ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ଠାରେ ଓଡିଶା ରାଜ୍ୟ ମହିଳା ଆୟୋଗର ଶିବିର ଅଦାଲତ ତଥା ମାନବ ଚାଲାଣ ନିରୋଧ ୟୁନିଟ ଉପରେ ସଚେତନତା କାର୍ଯ୍ୟକ୍ରମ

ଭବାନୀପାଟଣା ତା ୫.୮.୨୦୨୨ରିଖ – (ମ ନି ସ)  ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗ ର ଅଧ୍ୟକ୍ଷା ଡ ମିନତି ବେହେରା ଙ୍କ ଅଧ୍ୟକ୍ଷତା ରେ ଏକ ଶିବିର ଅଦାଲତ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ମହିଳା ଆୟୋଗ ର ଅଧ୍ୟକ୍ଷ ଙ୍କ ସହ ସଭ୍ୟା ସ୍ନେହାଞ୍ଜଳି ମହାନ୍ତି, ସ୍ୱର୍ଣଲତା ସାମଲ ତଥା ପରାମର୍ଶଦାତା ଡ ଏନ୍ ଟୁନା ସାହୁ ପ୍ରମୁଖ ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସିଛନ୍ତି। ଶିବିର ଅଦାଲତରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଉପସ୍ଥିତିରେ ଜିଲ୍ଲା ର ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଅଦାଲତ ଆୟୋଜନରେ ସହଯୋଗ କରିଥିଲେ । ମହିଳାମାନେ କିଭଳି ସମାଜ ରେ ଆତ୍ମସମ୍ମାନ ସହ ନିଜ ଅଧିକାରକୁ ସାବ୍ୟସ୍ତ କରିପାରିବେ ତଥା ନିର୍ଯାତିତ, ଦୁଃସ୍ତ ,ଆଇନର ଆବଶ୍ୟକ ଚାହୁଁଥିବା ମହିଳାଙ୍କୁ କିପରି ନ୍ୟାୟ ଦିଆଯାଇପାରିବ ଏହା ଉପରେ ଏହି ଶିବିର ର ଆୟୋଜନ କରାଯାଇଥିଲା।ଶିବିର ଅଦାଲତରେ ୫୦ ଟି କେଶ ଉପସ୍ଥାପନ ହୋଇଥିଲା ସେଥିରୁ ୨୯ ଟି କେସ ର ଉଭୟ ପକ୍ଷ ଉପସ୍ଥିତ ଥିଲେ । ୯ ଟି କେସର ଆପୋଷ ମିଳାମିଶା ମାଧ୍ୟମରେ ସମାଧାନ ହୋଇଥିଲା ।ଆରକ୍ଷୀ ବିଭାଗକୁ ୩ଟି କେସ , ସୁରକ୍ଷା ଅଧିକାରୀଙ୍କୁ ୪ ଟି କେସ ,ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଂସ୍ଥା କୁ ୪ ଟି ନ୍ୟାୟ ପାଇଁ ପ୍ରେରଣ କରାଗଲା। ଶିବିର ରେ ଗୋଟିଏ ନୂଆ କେସ ନ୍ୟାୟ ପାଇଁ ଗ୍ରହଣ କରାଗଲା। ଯେଉଁ ମହିଳାମାନେ ଘରୋଇ ହିଂସା ,ଯୌତକ ନିର୍ଯାତନା, ବିବାହ ପ୍ରଲୋଭନ ଦେଖାଇ ଯୌନ ନିର୍ଯାତନା ,ସମ୍ପତିରୁ ଉଚ୍ଛେଦ, ଭରଣପୋଷଣ ରେ ଅତ୍ୟାଚାର ସହିଛନ୍ତି ,ଏହି ଶିବିରକୁ ନ୍ୟାୟ ପାଇଁ କଳାହାଣ୍ଡି, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାରୁ ଆସିଥିଲେ । ଅପରାହ୍ନ ୪.୦୦ ଘ ସମୟରେ ମାନବ ଚାଲାଣ ନିରୋଧ ୟୁନିଟ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ମହିଳା ଆୟୋଗ ଅଧକ୍ଷାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା।ମହିଳା ଓ ଶିଶୁ ମାନଙ୍କ ଚାଲାଣ କୁ ରୋକିବା ପାଇଁ ଉଦ୍ଧିଷ୍ଟ ଆଇନ ର ପ୍ରଣୟନ , ପ୍ରବର୍ତ୍ତନ ସଂସ୍ଥା ର ଭୂମିକା ଓ ସର୍ବୋପରି ସମାଜର ସମସ୍ତଙ୍କର ସମ୍ବେଦନଶୀଳତା ଆବଶ୍ୟକ ରହିଛି। ମୁଖ୍ୟତଃ ମହିଳାମାନଙ୍କୁ ଚାଲାଣ କରିବା ପାଇଁ ବେଶ୍ୟାବୃତି,ଅଙ୍ଗ ଅପସାରଣ,ଭିକ୍ଷାବୃତି,ଜବରଦସ୍ତ ବିବାହ ,ଶିଶୁ ଅଶ୍ଳିଳ ସିନେମା ,ଜୀବିକା ଓ କଳକାରଖାନା ରେ ନିଯୁକ୍ତି ପାଇଁ ପ୍ରଲୋଭନ, ଡ୍ରଗସ୍ ପରିବହନ ଦାୟୀ ଏବଂ ଅପରାଧୀ ବିଭିନ୍ନ ଉପାୟରେ ଚାଲାଣ କରିବାପାଇଁ ସବୁବେଳେ ଚେଷ୍ଟା କରୁଛି ।ଏହି ମାନବ ଚାଲାଣ କୁ ରୋକିବାକୁ ହେଲେ ସମସ୍ତଙ୍କର ଦାୟିତ୍ୱ ରହିଛି। ମାନବ ଚାଲାଣ କୁ ରୋକିବା,ନିର୍ଯାତିତା କୁ ସୁରକ୍ଷା, ଓ ଦୋଷୀକୁ ଆଇନଗତ ଦଣ୍ଡର ବ୍ୟବସ୍ଥା ପାଇଁ ଆମ ସମସ୍ତଙ୍କ ଦାୟିତ୍ଵ ରହିଛି ବୋଲି ମତ ପ୍ରକାଶ ପାଇଥିଲା ।ସେଥିପାଇଁ ପଞ୍ଚାୟତ ସ୍ତରରୁ ସହର ଯାଏଁ ମହିଳା ଓ ଶିଶୁ ମାନଙ୍କୁ ଚାଲାଣ କୁ ରୋକିବାରେ ଶିଶୁ କଲ୍ୟାଣ କମିଟି,ପୋଲିସ ,ଗ୍ରାମ୍ୟ କମିଟି,ନାଗରିକ କମିଟି,ମହିଳା କଲ୍ୟାଣ ବିଭାଗ କୁ ତପ୍ତରତା ସହ କାର୍ଯ କରିବାକୁ ହେବ। ଉଦବେଗ ର ବିଷୟ ଯେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଅନୁଯାୟୀ ମାନବ ଚାଲାଣ ଅପରାଧରେ ଓଡ଼ିଶା ଦ୍ଵିତୀୟ ସ୍ଥାନ ରେ ରହିଛି । କାର୍ଯ୍ୟକ୍ରମ ସଭାରେ ଡି ଏସ ଡବ୍ଲୁ ଓ ଜ୍ୟୋସ୍ନାରାଣୀ ପାତ୍ର, ଡି ସି ପି ଓ ସ୍ୟେଲନ୍ଦୁ ମହାପାତ୍ର, ଡି ଆଇ ପି ଆର୍ ଓ ମନୋଜ ବେହେରା,ସି ଡ଼ି ପି ଓ,ଶିଶୁ କଲ୍ୟାଣ କମିଟି ଅଧ୍ୟକ୍ଷ ଓ ସଭ୍ୟ,ଯୁଭେଲାଇନ୍ ଜଷ୍ଟିସ ବୋର୍ଡ କର୍ମକର୍ତ୍ତା,ସ୍ଵତନ୍ତ୍ର ଯୁଭେଲାଇନ୍ ପୋଲିସ ୟୁନିଟ୍,ଏଁ ଏନ୍ ଜି ଓ ,ସ୍ଵଧାର ଗୃହ,ଶିଶୁ ସୁରକ୍ଷା କମିଟି ଓ ଅନ୍ୟ ମହିଳା ଓ ଶିଶୁ କଲ୍ୟାଣ ସହଯୋଗୀ ସଂସ୍ଥା ଉପସ୍ଥିତ ଥିଲେ।

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ପାନ ଇଣ୍ଡିଆ ପକ୍ଷରୁ ତାଳୁକ ଆଇନ ସଚେତନତା କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପକ୍ଷରୁ ଦେଶାତ୍ମବୋଧକ ସ୍ବରଚିତ କବିତା ପାଠୋତ୍ସବ

Sunil Chandra Nayak

Leave a Comment

error: Content is protected !!