ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ପ୍ରଶାସନ ମୟୂରଭଞ୍ଜ ଓ ଏସ ଆଇ ଏସ (ଇଣ୍ଡିଆ) ର ମିଳିତ ସହଯୋଗରେ ବିଭିନ୍ନ ବ୍ଳକରେ ନିଯୁକ୍ତି ମେଳା

ମୟୂରଭଞ୍ଜ -୪/୮/୨୨(ମସିହା) ଦିନକୁ ଦିନ ବେକାରୀ ସଂଖ୍ୟା ହୁଏ ହୁଏ ବୃଦ୍ଧି ପାଉଛି । ଏହାକୁ ନେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଚିନ୍ତିତ ।କରୋନା ପାଇଁ ଦୁଇବର୍ଷ ହେଲା କଳକାରଖାନା ବନ୍ଦ ହୋଇଯାଇଥିଲା । ଯାହାଫଳରେ ବେରୋଜଗାରୀ ସମସ୍ୟା ଉତ୍କଟ ରୂପ ଧରିଥିଲା ।ଏବେ ଧୀରେ ଧୀରେ କଳକାରଖାନା ଖୋଲୁଛି ।ଭାରତର ଅଗ୍ରଣୀ ସିକ୍ଯୁରିଟୀ ଓ ଇଣ୍ଟେଲିଜେନ୍ସ ସଂସ୍ଥା ଏସ ଆଇ ଏସ ବିଭିନ୍ନ କମ୍ପାନୀ ରେ ସୁରକ୍ଷା କର୍ମୀ ଓ ସୁରକ୍ଷା ଅଧିକାରୀ ନିଯୁକ୍ତି ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ସହଯୋଗରେ ଵାମନଘାଟୀ ଉପଖଣ୍ଡରେ ବିଭିନ୍ନ ବ୍ଲକରେ ନିଯୁକ୍ତି ମେଳା କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଏଥିରେ ବିଭିନ୍ନ ବ୍ଳକର ବିଡ଼ିଓ,ବିପିଏମ ପ୍ରମୁଖ ସହଯୋଗ କରିଥିଲେ । ତିରିଂ ବ୍ଳକର ୧୫ ଜଣ,ବହଳଦା ବ୍ଲକର ୧୦ ଜଣ, ରାଇରଙ୍ଗପୁର ବ୍ଲକର ୩୨ ଜଣ,ବିଶୋଇ ବ୍ଳକର ୧୬ ଜଣ,ଜାମଦା ବ୍ଳକର ୨୭ ଜଣ,ବିଜାତଳା ବ୍ଲକର ୧୧ ଜଣ,କୁସୁମି ବ୍ଲକର ୭ ଜଣ,ରରୁଆଁ ବ୍ଲକର ୩୦ ଜଣ, ଏବଂ ଶୁକ୍ରୁଳି ବ୍ଳକର ୨୪ ଜଣ ତଥା ସମୁଦାୟ ୯ ଟି ବ୍ଳକର ୧୬୪ ଜଣ ଯୁବକମାନଙ୍କୁ ଚୟନ କରାଯାଇଛି । ସେମାନଙ୍କୁ ମାଗଣାରେ ତାଲିମ,ରହିବା,ଖାଇବା,ପୋଷାକ,ଜୋତା ଯୋଗାଇଦେବା ସହ ଭଲ ଭଲ କମ୍ପାନୀରେ ୧୨,୦୦୦ ଟଙ୍କାରୁ ଅଧିକ ବେତନରେ ନିଯୁକ୍ତି ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ ବୋଲି ଗଣମାଧ୍ୟମକୁ ଏସଆଇଏସ ଅଧିକାରୀ ଦେବୀ ପ୍ରସାଦ ଉତ୍ତରାୟଣ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଯୁବକମାନେ ଜୀବନ ଜୀବିକା ପାଇଁ ଏସଆଇଏସର ଏହି ନିଯୁକ୍ତି ମେଳାର କାର୍ଯ୍ୟକ୍ରମକୁ ନେଇ ସନ୍ତୋଷ ପ୍ରକାଶ କରିବା ସହ ପରିବାରର ବୋଝ ନ ହୋଇ ଆତ୍ମନିର୍ଭରଶୀଳ ହେବା ନେଇ ଆଶ୍ୱସ୍ତି ପ୍ରକାଶ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ପ୍ରତୀକ୍ଷା

ଜୁନାଗଡ଼କୁ ଜିଲ୍ଲା ଦାବୀରେ  ପୁଣିଥରେ ଜୁନାଗଡ଼ ବାସୀ, ସଂଗ୍ରାମ ପାଇଁ ସଜବାଜ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!