ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁଇ ମହିଳା ଙ୍କୁ ପୁଲିସ ର ଅସଦା ଚରଣ 

ଢେ଼ଙ୍କାନାଳ ଟାଉନ୍ ଥାନା PCR ଭ୍ୟାନ ପୋଲିସ ଦୁଇ ମହିଳା ଙ୍କୁ ଅସଦାଚରଣ କରିଥିବା ନେଇ ସେମାନେ ଏସ ପି ଙ୍କ ଦ୍ବାରସ୍ଥ ହୋଇ ଥିବା ଜଣା ପଡ଼ିଛି।ସୂଚନା ଯୋଗ୍ୟ ଯେ ଆନନ୍ଦ ନଗର ଠାରେ ଥିବା ନଣନ୍ଦ ବିନୋଦିନୀ ବେହେରାଙ୍କ ଘର କୁ ଗନ୍ଦିଆ ଥାନା ନାଟିମା ଗ୍ରାମ ର ତ୍ରିବେଣୀ ବେହେରା ଘର କାମ ଦେଖି ବାକୁ ଆସିଥିଲେ।ଏହି ସମୟ ରେ ଟାଉନ୍ ଥାନା ର PCR ଭ୍ୟାନ ର ତିନି ପୋଲିସ୍ ଘର କାମ ବନ୍ଦ କରିବା ସହ ସେଠାରୁ ଚାଲି ଯିବାକୁ କହୁଥିଲେ। ବିନୋଦିନୀ ଏହାକୁ ବିରୋଧ କରିବାରୁ ବେଶୀ ପାଟି କଲେ ହାଜତ ରେ ପୁରେଇ ଦେବା ସହ ମାଡ ମାରିବା କଥା ପୋଲିସ୍ କହିଥିଲେ। ପୁଣି ଜଣେ ପୋଲିସ ଏସବୁ ଘଟଣା ରେକର୍ଡ କରୁଥିବା ବେଳେ ବିନୋଦିନୀ ଙ୍କ ଭଣଜା ମଧ୍ୟ ନିଜ ମୋବାଇଲ ରେ ରେକର୍ଡ କରିଥିଲା। ଉପସ୍ଥିତ ପୋଲିସ ଏହି ସମୟ ରେ ତ୍ରିବେଣୀ ଙ୍କୁ ଅସଦା ଚରଣ କରିବା ସହ ମୋବାଇଲ ଛଡେଇ ନେଇଥିଲେ । ତତ୍ ସହିତ ନିଜ ଭଣଜା କୁ ମଧ୍ୟ ମାଡ ମାରିଥିଲେ ।ଏହି ଘଟଣା ସମର୍କ ରେ ତ୍ରିବେଣୀ ଲିଖିତ ଆକାରରେ SP ଙ୍କ ଦ୍ବାରସ୍ଥ ହୋଇ ଅଭିଯୋଗ କରିଛନ୍ତି। ପରିବାର କୁ ନ୍ୟାୟ ଓ ମୋବାଇଲ ଫେରେଇ ବାକୁ ନିବେଦନ କରିଛନ୍ତି ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ମୃତ୍ୟୁ 

Sunil Chandra Nayak

ଗାଳ୍ପିକା ମଞ୍ଜୁଳା ରଥଙ୍କ ଗଳ୍ପ ସଂକଳନ ସ୍ମୃତିର ବେଳାଭୂମିରୁ ଉନ୍ମୋଚିତ

Sunil Chandra Nayak

ମାଆ ଜଗତ ଜନନୀ ଦୁର୍ଗାଙ୍କ ନବଦିନାତ୍ମକ ପୂଜା

Sunil Chandra Nayak

Leave a Comment

error: Content is protected !!