ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ଦଶ ହଜାର ଟଙ୍କା ଜରିମାନା

ଧର୍ମଗଡ: ୦୧/୦୮/୨୨  ୧୨ ବର୍ଷ ତଳେ ହୋଇଥିବା ଏକ ଦୁଷ୍କର୍ମ ମାମଲାର ବିଚାର କରି ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରାଜଜ ବନ୍ଦନା କର ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । କୋର୍ଟର ଆଦେଶ ପରେ ଅଭିଯୁକ୍ତକୁ ଜେଲ ହାଜତକୁ ପଠାଇ ଦିଆଯାଇଛି।   ଘଟଣା ଅନୁଯାୟୀ ଜୟପାଟଣା ଥାନା ଅନ୍ତର୍ଗତ କରମେଲୀ ଗାଁର ଜନୈକା ଯୁବତୀ ଜଣକ ଗତ ୧୪/୧/୧୦ ତାରିଖ ଦିନ ନିଜ ଘର‌ଠାରୁ ୧କିମି ଦୂରରେ ଥିବା ବାଇଗଣ ବାରି କୁ ପନିପରିବା ତୋଳିବାକୁ ଯାଇଥିଲେ । ସେଠାରେ ସେହି ସମୟରେ ସେହି ଗାଁର ବୈଷ୍ଣବ ମାଝୀ ନାମକ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏ ନେଇ ପ୍ରଥମେ ଗ୍ରାମ ରେ ଏକ ପଞ୍ଚାୟତ ବସି ଥିଲା ପରେ ଏନେଇ ପରିବାର ଲୋକେ ଜୟପାଟଣା ଥାନାରେ ଏତଲା ଦେବା‌ ପରେ ଜୟପାଟଣା ପୋଲିସ ଏକ ମାମଲା କେସ ନଂ-୭୪ u/s 376 ରୁଜୁ କରି ଅଭିଯୁକ୍ତ ବୈଷ୍ଣବଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାର ଶୁଣାଣି କରି ଆଜି ସୋମବାର ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରାଜଜ ବନ୍ଦନା କର ଅଭିଯୁକ୍ତ ବୈଷ୍ଣବ ମାଝୀ କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ହଜାର ଟଙ୍କା ଜୋରିମାନା ଦଣ୍ଡା ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ହେଲେ ୧ ବର୍ଷ ଅଧିକ ସଶ୍ରମ କାରାଦଣ୍ଡା ରେ ଅଭିଯୁକ୍ତ ଦଣ୍ଡିତ ହେବ ବୋଲି ରାୟ ରେ ଉଲ୍ଲେଖ କରାଯାଇଛି । ସରକାରୀ ଓକିଲ ଥବିର ପ୍ରସାଦ ସାହୁ ଏହି କେସ ପରିଚାଳନା କରିଥିଲେ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ 

Related posts

କବିତା – ଡର

Sunil Chandra Nayak

କଳାହାଣ୍ଡି ଲେଖିକା ସଂଘର ୨୨ତମ ବାର୍ଷିକ ଉତ୍ସବ ପାଳିତ

Sunil Chandra Nayak

ଡିହସାହି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ମାଡରେ ସହକାରୀ ଶିକ୍ଷୟତ୍ରୀ ଆହତ, ଘଷିପୁରା ଥାନାରେ ମାମଲା

Sunil Chandra Nayak

Leave a Comment

error: Content is protected !!