ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟ୍ରାଫିକ ବ୍ୟବସ୍ଥା ନେଇ ଖଡ଼ିଆଳ ବନ୍ଦ କରିବ ସଚେତନ ନାଗରିକ ମଞ୍ଚ

ନୂଆପଡା ଜିଲ୍ଲାର ଖଡ଼ିଆଳ ଏକ ପ୍ରମୁଖ ସହର।ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ ବ୍ୟବସାୟ ପାଇଁ ଜିଲ୍ଲାର ଅଧିକାଂଶ ଲୋକ ଏହା ଉପରେ ନିର୍ଭର କରିଥାନ୍ତି।କିନ୍ତୁ ଟ୍ରାଫିକ ବ୍ୟବସ୍ଥା ଠିକ ନଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଅଛି।ଗତକାଲି ମଧ୍ୟ ଏକ ଟ୍ରକ ଧକ୍କାରେ ଜଣେ ବାଇକ ଆରୋହିଙ୍କ ମୃତ୍ୟୁ ଘଟିଥିଲା।ଏନେଇ ଖଡ଼ିଆଳ ସଚେତନ ନାଗରିକ ମଞ୍ଚ ଉଦବେଗ ପ୍ରକାଶ କରି ଆସନ୍ତା କାଲି ବିଭିନ୍ନ ଦାବି ନେଇ ବନ୍ଦ ଡାକରା ଦେଇଛନ୍ତି।ଖଡ଼ିଆଳ ସହରର ବିଭିନ୍ନ ମୁଖ୍ୟ ରାସ୍ତାରେ ମନମୁଖି ଭାରୀଯାନ ଗାଡି ଚଲାଚଳ କୁ ବନ୍ଦ କରିବା ସହ ବିଭିନ୍ନ ପ୍ରମୁଖ ଜନଗହଳି ଛକରେ ଟ୍ରାଫିକ ପୁଲିସ ମୁତୟନ,ରାସ୍ତାର ସ୍ପିଡ଼ ବ୍ରେକର ସହ ସ୍ପିଡ ନିୟନ୍ତ୍ରଣ,ବାଇପାସ ରାସ୍ତା ନିର୍ମାଣ ଆଦି ଦାବି ନେଇ ଖଡ଼ିଆଳ ସହର ବାସି ଖଡ଼ିଆଳ ଏନଏସି ଅଫିସ ଆସି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।ଆସନ୍ତା କାଲି ସକାଳ ସାତ ଟାରୁ ସନ୍ଧ୍ୟା ସାତ ଟା ପର୍ଯ୍ୟନ୍ତ ଖଡ଼ିଆଳ ସହରର ଦୋକାନ ବଜାର ବନ୍ଦ ରହିବା ସହ ଯାନବାହନ ଯାତାୟାତ ବନ୍ଦ ରହିବ।ଏନେଇ ଖଡ଼ିଆଳ ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ କୁମାର ଆଚାର୍ଯ୍ୟଙ୍କୁ ପଚାରିବାରୁ ଟ୍ରାଫିକ ବ୍ୟବସ୍ଥା ରେ ଉନ୍ନତି ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଅବକାରୀ ବିଭାଗ ର ଦୁଇଟି ସ୍ଥାନରେ ଚଢ଼ାଉ , ବ୍ୟାପକ ମାତ୍ରାରେ ପୋଚ ଓ ମଦ ରନ୍ଧା ସାମଗ୍ରୀ ନଷ୍ଟ

Sunil Chandra Nayak

ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ନିଲିଗିରି ଠାରେ ହୋଇଥିବା ସାମ୍ବାଦିକଙ୍କୁ ଆକ୍ରମଣ ଓ ଅତ୍ୟାଚାର ବିରୁଦ୍ଧରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ହେ ଇଶ୍ଵର

Sunil Chandra Nayak

Leave a Comment

error: Content is protected !!