ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ଦ୍ୟାଧର ମହାନ୍ତ ଙ୍କ କବିତା ଚନ୍ଦ୍ରମା

    ଚନ୍ଦ୍ରମା 

      ରାଗ (ଆଷାଢ଼ ଶୁକ୍ଳବାଣୀ )
ଚନ୍ଦ୍ରମା ପରିକେ ଅଛି ସୁନ୍ଦର
କବିକଳ୍ପନାରେ ତାର ଆଦର
ଚନ୍ଦ୍ରମା ସହିତ କରି ତୁଳନା
କବିଏ କରନ୍ତି କାବ୍ୟ ରଚନା
       ଚନ୍ଦ୍ରମା ସହ ତୁଳନା
କାଳିଵି ହୋଇପାରେ ରାଜକନ୍ୟା,|1|
ନୂଆଜହ୍ନ ପରି ମୁହଁଟି ଯାର
କବି କଳ୍ପନାର ମୂଳ ଆଧାର
ଏକମାତ୍ରବସ୍ତୁ ଧରାରେ ଚାନ୍ଦ
କବିଙ୍କୁ ବତାଏ ନୂତନ ଛାନ୍ଦ
      ଚାନ୍ଦବିନା କାବ୍ୟରସ
ମାନବ ଜୀବନେ ବଡ ନିରସ |3|
କାବ୍ୟ ରଚନାରେ କବିଙ୍କ ମନ
ଆକର୍ଷଣ କରେ ଜଗତ ଜନ
ଶୟନେ ସପନେ ଭାବରେ ଜହ୍ନ
ସୁନ୍ଦର ଦିଶଇ ଯଥାସୁମନ
    ଉପଗ୍ରହ ହୋଇଜହ୍ନ
କାବ୍ୟଛାନ୍ଦେ ବାନ୍ଧେ ସକଳ ମନ |3|
ବାରମାସେ ହୁଏ ବାରପୁର୍ଣିମା
ବାରମାସେ ପର୍ବ ନାହିଁତ ସୀମା
ପ୍ରତିପୁର୍ଣିମାରେ ପଡେ ପରବ
ହିନ୍ଦୁ ଜାତିର ସେ ମହାଗୌରବ
      ଠାକୁରଙ୍କ ଜନ୍ମ ଦିନ
ରୂପେ ପାଳିଥାନ୍ତି ଭାରତ ଜନ |4|
ଉତ୍ତର ଦକ୍ଷିଣ ପୂର୍ବ ପଶ୍ଚିମ
ଠାକୁରେ ଅଛନ୍ତୁ ରୂପ ଅସୀମ
ଚାଲିଅଛି ଲୀଳା ପ୍ରତ୍ୟେକ ଦିନ
ଭକତେ ହୁଅନ୍ତ ନିତି ତଲ୍ଲୀନ
      ଭକତ ବାନ୍ଧବ ହରି
ପୂର୍ଣ୍ଣିମାରେ ଆସନ୍ତି ଅବତରି |5|
ପୁର୍ଣିମାକୁ ପୁର୍ଣିମା ନୀଳ ସାଗରେ
ଉଠଇ ଜୁଆର ଲଙ୍ଘି କୂଳରେ
ସାଗର ସହିତ ଚାନ୍ଦ ପ୍ରଭାବ
ଅନନ୍ତ କାଳୁ ଅଛି ପ୍ରେମଭାବ
       ତେଣୁ ଉତଥିତ ଜଳ
ପୁର୍ଣିମାରେ ପିଟେ ମଥା ପ୍ରବଳ |6|
ପୁର୍ଣିମାରେଶୋଭା ନଈ ପୋଖରୀ
ଶତ ସହସ୍ର କଇଁ ଫୁଲସୁନ୍ଦରୀ ଚନ୍ଦ୍ରମା ହସିଲେ ନୀଳ ଗଗନେ
କଇଁହସେ ଜଳେ ପ୍ରେମାଲିଙ୍ଗନେ
     ଗୁଣୁ ସ୍ୱରେ ଅଲିକୁଳ
ଚନ୍ଦ୍ରାଲୋକେ ଫୁଲେ ହୁଅନ୍ତି ଠୁଳ |7|
ଫୁଲ୍ଲ କୁସୁମିତ ମନ୍ଦ ସମୀର
ଉଚ୍ଚାଟକରେ ମନ ପ୍ରାଣ ଶରୀର
ସୁବାସିତ ବାୟୁବହିଲେ ବନେ
ଜହ୍ନ ହସେକଇଁ ସହ ମିଳନେ
     ଚାନ୍ଦକାହିଁ କଇଁକାହିଁ
,ମିଳିତହୁଅନ୍ତି ପୀରତି ପାଇଁ |9|
ପୂର୍ଣ୍ଣିମା ରାତିର ଚୋରା ପୀରତି ପ୍ରେମିକପ୍ରେମିକା ଛାତି କରତି
ଦହଇ ଅନୁକ୍ଷଣ ଚପଳ ମତି
ଭୁଲନ୍ତି ସକଳ ଦଣ୍ଡ ଶକତି
     ପୁର୍ଣିମା ରାତିର ମୋହ
ଭୁଲାଇ ଦିଏ ରାଜଦଣ୍ଡ ଦ୍ରୋହ |10|
ପୁର୍ଣିମା ରାତିର କିକରାମତି
ବିପଥେ ଯାନ୍ତି ଯୁବକ ଯୁବତୀ
ଚାନ୍ଦିନୀ ରାତିର ଚନ୍ଦ୍ରମା ଶୋଭା
ଆହାକି ସୁନ୍ଦର କିମନଲୋଭା
      ଚନ୍ଦ୍ରମା ଚର୍ଚ୍ଚିତ ରାତି
ତରୁଣରେ ହୋଇଯାନ୍ତି ବିଭ୍ରାନ୍ତି |12|

ଶ୍ରୀ ବିଦ୍ୟାଧର ମହାନ୍ତ

ତମ୍ବାହରା. କେନ୍ଦୁଝର

Related posts

ଲ୍ୟାମ୍ପସ ପରିସର ରେ କୃତ୍ରିମ ପୋଖରୀ

Sunil Chandra Nayak

କୋକସରା ଆବାସ ଯୋଜନା ଦୁର୍ନତୀ, କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ଲୋକାୟୁକ୍ତ ଙ୍କ ନୋଟିସ ଜାରି

Sunil Chandra Nayak

ଦାଦନ ଯାଇ ନିଜାମବାଦରେ କୋକସରା ବ୍ଲକର ଯୁବକ ମୃତ

Sunil Chandra Nayak

Leave a Comment

error: Content is protected !!