ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ 

ଭବାନୀପାଟଣା ତା ୨.୮.୨୦୨୨ (ମ ନି ସ ) ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ବୈଠକ ରେ ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଅମିତ୍ କୁମାର ଟୁଡୁ ଗତ ୨୫.୪.୨୦୨୨ ତାରିଖ ରେ ଅନୁଷ୍ଠିତ ସଡ଼କ ସୁରକ୍ଷା ବୈଠକ ର ସମୀକ୍ଷା ଓ ପଦକ୍ଷେପ ଉପରେ ଏଜେଣ୍ଡା ଅନୁଯାୟୀ ସୂଚନା ଦେଇଥିଲେ ।ଜିଲ୍ଲାରେ ମୋଟ ୯ ଟି ବ୍ଲକ ସ୍ପଟ୍ ରୁ ଦୁର୍ଘଟଣା ହ୍ରାସ ପାଇଁ ପଦକ୍ଷେପ ଯୋଗୁଁ ବର୍ତ୍ତମାନ ୬ ଟି ବ୍ଲାକ ସ୍ପଟ୍ କନ୍ତେଶିର,ଉତ୍କେଲା , ଚାଞ୍ଚେର,ହାତୀ ବ୍ରିଜ, ଆମପାନି , କାଊଡୋଳା ଛକ ରୁ ହାଇସ୍କୁଲ ପର୍ଯ୍ୟନ୍ତ ସୀମିତ ରହିଛି। ସ୍କୁଲ ଏବଂ ହସ୍ପିଟାଲ ଛାଡ଼ି ଜାତୀୟ ରାଜପଥରେ ଥିବା ସମସ୍ତ ହମ୍ପସ୍ ଓ ସ୍ପିଡ୍ ବ୍ରେକର କୁ ହଟାଇଦିଆଯାଇଛି ଏବଂ ବର୍ଷା ଋତୁରେ ରାଜପଥ କଡ଼ରେ ଅନାବନା ଗଛ ଓ ବଡ଼ ଗଛ ଡ଼ାଳକୁ ସଫା କରାଯାଇଛି ।ସେଭଳି ଏନ୍ ଏଚ କଡ଼ରେ ମଲ ଓ ସପିଙ୍ଗ ସେଣ୍ଟର୍ ଯୋଗୁଁ ଟ୍ରାଫିକ ସମସ୍ୟା ଗୁରୁତର ଯୋଗୁ ଭବାନୀପାଟଣା ମ୍ୟୁନିସିପାଲଟି ,ଜୁନାଗଡ଼ ଓ କେସିଙ୍ଗା ଏନ୍ ଏ ସି କୁ ପଦକ୍ଷେପ ନେବାକୁ କୁହାଯାଇଛି। ଦେପୂର୍ ରୁ ମାଡିଂ ଭାୟା ପାଷ୍ଟିକୁଡ଼ି, ଛତିକୁଡ଼ା ରୁ ବିଶ୍ୱନାଥପୂର୍ ଛକ୍ର ଆର୍ ଏଣ୍ଡ ବି ଦ୍ଵାରା ଶୀଘ୍ର କାର୍ଯ ସମାପନ ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଆର୍ ଟି ଓ ଶ୍ରୀ ରାମ ନିବାସ ସିର୍କା ମେ ୨୦୨୨ ରୁ ଜୁଲାଇ ୨୦୨୨ ମଧ୍ୟରେ ନିଆଯାଇଥିବା କାର୍ଯକାରୀ ପଦକ୍ଷେପ ଉପରେ ସବିଶେଷ ସୂଚନା ଦେଇଥିଲେ। ସିଟ ବେଲଟ୍ ନ ପିନ୍ଧିବା, ବିନା ହେଲମେଟ ରେ ଗାଡି ଚାଳନା,ଦୃତ ଗତି ,ମୋବାଇଲ ରେ କଥା ହୋଇ ଗାଡ଼ି ଚାଳନା,ମଦ୍ୟପାନ ସହ ଗାଡ଼ି ଚାଳନା,ଅଧିକ ଓଜନ ନେଇ ଏବଂ ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ ରେ ମେ ମାସରେ ୯୭ ଡି ଏଲ୍ ,ଜୁନ ମାସରେ ୪୦ ଟି ଡି ଏଲ୍ ଓ ଜୁଲାଇ ରେ ୫୯ ଟି ଡି ଏଲ୍ ସସ୍ପେଣ୍ଡ କରାଯାଇଛି ।ସେଭଳି ଇ ଚାଲାଣ ମାଧ୍ୟମରେ ଏହି ତିନି ମାସରେ ୧୫,୫୬,୪୬୬ ଟଙ୍କା ଆଦାୟ ହୋଇଛି । ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଆମ୍ ପାଣି ଘାଟି ରାସ୍ତା ମୋଡ଼ ରେ ଦର୍ପଣ ବ୍ୟବସ୍ଥା କିମ୍ବା ଉଜ୍ଜଳ ଷ୍ଟିକରିଂ ,ପୋଲିସ ଏବଂ ଆର୍ ଟି ଓ ବିଭାଗ ଦ୍ଵାରା ଘନ ଘନ କଡ଼ା ଯାଞ୍ଚ ,ଏନ୍ ଏ ସି ଓ ମ୍ୟୁନିସିପାଲଟି ତରଫରୁ ଗାଈ ମାନଙ୍କୁ ରାସ୍ତାରୁ ହଟାଇ କାଞ୍ଜିହୁଦାରେ ରଖିବା ଉପରେ ଗୁରୁତ୍ବ ଦେଲେ । ସେଭଳି ମାଲବାହୀ ଟ୍ରକ୍ ,ଓଜନିଆ ଯାନ କୁ ସହର ମଧ୍ୟରେ ପ୍ରବେଶ ସମୟ ସ୍ତିର କରିବାକୁ ଟ୍ରକ୍ ମାଲିକ ସଂଘ ତଥା ବସ୍ ମାଲିକ ସଂଘ ସହିତ ଏକ ବୈଠକ ଆୟୋଜନ କରିବାକୁ ଆର୍ ଟି ଓ ଙ୍କୁ କହିଥିଲେ।ସଭାରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଉନ୍ନୟନ ଅଧିକାରୀ,ଜିଲ୍ଲା ପରିଷଦ ଶ୍ରୀ ସୁଶାନ୍ତ କୁମାର ପଟେଲ, ସି ଡ଼ି ଏମ ଓ ଡ ରଞ୍ଜନ ମିତ୍ର,ଏନ୍ ଏଚ ବିଭାଗୀୟ ଯନ୍ତ୍ରୀ,ଦି ଡି ଆଈ ପି ଆର୍ ଓ ମନୋଜ ବେହେରା, ଏନ୍ ଏ ସି କେସିଙ୍ଗା ନିର୍ବାହୀ ଅଧିକାରୀ,ଅବକାରୀ ଅଧିକାରୀ, ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Related posts

କାମାକ୍ଷା ନଗରରେ ଜାଗା ସମ୍ପର୍କ କାର୍ଯ୍ୟକ୍ରମ

ଶିଶୁ ମହୋତ୍ସବ ସୁରଭି , ମନ ମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ

Sunil Chandra Nayak

ଖଡ଼ିଆଳ ପୌର ପରିଷଦ ଅଧକ୍ଷ ରୂପେ ଉଜ୍ଜ୍ୱଳ ଗୁପ୍ତା ନେଲେ ଦାୟିତ୍ବ

Sunil Chandra Nayak

Leave a Comment

error: Content is protected !!