ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲୋକ ପ୍ରତିନିଧି ଓ ଆମ ପୋଲିସ ଙ୍କ ଦ୍ବାରା ଦଶପୁର ଫାଣ୍ଡିରେ ବୈଠକ

ଗୋଳାମୁଣ୍ଡା/୪/୮/ ମସିହା/ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି ରେ ଦଶପୁର ମଣ୍ଡଳର ସରପଞ୍ଚ ଓ ସମିତି ସଭ୍ୟ ଓ ଅନ୍ୟାନ୍ୟ ଭଦ୍ରବ୍ୟକ୍ତି ଙ୍କ ଉପସ୍ଥିତି ରେଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଏହି ବୈଠକ ଗୋଳାମୁଣ୍ଡା ଥାନା ଅଧିକାରୀ ଯୁଗଳ ଶବର ଙ୍କ ସଭାପତିତ୍ୱ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ଏସ ଡି ପି ଓ ଧିରଜ କୁମାର ଚୋପଦାର, ଦଶପୁର ଫାଣ୍ଡି ଅଧିକାରୀ ବିରବନ୍ଧୁ ସେଠି ଓ ସରପଞ୍ଚ/ସମିତି ସଭ୍ୟ   ଉପସ୍ଥିତ ଥିଲେ। ପୋଲିସ ଓ ଜନତା ମଧ୍ୟରେ ସୁସମ୍ପର୍କ ରଖିବା ସମେତ   ଅଞ୍ଚଳରେ ଉପୁଜିଥିବା  ହିଂସାକାଣ୍ଡ , ଚୋର ଗୁଜବ ସୃଷ୍ଟି ହେଉଥିବା ବିଷୟରେ ଆଲୋଚନା କରାଯାଇଥିଲା,ବର୍ତ୍ତମାନ କଳାହାଣ୍ଡିରେ ଗୁଜବ ହେଉଥିବା ଚୋରି ପ୍ରତି ନିଜ ନିଜ ପଞ୍ଚାୟତ, ଗ୍ରାମ ମାନଙ୍କରେ ଯୁବକ ଗୋଷ୍ଠୀ ଗଠନ କରି ଗୁଜବ ପ୍ରତି ଧ୍ୟାନ ନ ଦେଇ କଳାହାଣ୍ଡି ପୋଲିସ ଙ୍କ ଦୃଷ୍ଟି ଆକର୍ଷଣ   କରିବାକୁ ପରାମର୍ଶ ଦେଇ ଥିଲେ । ଦଶପୁର ଏବଂ ଗୋଳାମୁଣ୍ଡା ପୋଲିସ ଆପଣଙ୍କ ଅଞ୍ଚଳ ପ୍ରତି ସଦାସର୍ବଦା ସେବାରେ ଧ୍ୟାନ ରଖିଛନ୍ତି , ମୁଖ୍ୟତ ବିଭିନ୍ନ ସ୍ଥାନରେ ଦେଖା ଦେଇଥିବା ଚୋରି, ମଦବେପାର,ଗଂଜେଇ ବେପାର, ଓ ବଜାର ରେ  ସଟା, ଜୁଆ ଖେଳ ବିଷୟରେ ଦଶପୁର ଓ ଗୋଳାମୁଣ୍ଡା ପୋଲିସକୁ ଜଣାଇବା ପାଇଁ ଉପସ୍ଥିତ ଥିବା ସରପଞ୍ଚ/ସମିତି ସଭ୍ୟ ମାନଙ୍କୁ ଅନୁରୋଧ କରିଥିଲେ,ତତ ସହିତ ବାହାରୁ ଆସୁଥିବା ଯାଯାବର ଲୋକମାନେ ବ୍ୟବସାୟ ଆଳରେ ଆସି ଅନେକ ପ୍ରକାର ଅଘଟଣ ରେ ସଂପୃକ୍ତ ଥିବା ସମ୍ଭାବନା  ଥାଇ ପାରେ ସେଥି ପ୍ରତି ସମସ୍ତେ ସଜାଗ ରହିବା ଉଚିତ୍ ବୋଲି କହିଥିଲେ ।   ଅନୁସୂଚିତ ଜାତି ଓ ଜନଜାତି ଏବଂ ମହିଳା ମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା, ଅନ୍ଧବିଶ୍ୱାସ, ଗୁଣିଗାରେଡି,ଦାଦାନ ସମସ୍ୟା, ପୋଲିସ କର୍ମଚାରୀ ଙ୍କ ଦ୍ଵାରା ଦୁର୍ବ୍ୟବହାର,ପୋଲିସ ବ୍ୟବସ୍ଥା ପାଇଁ ବିଭିନ୍ନ ଯାନିଯାତ୍ରା ସମ୍ପର୍କରେ ସୂଚନା ଦେବା , ହେଲମେଟ ପିନ୍ଧି ମଟର ସାଇକେଲ ଚଳାଇବା ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇ ଜନସାଧାରଣ ଙ୍କୁ ସତର୍କ ଏବଂ ସଚେତନ କରିବା ଓ ପୋଲିସ ସହ ଯୋଗ ସୁତ୍ର ରଖୀବା ପାଇଁ ଓ ପ୍ରତିଦିନ ପୋଲିସ ପେଟ୍ରୋଲିଙ୍ଗ କରିବା ଇତ୍ୟାଦି ବିଷୟରେ ଏସ ଡି ପି ଓ ଶ୍ରୀ ଚୋପଦରା ଉକ୍ତ ବୈଠକରେ ଆଲୋଚନା କରି ସଭା ସାଙ୍ଗ କରି ଥିଲେ, ଉକ୍ତ ସଭାରେ ଦଶପୁର ସରପଞ୍ଚ ରଂଜନ ସାହୁ, ଦଶପୁର ସମିତି ସଭ୍ୟ ଦୁର୍ଗେ ସାହୁ, ଟେମରି ସରପଞ୍ଚ ପ୍ରତିନିଧି କୁମୋଦ ସା,ସମିତି ସଭ୍ୟ ପ୍ରତିନିଧି ଖଗେଶ୍ବର ନାଇକ, ଫରଙ୍ଗ ସରପଞ୍ଚ ପ୍ରତିନିଧି କୁନୁ ଭୋଇ, ଚିଚିଆ ସମିତି ସଭ୍ୟ ସନ୍ତୋଷ ପଟେଲ,ପିତମ ଅଗ୍ରୱାଲ,ପ୍ରଭଞ୍ଜନ ସରାପ,ଦଶପୁର ପୋଲିସ କର୍ମଚାରୀ ଦେବରାଜ ନାଇକ,ଆଚାର୍ଯ୍ୟ, ଓ ଗୃହରକ୍ଷୀ ପ୍ରମୁଖ ଉପସ୍ଥିତ ରହି ଥିଲେ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ 

Related posts

କୁକୁଡ଼ା ଗାଲି ଚଢ଼ାଉ :ଏଗାର ଗିରଫ ,ଗୋଟିଏ କୁକୁଡ଼ା ଓ 6ଟି ଖୁୁଡୁଖୁଡ଼ି ପାଲି ଜବତ

Sunil Chandra Nayak

କବିତା – ମୃତ ଫଗୁଣ ର ବ୍ୟବଚ୍ଛେଦ

Sunil Chandra Nayak

ଜଗାଇରେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଜୟନ୍ତୀ ପାଳିତ

Leave a Comment

error: Content is protected !!