ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହାସ୍ମୀତା ଓଝା ଙ୍କ କବିତା ଜୟ ଜଗନ୍ନାଥ ଜୟ

    ଜୟ ଜଗନ୍ନାଥ ଜୟ

 ଯେତେ ଦୁଃଖ ମତେ ଦେବୁରେ କାଳିଆ
             ସେତେ ମୁଁ ଡାକିବି ତତେ
ଦୁଃଖ ଦେଇ ଦେଇ ଥକିଗଲେ ଦିନେ
          କୋଳେଇ ନେବୁ ରେ ମତେ।
ଯେତେ ଦେଉଥିବୁ ସେତେ ନେଉଥିବି
                 ନ ସରିବ ଇଚ୍ଛା ମୋର 
ଏ ଦୀନ ଦୁଃଖି କୁ ଦୟା କରୁଥିବୁ
                 ତୁ ପରା ବଡ଼ ଠାକୁର।
ତୁହି ବଡ଼ ବୋଲି ମୁଁ ଏକା ଜାଣିନି
                 ଜଗତେ ପଡ଼ିଛି ହୁରି
ବଡ଼ ଦେଉଳରେ ବସିଛୁ ତୁହି
               ଭାଇ ,ଭଉଣୀ ଙ୍କୁ ଧରି।
ସାଗର ଧୋଉଛି ଚରଣ ତୋହର
                ଆନନ୍ଦରେ ନାଚି ନାଚି
ତୋ’ ଶରଧାବାଲି ମୁଣ୍ଡରେ ଲଗାଇ
                ଦୁଃଖ ମୁଁ ଭୁଲି ଯାଉଛି।
ଚକା ବଇଠିରେ ଭୁଜ ମେଲି ଦେଇ
                 ସବୁ ଦୁଃଖ ଶୋକ ହରୁ
ଭକତ ହୃଦୟ ଭକତ ମନକୁ
                 ନିମିଷେ ପଢି ପାରୁ।
ଇଚ୍ଛା ମୟ ହରି ତୋ’ ରୂପ ମାଧୁରୀ
                  ଜଗନ୍ନାଥ ନାମ ବହି
ଏ ଶଙ୍ଖ କ୍ଷେତ୍ର ରେ ଲୀଳା କରୁଅଛୁ
                   ଷାଠିଏ ପଉଟି ଖାଇ।
ସେ ଚକାଆଖିକୁ ଦେଖିଦେଲେ ଥରେ
                 କୋଟିଏ ପାତକ କ୍ଷୟ
ଦୟାମୟ ପ୍ରଭୁ ତୁଣ୍ଡେ ଗାଉଥିବି
                ଜୟ ଜଗନ୍ନାଥ ଜୟ।।

        ମହାସ୍ମୀତା ଓଝା

ଜଗତସିଂହପୁର ସାହିତ୍ୟ ପରିଷଦ
( ମକର) ସହ-ସମ୍ପାଦିକା 

Related posts

ସାରସଗୁଡା ଗ୍ରାମରେ ଷୋହଳ ପ୍ରହର ନାମ ଯଜ୍ଞ ଶୁଭାରମ୍ଭ  

Sunil Chandra Nayak

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା ପ୍ରେମ ଦୀର୍ଘଜୀବି ଯୁଗେ ଯୁଗେ

ଶ୍ରଦ୍ଧାଶକ୍ତିସେବା ସଂଗଠନର ୭ମ ଅଧିବେଶନ ଅନୁଷ୍ଠିତ

Leave a Comment

error: Content is protected !!