ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ (ଅଧ୍ୟାୟ-୭)

 ହଜିଲା ଦରବ

(ଅଧ୍ୟାୟ-୭)

 ଦିଲ୍ଲୀପ କୁମାର ନନ୍ଦୀ

ଶେଷ ପିଢ଼ିକୁ ମୁଁ ବାନ୍ଧିଲି ପେଡ଼ିରେ
ପକାଇଲି ସାତଗଣ୍ଠି
ତୁରୁଙ୍ଗ ସିନ୍ଦୁକ ହଜିତ ଗଲାଣି
ଅଛି ଏକ ପିଢ଼ି ବାକି।୧।
କସଡ଼ି କଉଡ଼ି ଖେଳ ହଜିଲାଣି
ଧାନ ପୁଡ଼ା ଲୁଚିଲାଣି
ଲଙ୍ଗଳ ଫାଳଟା ମାଟି ଖାଇଲାଣି
ମଇଟା ଖତ ହେଲାଣି।୨।
ଖପରା ଡିଆଁକୁ କବାଡ଼ି ଖେଳଟା
ଧିରେ ଧିରେ ହଜିଲାଣି
ଗୁଡ଼ି ଉଡ଼ା ପର୍ବ ପବନେ ହଜିଛି
ଶଗଡ଼ ଫଟୋ ହେଲାଣି।୩।
ଭାଙ୍ଗ ଡବା ଝାଡ଼ୁ କଳସ କି ଗଡ଼ୁ
ଧାନ ସିଝା ଉଠିଲାଣି
ଖଳା କି ବେଙ୍ଗଳା ଲୁଚି ତ ଗଲାଣି
ତାମ୍ବିଟା ହଜି ଗଲାଣି।‌୪।

କାଏମା,ଧର୍ମଶାଳା, ଯାଜପୁର

Related posts

ଆଇନ ମହାବିଦ୍ୟାଳୟର ବାର୍ଷିକୋତ୍ସବ ସ୍ଲାଶ ଉଦଯାପିତ

Sunil Chandra Nayak

କବିତା – ପୂଜା ଅର୍ଚ୍ଚନା

Sunil Chandra Nayak

ମଧୁସ୍ମିତା ରାଉତ ଙ୍କ କବିତା ଅଫେରା ଫଗୁଣ

Sunil Chandra Nayak

Leave a Comment

error: Content is protected !!