ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ବ ସ୍ତନ୍ଯପାନ ସପ୍ତାହ ପାଳିତ

ଥୁଆମୂଳ ରାମପୁର:୩/୮:- ମ.ନି.ସ:- ଆଜି ବିଶ୍ବ ସ୍ତନ୍ୟପାନ ସପ୍ତାହ ମହାସମାରୋହରେ ପାଳିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ସଦରମହକୁମାରେ ଥିବା ଅଙ୍ଗନବାଡି – ୧,କେନ୍ଦ୍ର ଠାରେ CARE INDIA ତରଫରୁ ବିଶ୍ବ ସ୍ତନ୍ଯପାନ ସପ୍ତାହ care India ର CRP ଲମ୍ବୋଦର ନାଏକଙ୍କ ପ୍ରତିନିଧିତ୍ଵ ରେ ଆୟୋଜିତ ହୋଇଥିଲା ।ଏହି କାର୍ଯ୍ଯକ୍ରମ ରେ ଏଏନଏମ୍ ଶ୍ରୀମତୀ ଜାମିନୀ ନାଏକ ଅଙ୍ଗନବାଡି କର୍ମୀ ଶ୍ରୀମତୀ ରାଜକୁମାରୀ ଛତ୍ରୀଆ, ବିନୋଦିନୀ ନାଏକ,ଶ୍ରୀମତୀ କ୍ଷୀରମଣୀ ନାଏକ, ଆଶା ଶ୍ରୀମତୀ ହିମାଦ୍ରୀ ଦୁର୍ଗା ପ୍ରମୁଖ ଉପସ୍ଥିତି ରେ ପାଳନ କରାଯାଇଥିଲା। ଏହି ଉତ୍ସବରେ ଗର୍ଭବତୀ ଓ ପ୍ରସୂତୀ ମାଁ ମାନେ ଉପସ୍ଥିତ ହୋଇଥିଲେ। ଏହି ବିଶ୍ବସ୍ତନ୍ଯ ପାନ ସପ୍ତାହ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମାଁର ପ୍ରଥମ କଷ କ୍ଷୀର ଶିଶୁମାନଙ୍କ ପାଇଁ ଅମୃତ ତୁଲ୍ୟ ହୋଇଥାଏ, ଏହି ବାର୍ତ୍ତା ସମାଜର ପ୍ରତ୍ୟେକ ମାଁ ପାଇଁ ଜରୁରୀ ରହିଛି। ଶିଶୁର ଭବିଷ୍ୟତ ମାଁର କ୍ଷୀରକୁ ନେଇ ଗଠନ ହୋଇଥାଏ। ଛଅ ମାସ ହୋଇଗଲେ ମାଁ କ୍ଷୀର ସହିତ ତରଳ ଖାଦ୍ୟ ଖୁଆଇବା ଶିଶୁର ଦେହ ପକ୍ଷେ ହିତ କର ହୋଇଥାଏ। ସଚେତନତା ସୃଷ୍ଟି କରିବା ନେଇ ବିଶ୍ବ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଥାଏ। ପ୍ରତ୍ୟେକ ମାଁ ମାନେ ଏହାକୁ ହୃଦୟଙ୍ଗମ କରି କାର୍ଯ୍ଯରେ ଲଗାଇବା ନିହାତି ଜରୁରୀ ରହିଛି ବୋଲି ଉପସ୍ଥିତ କର୍ମକର୍ତ୍ତା ସନ୍ଦେସ ଦେଇଥିଲେ।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଜୁନାଗଡ଼ ପୌର ନିର୍ବାଚନ ;୧ ୱାର୍ଡ ସଭ୍ୟ ପ୍ରାର୍ଥୀ ପ୍ରତ୍ୟାହାର ପରେ ଅଧକ୍ଷ୍ୟ ପାଇଁ ୪ ଓ ୱାର୍ଡ ସଭ୍ୟ ୩୫ ପ୍ରାର୍ଥୀ ଙ୍କ ନାମାଙ୍କନ ପତ୍ର କାଏମ

Sunil Chandra Nayak

ମୋଦୀଙ୍କ ଦୀପାବଳୀ ଭେଟି…ଅକ୍ଟୋବର ୨୨ରେ ଦେଶର ୭୫ ହଜାର ଯୁବକ ଯୁବତୀଙ୍କୁ ପ୍ରଦାନ କରିବେ ନିଯୁକ୍ତିପତ୍ର

Sunil Chandra Nayak

ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସଵ ଗୁଡ଼ାହାଣ୍ଡି ୨୦୨୩ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!