ୨୯/୭/୨୧ରିଖରେ ମୋଟ୍ ୧୪୦୬ ଟଙ୍କା କଟିଥିବା ଜଣାପଡିଛି। ମାତ୍ର କ୍ରପ୍ କଟିଙ୍ଗ୍ ରିପୋର୍ଟ୍ ଆଧାରରେ ପଞ୍ଚାୟତ ଅନୁଯାୟୀ ମରୁଡ଼ି ଘୋଷଣା କରାଯାଇ ଫସଲ ବୀମା ଭୁକ୍ତ ଚାଷୀମାନେ ମରୁଡି ସହାୟତା ରାଶି ପାଉଥିବା ଜାଣିବାକୁ ପାଇଲେ ଉପେନ୍ଦ୍ର। ଉପେନ୍ଦ୍ର ଟଙ୍କା ଉଠାଣ ପାଇଁ ଯେତେବେଳ ରୁପ୍ରା ସ୍ଥିତ ଏସ୍.ବି ଆଇ କୁ ଗଲେ ସେ ତାଙ୍କ ଏକାଊଣ୍ଟ୍ ନମ୍ୱରରେ ବୀମା ସହାୟତା ରାଶି ପାଇବାରୁ ବଞ୍ଚିତ ହୋଇଥିବା ଜାଣିବାକୁ ପାଇଲେ। ତାପରେ ଉକ୍ତ ଚାଷୀ ଏସ୍. ବି. ଆଇ ଶାଖା ପରିଚାଳକଙ୍କୁ ଏବାବଦରେ ପଚାରିବାକୁ ଶାଖା ପରିଚାଳକ ବୀମା ଟଙ୍କା ତୁମ ଖାତାରେ ଜମା ହୋଇନାହିଁ ବୋଲି କହିଥିଲେ, ଫଳରେ ଉକ୍ତ ଚାଷୀ ମାନସିକ ଚାପରେ ରହିଥିବା ବେଳେ ସେ କୃଷି ବୀମା କମ୍ପାନୀ ସହିତ ଯୋଗାଯୋଗ କରିଥିଲେ । କୃଷି ବୀମା କମ୍ପାନୀ ଭୂବନେଶ୍ବର ତରଫରୁ ଆଞ୍ଚଳିକ ମୂଖ୍ୟ ଶାଖା ପ୍ରବନ୍ଧକ ଅନୁପମ ଦାସ ଗତ ତା ୨୧/୬ ରିଖ ଦିନ ଉପେନ୍ଦ୍ର ସାହୁଙ୍କୁ ଚିଠି ମାଧ୍ୟମରେ ଜଣାଇ ଦେଲେ ଯେ ଏସବିଆଇ ରୁପ୍ରା ଶାଖାରୁ ତାଙ୍କ ନାମରେ କୃଷି ବୀମା ପାଇଁ କୌଣସି ପ୍ରିମିୟମ ରାଶି ଜମା କରାଯାଇ ନଥିବାରୁ ବୀମା ସହାୟତା ରାଶି ପାଇବାରୁ ବଞ୍ଚିତ ହୋଇଥିବା ପ୍ରକାଶ କରିଛନ୍ତି। ଏବାବଦରେ ରୁପ୍ରା ଏସବିଆଇ ଶାଖା ପରିଚାଳକଙ୍କ ମତାମତ ଜାଣିବାରୁ କହିଲେ ମୁଁ ଆର୍.ବି.ଓ ତଥା ଉପରିସ୍ଥ ଅଧିକାରୀଙ୍କୁ ଘଟଣା ସଂପର୍କରେ ଜଣାଇ ଦେଇଛି, ଏଣୁ ତଦନ୍ତ ପରେ ଏବାବଦରେ ଜଣାପଡିବ ବୋଲି କହିଥିଲେ। ଏବାବଦରେ ଚାଷୀ ଉପେନ୍ଦ୍ର ସାହୁ କହିଲେ ଜମାଖାତାରୁ ପ୍ରିମିୟମ କଟି ମଧ୍ୟ କାହାର ଭୁଲ୍ ଯୋଗୁଁ ପ୍ରଧାନମନ୍ତ୍ରୀ ଫସଲ ବୀମା ସହାୟତା ରାଶି ପାଇବାରୁ ବଞ୍ଚିତ ହେଲି, ମୁଁ ଜାଣି ପାରୁ ନାହିଁ, ଏଣୁ ଆଇନ୍ ର ଆଶ୍ରୟ ନେବି ବୋଲି ସୂଚନା ଦେଇଥିଲେ ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ

Related posts

କୁଡୁମି ସଂପ୍ରଦାୟ ଉପରେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ବିବାଦୀୟ ମନ୍ତବ୍ୟ ନେଇ କୁଡୁମି ସେନା ପକ୍ଷରୁ ରାଇରଙ୍ଗପୁରରେ ପ୍ରତିବାଦ

Sunil Chandra Nayak

ପାନାବେଡା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ରେ ବୃକ୍ଷ ରୋପଣ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!