ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାପ କାମୁଡାରେ ଶିକ୍ଷକ ଙ୍କ ମୃତ୍ୟୁ

ଉତ୍କେଲା,୩୧/୦୭,(ମ ନି ସ ), କେସିଙ୍ଗା ଥାନା ପଥର୍ଲା ପଞ୍ଚାୟତ ର ଯୁବ ଶିକ୍ଷକ ଜୁବରାଜ ମାଝି(୩୯) ଶନିବାର ରାତି ୭ ଟା ସମୟରେ ତାଙ୍କରି ପ୍ୟାଣ୍ଟ ପିନ୍ଧିଥିବା ଭିତରେ ଏକ (କଲେର) ସାପ ରହି କାମୁଡିଥିଲା। ସେ ଜାଣିବା ପରେ କେସିଙ୍ଗା ସରକାରୀ ଡାକ୍ତରଖାନାରେ ଇନଜେକ୍ସନ ମଧ୍ୟ ନେଇ ଘରକୁ ଫେରିଥିବା ଜଣାପଡିଛି। ପୁଣି ପାହାନ୍ତିଆ ଆଡେ ତାଙ୍କ ଦେହ ଅସୁସ୍ଥତା ଅନୁଭବ ପରେ ପୁଣି ଡାକ୍ତରଖାନା ନେବା ପରେ ସେଠାରେ ତାଙ୍କୁ ମୃତ୍ୟୁ ହୋଇଥିବା କହିଛନ୍ତି ପରିବାର ଲୋକେ। ସେ ଗୌଡତୁଲା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକତା କରୁଥିଲେ। ତାଙ୍କର ଛୋଟ ଦୁଇ ପୁଅ ରହିଛି। ତାଙ୍କରି ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପରିବାର କୁ ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବୀ ହେଉଛି।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ସାରା ଦେଶରେ ଆଜିଠୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟାନ…

ବିଜୟ ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟ  ଉଦ୍ଘାଟନ ଉତ୍ସବ 

Sunil Chandra Nayak

ନର୍ମଦା ନାୟକ ଙ୍କ କବିତା ଜୀବନ ନଈ

Sunil Chandra Nayak

Leave a Comment

error: Content is protected !!