ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିକ୍ଷାନୁଷ୍ଠାନରେ ରାଗିଂ ବନ୍ଦ କରିବାକୁ ଆକ୍ସନ ମୋଡରେ ଉଚ୍ଚଶିକ୍ଷା ବିଭାଗ

ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟକୁ ଲେଖାଗଲା ଚିଠି

ଶିକ୍ଷାନୁଷ୍ଠାନରେ ରାଗିଂ ବନ୍ଦ କରିବାକୁ ଆକ୍ସନ ମୋଡରେ ଉଚ୍ଚଶିକ୍ଷା ବିଭାଗ । ଏନେଇ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟକୁ ଚିଠି ଲେଖାଯାଇ ଅବଗତ କରାଯାଇଛି । ତେବେ ରାଗିଂ ରୋକିବାକୁ ଛାତ୍ରଛାତ୍ରୀ ଏକ ଅଣ୍ଡରଟେକିଂ ଲେଖିବେ । କଲେଜ କର୍ତ୍ତୁପକ୍ଷଙ୍କୁ ଏକ ଅଣ୍ଡରଟେକିଂ ଲେଖି ପିଲାମାନେ ଦେବେ ।

ତେବେ ଖାଲି ସେତିକି ନୁହେଁ , ଶିକ୍ଷାନୁଷ୍ଠାନଗୁଡିକରେ ରାଗିଂ ବିରୋଧରେ ପ୍ରଚାରପତ୍ର ବଣ୍ଟାଯିବ । ତା ସହିତ ଏଥର ହେଲପଲାଇନ୍ ନମ୍ବର ମଧ୍ୟ ରହିବ । ଆଣ୍ଟିଂ ରାଗିଂ ସଚେତନତା କାର୍ଯ୍ୟକ୍ରମ କରାଯିବ । ୩ରୁ ୪ ଶିକ୍ଷକଙ୍କୁ ନେଇ ଶିକ୍ଷାନୁଷ୍ଠାନରେ ଆଣ୍ଟିଂ ରାଗିଂ ସ୍କ୍ୱାର୍ଡ ଗଠନ ପାଇଁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛନ୍ତି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ନର୍ଲାରେ ଡ୍ରେନ ବ୍ୟବସ୍ଥା ଥାଇ ରାସ୍ତାରେ ଜମୁଛି ପାଣି

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଜୀବନ ପଥେ 

Sunil Chandra Nayak

ଶହ ଶହ ଏକର ଜମି ଜଳମଗ୍ନ, ବ୍ଳକ ରେ ନାହିଁ ବନ୍ୟା ଆଶ୍ରୟ ସ୍ଥଳୀ

Sunil Chandra Nayak

Leave a Comment

error: Content is protected !!