ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ସ୍ମୃତି

ସ୍ମୃତି

ନଳିନୀ ପ୍ରଭା ମିଶ୍ର

ସ୍ମୃତି ତୁମେ କେବେ ପାହାନ୍ତି ସପନ
   କେବେ ବସନ୍ତର ମଧୁ ଗୀତି
କେବେ ପୁଣି ତୁମେ ଉଦାସୀ ଜହ୍ନ ଟେ
  ଶୀତ ସକାଳ ର ହୁଅ ସାଥୀ।
ସ୍ମୃତି ତୁମେ କେବେ ନ ଈ ପଠା
   ଧାରେ ଶରତ ସଂଜ ର କାଶ ଫୁଲ
କେବେ ହୋଇଯାଅ ମନ ଅଗଣାରେ
  ପୂର୍ଣ୍ଣିମା ର ରାତି ଝଲମଲ।
କେବେ ବିଜନର ସାଥୀ ହୋଇ ଆସ
  ବିଗତ ଦିନର ରୂପ ନେଇ
ମନ ଆଇନାରେ ପ୍ରତିବିମ୍ବ ହୁଅ
  ହୃଦୟ ନିଭୃତ ଚହଲାଇ।
ସ୍ମୃତି ତୁମେ କେବେ ସହକାର ତଳ
   ପ୍ରଥମ ପ୍ରଣୟ ମିଳନର
କେବେ ହୋଇଯାଅ ସାଇତା ଚିଠିର
  ଭାବ ପୀରତି ର ଲେଖାକ୍ଷର।
ସ୍ମୃତି ତୁମେ କେବେ ଜୀବନ ଧାରାର
  ଅଙ୍ଗେ ନିଭା ଅନୁଭୂତି ନାନା
କେତେ ମିଠା,ତିକ୍ତ,ସ୍ଵାଦ ମୂହୁର୍ତ୍ତ ର
  ମନେ ଭରା ଗୀତ ସାରେଗାମା।
ତୁମେ ବହୁବିଧ ବିକଳ୍ପ ଚିନ୍ତାର
  ସାଉଁଟା ଅତୀତ ସମ୍ମୋହନ
ବଞ୍ଚିବା ର ରାହା ବର୍ତ୍ତମାନ ପାଇଁ
  ମଧୁର ମୂହୁର୍ତ୍ତ ବିଦ୍ୟମାନ।
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

Related posts

ନୀଳଗିରି ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ 

Sunil Chandra Nayak

ଯୁବ ଅନୁଷ୍ଠାନ ଵିକାଶ କାର୍ଯ୍ୟକ୍ରମ ଓ ସ୍ୱଚ୍ଛତା ପଖୱାଡା କାର୍ଯ୍ୟକ୍ରମ

Sunil Chandra Nayak

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବୟତ୍ରି ତୃପ୍ତି ରାଣୀ ପାତ୍ର, ସହଦେବଖୁଣ୍ଟା , ବାଲେଶ୍ଵର ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

Leave a Comment

error: Content is protected !!