ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିଦ୍ୟୁତ୍ ପ୍ରଭା ନାୟକ ଙ୍କ କବିତା ମଉଡ଼ମଣୀ

 ମଉଡ଼ମଣୀ 

ଦିଦ୍ୟୁତ୍ ପ୍ରଭା ନାୟକ 

ଲକ୍ଷେ କୋଟୀ ରାଜାଙ୍କର ମଉଡ଼ମଣୀ
ଶ୍ରୀକ୍ଷେତ୍ର ମଣୀ ସେ ଖୁଦରଙ୍କୁଣୀ
ଦୁଃଖି ଧନ ମହାବୀର ଆଣିଛି 
     ଦରିଆ ସେପାରି ରୁ ଟାଣି
ମୋତେ ନେଇଛି କିଣି
ହାତ ଠାରି ଡ଼ାକେ ମୋ ନୀଳମଣୀ 
ପାଣି ପାଣି ପାଣି ରେ ତୁଳସୀ ପାଣି
ମଣୀ ମଣୀ ମଣୀ ରେ ସିଏ
     ମୋ ଶ୍ରୀକ୍ଷେତ୍ରମଣୀ ମାଗେ ମାଗୁଣୀ
ଲକ୍ଷେ . . . . . . . . .
ମଥା ରେ ସୁନା ପଗଡ଼ି କୁ ନାଲି ଓଢଣୀ
ସୁନ୍ଦର ମୟୂର ମୁକୁଟ ସତେକି
      ଗଢିଛି କେଉଁ ବିନ୍ଧାଣୀ
ତୋ ବିନା ଧନ ହେଲିଣି ଅନ୍ଧୁଣୀ
ତୁ ପରା ମୋ ଧନ ରେ ନେତ୍ର ମଣୀ
ତୋ ଗୁଣ ଗୁଣୀ ଯଶୋମତୀ ବାୟାଣୀ
ମଣିମା ମଣିମା ଡ଼କା ପଡ଼ିଛି 
    ଭବ ବନେ ମୃଗୁଣୀ
ଆରେ ମୋ ପରଶମଣୀ
ଲକ୍ଷେ . . . . . . . . . .

ଜୟ ଜଗନ୍ନାଥ ….

ଦିଦ୍ୟୁତ୍ ପ୍ରଭା ନାୟକ 

କୁଆଖିଆ, ଯାଜପୁର 

Related posts

ଵହଳଦା ଥାନା ପରିସରରେ ପୋଲିସ ଏବଂ ବନ ବିଭାଗ ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ

Sunil Chandra Nayak

ଝାଡଖଣ୍ଡ ଉତ୍କଳୀୟ ଓ ମୂଳବାସୀ ସାଂସ୍କୃତିକ ପରିଷଦ ର ମିଳିତ ଆନୁକୂଲ୍ୟରେ ମଧୁସୂଦନ ଦାସ ଙ୍କ ଜୟନ୍ତୀ ପାଳନ

Sunil Chandra Nayak

ମ .ରାମପୁର ନକ୍ ଆଉଟ୍ ଫୁଟବଲ୍ ଟୁର୍ଣ୍ଣାେମେଣ୍ଟ ଉଦ୍ଘାଟିତ 

Sunil Chandra Nayak

Leave a Comment

error: Content is protected !!