ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

ନୂଆପଡା ୫/୮ ନୂଆପଡା ଜିଲ୍ଲା କଂଗ୍ରେସ କମିଟି ତରଫରୁ ଖାଦ୍ୟ ସାମଗ୍ରୀ ଓ ପେଟ୍ରୋଲ, ଡିଜେଲ ତଥା ଇନ୍ଧନ ଗ୍ୟାସ ର ଅହେତୁକ ଦରଦାମ ବୃଦ୍ଧି କୁ ବିରୋଧ କରି ଆଜି ଘାସିରାମ ମାଝୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ କରିବା ସଙ୍ଗେ ସଙ୍ଗେ ଜୋରଦାର ବିକ୍ଷୋବ ପ୍ରଦର୍ଶନ କରିଥିଲେ। ନୂଆପଡା ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟାଳୟ ଠାରେ ଜିଲ୍ଲାର ସମସ୍ତ ବ୍ଲକ ରୁ ଶହଶହ କଂଗ୍ରେସ କର୍ମୀ ଏକତ୍ରିତ ହୋଇଥିଲେ। ତାଙ୍କ ସହ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ମଧ୍ୟ ଯୋଗ ଦେଇଥିଲେ। ସେଠାରୁ ଏକ ବିରାଟ ରାଲି ରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ। ସେଠାରେ ପହଞ୍ଚିବା ପରେ କର୍ମୀ ଜୋରଦାର ବିକ୍ଷୋବ ପ୍ରଦର୍ଶନ କରିବା ସହ ପୋଲିସ ବେରିଗେଟ ଭାଙ୍ଗି କାର୍ଯ୍ୟାଳୟ ପରିସର ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ। ସେମାନଙ୍କୁ ସମ୍ଭାଳିବାକୁ ଯାଇ ପୋଲିସ କୁ ନାକେଦମ ହେବାକୁ ପଡିଥିଲା। ପରେ ପୋଲିସ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ଙ୍କୁ ଗିରଫ କରି ଥାନାକୁ ନେଇଯାଇଥିଲେ। ପରେ ବ୍ୟକ୍ତିଗତ ମୁଚାଲିକାରେ ସମସ୍ତଙ୍କୁ ଛଡ଼ା ଯାଇଥିଲା। ଶ୍ରୀ ପାଣିଗ୍ରାହୀଙ୍କ କହିବାନୁସାରେ ଯଦି କେନ୍ଦ୍ର ଓ ରାଜ୍ୟ ସରକାର ଏହି ଆନ୍ଦୋଳନକୁ ହାଲୁକାରେ ନିଅନ୍ତି ତେବେ ଆଗାମୀ ସମୟରେ ଆହୁରି ଭୟାଭୟ ଆନ୍ଦୋଳନ କଂଗ୍ରେସ ଦଳ ପକ୍ଷରୁ କରାଯିବ ଯେଉଁଥି ପାଇଁ ସରକାର ଦାୟୀ ରହିବେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଏକ ନୂଆ ସକାଳ

Sunil Chandra Nayak

ପ୍ରଶାସନ ପକ୍ଷରୁ ୩ ବେଆଇନ କ୍ଲିନିକ ସିଲ

Sunil Chandra Nayak

ବୌଦ୍ଧ ଜିଲ୍ଲାପାଳଙ୍କ ଓସ୍ୱ।ନ ସଭାଗୃହରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ସାମୁହିକ ଶପଥପାଠ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!