ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିରୀହ ଯୁବକ ଙ୍କୁ ଉଲଗ୍ନ କରି ମାଡ

ଚନ୍ଦାହାଣ୍ଡି (31/7( ମନିସ ) ଭୁଲିଗଲେ ମାନବିକତା । ଜଣେ ଯୁବକଙ୍କୁ ରାସ୍ତାରେ ହାତ ବାନ୍ଧି ଅମାନବିକ ଭାବେ ମାଡ଼ ମାରିଛନ୍ତି କେତେକ ଯୁବକ । ଯଦି ଜଣେ କିଛି ଭୁଲ କରିଛି ଓ ଅନ୍ୟ କିଛି ସନ୍ଦେହ ରହିଛି ତେବେ ପୋଲିସ ଓ ଆଇନର ଆଶ୍ରୟ ନେଇ ପାରିବ । ସତେ ଯେମିତି କିଛି ବଡ଼ ଭୁଲ କଲା ଭଳି କଙ୍ଗାରୁ କୋର୍ଟ କରି ମାଡ଼ ମାରିବା ଓ ସର୍ବ ସାଧାରଣରେ ଉପହାସ କରି ଦଣ୍ଡିତ କରିବା ମାନବ ଅଧିକାରକୁ କ୍ଷୁର୍ଣ୍ଣ କରୁଛି । ଏନେଇ ସରକାର ତଥା ପୋଲିସ ଓ ପ୍ରଶାସନର ପଦକ୍ଷେପ ଜରୁରୀ ହୋଇ ପଡିଛି । ଏହିଭଳି ଏକ ଘଟଣାରେ ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ମୋତିଗାଁରେ ଦେଖାଦେଇଛି । ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରୀଗୁଡା ପଂଚାୟତ ଅଧିନ ମୋତିଗାଁରେ ବୃନ୍ଦାବନ ସାନ୍ତାକୁ କିଛି ଲୋକ ହାତ ବାନ୍ଧି ନିର୍ଧୁମ ଭାବରେ ଚୁଟି ଧରି ବାଡ଼ିରେ ମାଡ଼ ମାରିଛନ୍ତି । ଏହାର ଭିଡିଓ ଜାରିକରି ସୋସିଆଲ ମିଡିଆରେ ଭାଇରଲ କରାଯାଇଛି । ବୃନ୍ଦାବନ ଘର ଝରିଗାଁ ବ୍ଲକ ଅଧିନ ଡ଼ରକିଗୁଡା ଗାଁରେ । ସକାଳୁ ମଟର ସାଇକଲ ନେଇ ତାଙ୍କ ଜଣେ ସହ ପାଠୀଙ୍କୁ ଭେଟିବାକୁ ଖାପରାଡ଼ିହି ଗାଁକୁ ଯାଇ ଫେରୁଥିଲେ । ରାସ୍ତାରେ ପେଟ୍ରୋଲ ସରିଯିବାରୁ ମୋତିଗାଁ ରାସ୍ତାକଡ଼ର ମଟର ସାଇକଲ ରଖି ଏକ ଗଛ ମୂଳରେ ବସିଥିଲେ । କିଛି ଯୁବକ ଓ ସ୍ଥlନିୟ ଲୋକ ବୃନ୍ଦାବନ ଙ୍କୁ ପିଲା ଚୋର ଓ ମଟର ସାଇକଲ ଚୋର କହି ହାତକୁ ବାଡ଼ି ପକାଇ ବାନ୍ଧିବା, ଛୁଟି ଧରି ହାତ ବାନ୍ଧିବା ଭଳି ଅନେକ ଭିଡିଓ କରି ନିର୍ଧୁମ ଭାବେ ଉଲଗ୍ନ କରି ମାଡ଼ ମାରିଥିବା କୁହାଯାଉଛି । ଖବର ପାଇଁ ଚନ୍ଦାହାଣ୍ଡି ପୋଲିସ ପହଁଛି ବୃନ୍ଦାବଙ୍କୁ ଉଦ୍ଧାର କରିବା ସହ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଓ ତଦନ୍ତ କରାଯିବା ପରେ ନବରଙ୍ଗପୁର ଜିଲା ସଦର ମହାକକୁମା ଡାକ୍ତର ଖାନାକୁ ଅଧିକ ଚିକିତ୍ସା ପାଇଁ ପଠାଇ ଦିଆ ଯାଇଛି । ଡାକ୍ତର ସୌମ୍ୟରଞ୍ଜନ ସାହୁ କହିବା ଅନୁଯାୟୀ ବୃନ୍ଦାବନଙ୍କ ଶରୀରରେ ଗଭୀର ଆଘାତ ହୋଇଛି । ଅଚେତ ଅବସ୍ଥାରେ ରହିଥିବାରୁ ତାଙ୍କର ଚିକିତ୍ସା କରାଯାଇ ଅଧିକ ଚିକିତ୍ସା ପାଇଁ ପଠାଯାଇଛି । ବାପା ବୃନ୍ଦାବନ ବୈଦ୍ୟ ସାନ୍ତା ଚାନ୍ଦାହାଣ୍ଡି ଥାନାରେ ମୋତିଗାଁ ର କ୍ଷୀରଚନ୍ଦ୍ର ନାୟକ, ବବିନା ତ୍ରିପାଠୀ, ସିରାଜ ଵେଶ୍ରା, ବୁଧେଶ୍ୱର ଵେଶ୍ରା, କ୍ଷେତରାଜ ଵେଶ୍ରା, ବନବାସୀ ନାୟକ, କପିଳ ରାଣା, ଦୁସା ତ୍ରିପାଠୀ,ଫୁଣ୍ଡେଲପଡା ଗ୍ରାମରମୋହନ ନାୟକ, ଉଗ୍ରେସନ ପଟେଲନଙ୍କ ନାମରେଏତଲା ଦେଇଛନ୍ତି । ବାପା ବୈଦ୍ୟ କହିବା ଅନୁଯାୟୀ ପୁଅ କାହାସହ ଅଧିକ ଗପସପ କରେ ନାହିଁ । କମ କଥା କରେ । ତେବେ ବୃନ୍ଦାବନ କୋରାପୁଟ ଠାରେ ନବୋଦୟ ବିଦ୍ୟାଳୟରେ ପାଠପଡିବା ପରେ ଯୁକ୍ତ ୩ ମଧ୍ୟ ସେଠାରେ କରିଛନ୍ତି । ଚେନାଇରେ ଏମ.ଏ ପାସ କରି ଏବେ ପଣ୍ଡିଚେରୀ ରେ ପିଏଚଡି କରୁଛନ୍ତି । ସେ ବେଶ ବୁଶାରୁ ଅଲେଖ ଧର୍ମାବଲମ୍ବି ଭଳି ଦେଖା ଯାଉଥିଲେ ମଧ୍ୟ ଉଚ୍ଚ ଶିକ୍ଷିତ ବୋଲି ସୂଚନା ମିଳିଛି । ଅନ୍ୟ ପକ୍ଷରେ ପଡୋଶୀ ଜିଲା କଳାହାଣ୍ଡି ଜିଲାରେ ଡକାୟତି ଦଳ ମlତିଥିବା ବେଳେ ଏଠାରେ ମଧ୍ୟ ଲୋକେ ଅନ୍ୟ ବାହାର ଲୋକଙ୍କୁ ସନ୍ଦେହ କରିଆସୁଛନ୍ତି । ଏନେଇ ପ୍ରଶାସନ ପକ୍ଷରୁ ସଚେତନ କରାଯିବା ଆବଶ୍ୟକ ରହିଛି ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

କଲଚରାଲ ଏକାଡେମୀର ୩୧ତମ ପତ୍ର ପତ୍ରିକା ଦିବସ ପାଳିତ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଶିକ୍ଷକ ଶିବରାଜ ସାହୁଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!