ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟିପର – ମୋଟରସାଇକେଲ ଧକ୍କା,୧ ଆହତ

ଡାବୁଗାଁ, ୬/୮ ନବରଙ୍ଗପୁର ଜିଲା ଡାବୁଗାଁ ଥାନା କନ୍ୟାଶ୍ରମଗୁଡା ଗ୍ରାମ ଛକରେ ଶନିବାର ପୂର୍ବାହ୍ନରେ ଟିପର – ମୋଟାରସାଇକେଲ ଧକ୍କା ୧ ଆହତ | ସୂଚନାଯୋଗ୍ୟ ଡାବୁଗାଁ ଥାନା ଅଧୀନ ଗରୁଡଗୁଡା ଗ୍ରାମ ଆଡୁ ଡାବୁଗାଁ ପାପଡାହାଣ୍ଡି ରାଜ୍ୟରାଜପଥ ଅଭିମୁଖେ ଟିପର ଗାଡି ନଂ ଓଡି ୧୦ ବି ୮୯୨୧ ଆସୁଥିବା ସମୟରେ ଗରୁଡଗୁଡା ଗ୍ରାମକୁ ଯାଉଥିବା ମୋଟରସାଇକେଲ ନଂ ଓଡି ୨୪ ଏଫ ୩୩୧୩ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା | ଫଳରେ ମୋଟର ସାଇକେଲ ଆରୋହି ଉମୁରହାଣ୍ଡି ଗ୍ରାମର ତିଲ ଭତ୍ରା (୩୦) ଆହତ ହୋଇଥିଲେ | ଖବର ପାଇ ଡାବୁଗାଁ ଥାନା ଏଏସଆଇ ଶିଶିର କାନ୍ତ ଘୋଷ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ଆହତ ତିଲ ଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି | ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ଲେଡି ଲାୟନ ଅନୁଷ୍ଠାନ ତରଫରୁ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

Sunil Chandra Nayak

ବାଇଦାପୋଷୀ ଗ୍ରାମରେ ପିଇବା ପାଣି ପାଇଁ ଗ୍ରାମବାସୀ ହନ୍ତସନ୍ତ

Sunil Chandra Nayak

ଆବାସ ଯୋଜନା ସାତ ସପନ, ପଲିଥିନ କୁଡ଼ିଆରେ ଦିନ କାଟୁଛନ୍ତି ବେଣୁଧର

Sunil Chandra Nayak

Leave a Comment

error: Content is protected !!