ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ୟବସାୟିକ ବିକାଶ ତାଲିମ ଶିବିର

ମ.ରାମପୁର,୩୧/୭( ମସୀହା): ମହାଶକ୍ତି ଫାଉଣ୍ଡେସନ ତରଫରୁ ତଥା ୟେସ ଫାଉଣ୍ଡେସନ ସହାୟତା ରେ ମ.ରାମପୁର ସଞ୍ଚୟ ଶକ୍ତି ଭବନ, ବୁରାଟ ପରିସରରେ ଜୁଲାଇ ୨୯,୩୦ ଓ ୩୧ ତାରିଖ ବ୍ୟବସାୟ ବିକାଶ ସେବା, ବିଡ଼ିଏସ୍ ର ତିନିଦିନିଆ ତାଲିମ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ବଳନ କରି କାର୍ଯକ୍ରମ ର ଶୁଭାରମ୍ଭ କରିଥିଲେ ଏବଂ କାର୍ଯକ୍ରମ ସମ୍ପର୍କ ରେ ସୂଚନା ଦେଇଥିଲେ l ବିକାଶ ରଞ୍ଜନ ସିଂଦେଓ ସମ୍ମାନିତ ଅଥିତି ଭାବରେ ଯୋଗଦାନ କରିଥିଲ l ମହାଶକ୍ତି ଫାଉଣ୍ଡେସନ ର କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ କାର୍ଯକ୍ରମ ର ପରିଚାଳନା କରିଥିଲେ l ଜ୍ୟୋତିଷ ନାୟକ ଓ ମମୀତା ପୂଜାରୀ ସହଯୋଗ କରିଥିଲେ। ଉକ୍ତ ତାଲିମ କାର୍ଯ୍ୟକ୍ରମ ରେ ମ.ରାମପୁର ବ୍ଲକ ର ୩୫ ଜଣ ମହିଳା ଉଦ୍ୟୋଗୀ ଅଂଶ ଗ୍ରହଣ କରିଥିଲେ। ତାଲିମ ଦାତା ଭାବେ ମହାଶକ୍ତି ର ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକ ଉପସ୍ଥିତ ରହି ତାଲିମାର୍ଥି ଙ୍କୁ ଦିଗ ଦର୍ଶନ ଦେଇଥିଲେ ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ

Related posts

କଣ୍ଠେଶ୍ବର ହେଲେ କାଶିପୁର ବ୍ଳକ ଅଧ୍ଯକ୍ଷ

Sunil Chandra Nayak

ଦୀର୍ଘ ୪୦ ବର୍ଷ ପରେ କେସିଙ୍ଗା ମହାବିଦ୍ୟାଳୟକୁ ମିଳିଲା  ପଟ୍ଟା

ଭଏସ ଅଫ ୱେଷ୍ଟର୍ଣ ଓଡ଼ିଶା ପକ୍ଷରୁ ଲିପ୍ସା ମହାରଣା ସମ୍ବର୍ଦ୍ଧିତ

Sunil Chandra Nayak

Leave a Comment

error: Content is protected !!