ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚୋର ସନ୍ଦେହ ରେ ଉଚ୍ଚ ଶିକ୍ଷିତ ଯୁବକକୁ ମାଡ ମାରିବା ସହ ଉଲଗ୍ନ ଘଟଣା, ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

ଚନ୍ଦାହାଣ୍ଡି( ମ ନିସ ) ଜଣେ ନିରୀହ ଉଚ୍ଚ ଶିକ୍ଷିତ ଯୁବକକୁ ଚୋର ସନ୍ଦେହ ରେ ନିସ୍ତୁକ ମାଡ ମାରିବା ସହ ଉଲଗ୍ନ କରିଯାଇଥିବା ଘଟଣାରେ ଚନ୍ଦାହାଣ୍ଡି ଥାନା କେସ ନମ୍ବର ୯୩/୨୨ ପ୍ରକାରେ ଦଶ ଜଣ ବ୍ୟକ୍ତି ଖିରଚନ୍ଦ୍ର ନାୟକ, ସିରାଜ ବେଶ୍ରା,ଭୁବନେ ତ୍ରିପାଠୀ, ବୁଧେଶ୍ବର ବେଶ୍ରା,କ୍ଷେଦ ରାଜ ବେଶ୍ରା,ବନବାସୀ ନାୟକ, କପିଳ ରଣା,ଦିବ୍ୟ ରଞ୍ଜନ ତ୍ରିପାଠୀ, ମୋହନ ନାୟକ ଓ ଉଗ୍ରେସନ ପଟେଲ ଙ୍କ ନାମରେ ଆଇପିସିର ଧାରା ୧୪୭/୧୪୮/୩୪୧/୨୯୪/୫୦୬/୧୪୯ ଏବଂ ଏସସି ଏସଟି ଆଟ୍ରୋସିଟି ମାମଲା ରୁଜୁ ହୋଇଥିବା ବେଳେ ଆଜି କପିଳ ରଣା ଏବଂ ଦିବ୍ୟ ରଞ୍ଜନ ତ୍ରିପାଠୀ କୁ ଚନ୍ଦାହାଣ୍ଡି ପୁଲିସ ଗିରଫ କରି ଉମରକୋଟ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଙ୍କ ଅଦାଲତ କୁ ପ୍ରେରଣ କରିଥିବା ଜଣାପଡିିଛି। ପ୍ରକାଶ ଥାଉକି ଝରିଗାଁ ବ୍ଲକ ରତାଖଣ୍ଡିଗୁଡା ପଞ୍ଚାୟତ ଅଧିନସ୍ଥ ପୁରଲା ଡୁରକିଗୁଡା ଗ୍ରାମର ବୃନ୍ଦାବନ ସାନ୍ତା ନାମକ ଜୈନେକ ଯୁବକ ଗତ ରବିବାର ଦିନ ଚନ୍ଦାହାଣ୍ଡି ବ୍ଲକ ଖପରାଡିହି ଗ୍ରାମର ନିଜ ସାଙ୍ଗକୁ ଦେଖାକରିବାକୁ ଯାଇଥିବା ବେଳେ ତାଙ୍କ ବାଇକ ର ପେଟ୍ରୋଲ ସରିଯିବାରୁ ମୋତିଗାଁ ନିକଟରେ ବିଶ୍ରାମ ନେଇଥିଲେ । ମୋତି ଗାଁ ଗ୍ରାମର କିଛି ବ୍ୟକ୍ତି ତାଙ୍କୁ ସେଠାରେ ତମେ କିଏ ବୋଲି ପଚାରିବାରୁ ସେ କିଛି କହିନଥିବାରୁ ଚୋର ବୋଲି ସନ୍ଦେହ କରି ମାଡ ମାରିବା ସହ ତାର ହାତକୁ ପଛପଟୁ ବାନ୍ଧି ଦେବା ସହ ଉଲଗ୍ନ କରି ମୋବାଇଲ ରେ ଭିଡିଓ କରିଥିଲେ । ଏହାପରେ ଚନ୍ଦାହାଣ୍ଡି ପୁଲିସ ଖବର ପାଇ ତାକୁ ଉଦ୍ଧାର କରି ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ସୋସିଆଲ ମିଡିଆ ରେ ଖବର ପ୍ରଚାର ହେବାପରେ ତାଙ୍କ ବାପା ବୈଦ ସାନ୍ତା ଚନ୍ଦାହାଣ୍ଡି ଡାକ୍ତରଖାନାରେ ପହଞ୍ଚି ପୁଅର ଅବସ୍ଥା ଦେଖି ଚନ୍ଦାହାଣ୍ଡି ଥାନାରେ ଗତ ରବିବାର ରାତିରେ ଏତଲା ଦେଇଥିଲେ। ତେବେ ଏହି ମାମଲା ର ତଦନ୍ତ ଉମରକୋଟ ଏସଡିପିଓ ନିହାର ରଞ୍ଜନ ପ୍ରଧାନ କରୁଥିବା ଜଣାପଡିଛି । ତେବେ ଏଭଳି ଘଟଣା କୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯିବା ସହ ଆଇନ କୁ ହାତ କୁ ନେବା ଉଚିତ ନୁହେଁ ଓ ଦୋଷୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଉଭୟ ଅଭିଯୁକ୍ତ ଙ୍କ ଜାମିନ ଆବେଦନ ଖାରଜ ହେବା ପରେ ଜେଲ ହାଜତକୁ ପଠେଇ ଦିଆଯାଇଥିବା ଚନ୍ଦାହାଣ୍ଡି ଆଇଆଇସି ପରମାନନ୍ଦ ସୁନାନୀ ପ୍ରକାଶ କରିଛନ୍ତି।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ଜିଲ୍ଲାର ରାଜସ୍ବ ସମୀକ୍ଷା ବୈଠକ,ଟିଟିଲାଗଡ ଓ ବିଜୟନଗରମ ତୃତୀୟ ରେଳ ଲାଇନ, ବିଜୁ ଏକ୍ସପ୍ରେସ ୱେ ଓ ରେତ ଜଳସେଚନ ପ୍ରକଳ୍ପ ପାଇଁ ତ୍ୱରିତ ଜମି ଅଧିଗ୍ରହଣ

Sunil Chandra Nayak

ରାଉରକେଲା – ଗୋପବନ୍ଧୁପାଲୀ ରେ କପଡା ବଣ୍ଟନ କାର୍ଯ୍ୟକ୍ରମ

ଢେଙ୍କାନାଳ ଥିଙ୍କର୍ସ ଫୋରମ ର କାର୍ଯ୍ୟ ପ୍ରଶଂସନୀୟ ଏବଂ ଅଭିନନ୍ଦନୀୟ -ମହିମା ସନ୍ୟାସୀ ବାବା ଦୀନବନ୍ଧୁ ଦାସ

Leave a Comment

error: Content is protected !!