ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଗୀତା ଜ୍ଞାନ

  ଗୀତା ଜ୍ଞାନ

ଉପେନ୍ଦ୍ର କୁମାର ବସ୍ତିଆ

   
ଭାରତ ଯୁଦ୍ଧରେ ଅର୍ଜୁନ ରଥରେ 
    ସାରଥି ଗୋ ଯଦୁମଣି 
ସଖାହିତ ପାଇଁ କୁହନ୍ତି ବୁଝାଇ 
    ଗୀତାର ମହତ ବାଣୀ 
ଏତ ଗୀତାର ମହତ ବାଣୀ ।
ଛାଡି ଧନୁଶର ବସିଗଲେ ପାର୍ଥ 
ମାରିଲେ ସ୍ୱଜନ ହୋଇବ ଅନର୍ଥ 
ମାୟା କବଳରେ ପାର୍ଥଙ୍କର ମନ 
ଜାଣି ନନ୍ଦବଳା କହିଲେ ଅର୍ଜୁନ 
ମାରୁନାଂହ ତୁମେ ମରେନାହିଁ କେହି 
     ଆତ୍ମାକୁ ନ ପାର ହାଣି 
  ଏତ ଗୀତାର ମହତ ବାଣୀ ।
ମାୟା କବଳରେ ପରାଧୀନ ମନ 
 ଦେଖିଶୁଣି ସବୁ କରୁଥିବ କର୍ମ 
ବିକର୍ମକୁ ବୁଝି କରିବ ବର୍ଜନ 
ଶୁଣ ଅରଜୁନ ଜନମ ମରଣ
ତୁମ ପୂର୍ବଜନ୍ମ ମୋ ଜନ୍ମ କରମ 
    ନ ପାରିବ ତୁମେ ଜାଣି 
ଏତ ଗୀତାର ମହତ ବାଣୀ ।
ଆଜିଅଚ୍ଛି ମାୟା କାଲି ରହିଥିବ 
ଶରୀରୁ ପରାଣ ବାହାରିଟି ଯିବ 
ନାହିଁତା ଜନମ ନାହିଁତା ମରଣ 
ରଖିଥାଅ ମନେ ଆହେ ଅରକୁନ 
ନିମିତ୍ତ ମାତର ଅସ୍ତ୍ର ତୁମେ ଧର 
     କର୍ତ୍ତ୍ୟବକୁ ହେୟ ମଣି
     ଏତ ଗୀତାର ମହତ ବାଣୀ ।
ଜ୍ଞାନ,କର୍ମ,ଯୋଗ ଭକତି ମାରଗ 
ବୁଝାଇଲେ କୃଷ୍ଣ ନିଗୁଢ଼ର ଯୋଗ 
ଭକତ ମୋ ହୁଅ ମୋରେ ମନ ଦିଅ
ରଖିକର କର୍ମ ଯାଅ ମୋ ଶରଣ 
ହୋଇବ ନିଷ୍ପାପ ନ ଲାଗିବ ପାପ 
     ପଦ୍ମପତ୍ରେ ପରି ପାଣି 
   ଏତ ଗୀତାର ମହତ ବାଣୀ ।
କରି କରାଇଁଣ ଥାଆନ୍ତି ହରି         
ଦେଖାଇଲେ ବିଶ୍ଵ ରୂପକୁ ଧରି
ବିଶ୍ଵ ବ୍ରହ୍ମାଣ୍ଡର ରୁପଟି ଆବର 
ବାରମ୍ବାର ପାର୍ଥ କରିଲେ ଜୁହାର 
କେମନ୍ତ ଜାଣିବ ଏଛାର ସେବକ 
    କୃପାକର ଚକ୍ରପାଣି 
    ଏତ ଗୀତାର ମହତ ବାଣୀ ।

ରାଉରକେଲା

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା କୃଷକ ଦିବସ

ଘଟଗାଁ ମା ତାରିଣୀ ଶକ୍ତି ପୀଠ କୁ ୪୦ କୋଟି ଟଙ୍କା ର ଅଟକଳ ଘୋଷଣା କଲେ ରାଜ୍ୟ ସରକାର

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା ଆଶ୍ଵିନର ମହାଦାନ

Sunil Chandra Nayak

Leave a Comment

error: Content is protected !!