ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚୋରା ବାଲି ଚାଲାଣ ଉପରେ ପ୍ରଶାସନିକ ଅଧିକାରୀଙ୍କ ନଜର ପଡିବ କେବେ

ନବରଙ୍ଗପୁର (ମନିସ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ରେ ଚାଲିଥିବା ବାଲି ମାଫିଆ ଙ୍କ ଆତଙ୍କ ରେ ଅଞ୍ଚଳ ବାସି ପୁରା ଗୁରୁଣ୍ଡି ଗୁରୁଣ୍ଡି ହନ୍ତସନ୍ତ୍ ହେବାରେ ଲାଗିଛନ୍ତି। ତଥାପି ପ୍ରଶାସନ ତରଫରୁ କୌଣସି ବଡ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ବେଆଇନ ଭାବରେ ଦିନକୁ ଦିନ ଶହ ଶହ ବାଲି ବୋଝେଇ ଟ୍ରକ ରେ ବାଲି ବିଭିନ୍ନ ଘାଟ ରୁ ବାହାରି ଜିଲ୍ଲା ବାହରେ ତଥା ରାଜ୍ୟ ବାହାରେ ପଠା ଯାଉଥିବା ଦେଖିବାକୁ ମିଳୁଛି। ପ୍ରଶାସନ କୁ ବାଲି ମାଫିଆ ଙ୍କ ଆଉ କୌଣସି ଖାତିର ନାହିଁ କହିଲେ ଚଳେ। ଅନ୍ୟ ପଟେ ଅଞ୍ଚଳ ବାସି ଙ୍କୁ ଟିକେ ବାଲି ମିଳିବା କଷ୍ଟ ସାଧ୍ୟ ହୋଇପଡିଛି। ପ୍ରତ୍ୟେକ ଦିନ ବାଲି ଘାଟ ରୁ ଶହ ଶହ ଟ୍ରକ ବାଲି ନେଇ ଯାଉଥିବା ଜୋଗୁଁ ବିଭିନ୍ନ ରାସ୍ତା ଘାଟ ର ଅବସ୍ଥା କଦର୍ଯ୍ୟ ହେଉଥିବା ଅଭିଯୋଗ ହେଉଛି। ବିଗତ ଦିନରେ ଜିଲ୍ଲାପାଳ ଙ୍କ ଜନଶୁଣାଣୀ ଅଭିଯୋଗରେ ବାଲି ମାଫିଆ ବା ବାଲି ଚୋରାଚାଲାଣ ବିଷୟରେ ଜିଲ୍ଲାପାଳ ଙ୍କୁ ମଧ୍ୟ ଅବଗତ କରାଯାଇଥିଲା। ଜିଲ୍ଲାପାଳ ବାଲି ମାଫିଆ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ତୁରନ୍ତ ନେବା ପାଇ କୋଡିଙ୍ଗା ତହସିଲଦାର ଙ୍କୁ ନିର୍ଦ୍ଧେଶ ମଧ୍ୟ ଦେଇଥିବା ଦେଖିବାକୁ ମିଳିଥିଲା। କିନ୍ତୁ କାହିଁ ଏ ପର୍ଯ୍ୟନ୍ତ ତହସିଲଦାର୍ କୌଣସି ପଦକ୍ଷେପ ଗ୍ରହଣ କରିନ ଥିବା ଦେଖିବାକୁ ମିଳିଛି। ପୁନଃ ସେହି ଭଳି ଏବେ ବି ଦିନ ରାତି ବାଲି ମାଫିଆ ଙ୍କ ରାଜ୍ ଚାଲିଛି। ବାଲି ଟ୍ରକ ଯାଇ ଯାଇ ରାସ୍ତା ଉପରେ ବଡ ବଡ ଗର୍ତ୍ତ ସୃଷ୍ଟି ହେଉଛି। ଛୋଟ ଛୋଟ ଯାନବାହାନ ଯିବା କଷ୍ଟକର ହୋଇପଡ଼ିଛି। କୋଷାଗୁମୁଡ଼ା ସଦରମହକୁମା କୁ ସଂଯୋଗ କରୁଥିବା ରାସ୍ତା ଘାଟ ନଷ୍ଟ ହେବାରେ ବସିଲାଣି। କିନ୍ତୁ ଏହି ସବୁ ବିଷୟ ଉପରେ ପ୍ରଶାସନ ର ନଜର ନ ପଡ଼ିବା ,ଲାଗୁଛି ସତରେ ପ୍ରଶାସନ ଓ ବାଲି ମାଫିଆ ଙ୍କ ମଧ୍ୟରେ କିଛି ସଲାସୁତରା ରହିଛି, ବୋଲି ଅଞ୍ଚଳ ବାସି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଗରିବ ଅସହାୟ ନିଜ ଘର କାମ ପାଇ ଟ୍ରାକ୍ଟର ରେ ଆଣୁଥିବା ବାଲି ଉପରେ ତ ରାଜସ୍ବ ବିଭାଗ ର ନଜର ତୀକ୍ଷ୍ମ କିନ୍ତୁ ଦିନ ରାତି କୋଷାଗୁମୁଡ଼ା ବ୍ଲକ ରେ ରହିଥିବା ବିଭିନ୍ନ ବାଲି ଘାଟ ରୁ ରାତି ଦିନ ବାଲି ଜିଲ୍ଲା ବାହାର କୁ ଓ ରାଜ୍ୟ ବାହାରକୁ ଯାଉଛି ତା ଉପରେ ରାଜସ୍ବ ବିଭାଗ ର ନଜର ପଡୁ ନ ଥିବାକୁ ନେଇ, ଏବେ ଅଞ୍ଚଳ ରେ ଦିନକୁ ଦିନ ଅସନ୍ତୋଷ କୁହୁଳି ବାରେ ଲାଗିଛି। ଯଦି ବାଲି ମାଫିଆ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ତାହା ହେଲେ ଆଗାମୀ ଦିନରେ ଆନ୍ଦୋଳନ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବୁ ବୋଲି କିଛି ସ୍ବେଛାସେବୀ ସଂଗଠନ ତରଫରୁ ମନ୍ତବ୍ୟ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଦେଖିବାକୁ ବାକି ରହିଲା ଯେ ପ୍ରଶାସନ ତରଫରୁ ବାଲି ମାଫିଆ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନା ଏମିତି ହିଁ ବାଲି ମାଫିଆ ଙ୍କ ଆତଙ୍କ ଅଞ୍ଚଳବାସି ଙ୍କ ଉପରେ କାୟମ୍ ରହିଥିବ। ତୁରନ୍ତ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇ କାର୍ଯ୍ୟନୁଷ୍ଟାନ ନେବାକୁ ଦ୍ରୁଢ ଦାବି ହେଉଛି।

ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁସ।

Related posts

ବାସନ୍ତୀ ପରିଷଦ ପଡିଆକୁ ସଂକୁଚିତ କରିବା ପାଇଁ ଉଦ୍ୟମକୁ ନେଇ ଉଦବେଗ

Sunil Chandra Nayak

ପାପଡାହାଣ୍ଡିରେ ଲଘୁଚାପ ଜନିତ ଲଗାଣ ବର୍ଷା, ବହୁ ଘର ଓ ଦୋକାନରେ ପସିଲା ପାଣି  

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜୟନ୍ତୀ

Sunil Chandra Nayak

Leave a Comment

error: Content is protected !!