ନୂଆପଡ଼ା-ସଦର ବ୍ଲକ ଖରିଆରରୋଡ ସହରରେ ବେଆଇନ ନିଶା କାରବାର ଉପରେ ନୂଆପଡ଼ା ଅବକାରୀ ବିଭାଗ ଚଢାଉ କରିଥିଲା। ଜଣେ ନିଶାଦ୍ରବ୍ୟ ବ୍ୟବସାୟୀକୁ ଗିରଫ କରିବା ସହ ୯୬ ବୋତଲ କଫ ସିରପ, ୨ ଶହ ଇଞେକ୍ସନ, ୩୮୬୬ ନିଶା ଟେବଲେଟ ଜବତ କରିଥିଲା।
ଜୋଙ୍କ ଥାନା ଖରିଆରରୋଡ ସହର ପଟେଲ ନଗରର ଏକ ଘରେ ବହୁ ନିଶାଦ୍ରବ୍ୟ ସାମଗ୍ରୀ ଗଚ୍ଛିତ ରହିଥିବା ନୂଆପଡା ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇଥିଲା। ମଧ୍ୟାହ୍ନରେ ସଦର ଅତିରିକ୍ତ ତହସିଲଦାର ଜୟସେନ ଧରୁଆଙ୍କ ନେତୃତ୍ବରେ ଏକ ଅବକାରୀ ଟିମ ଖରିଆରରୋଡ ପଟେଲନଗରରେ ଚଢାଉ କରିଥିଲେ। ସେଠାରେ ୯୬ ବୋତଲ କଫ ସିରପ, ୨ ଶହ ଇନ୍ଜେକ୍ସନ, ୩୮୬୬ ନିଶା ଟେବଲେଟ ଜବତ କରିବା ସହ ନିଶାଦ୍ରବ୍ୟ ବ୍ୟବସାୟୀ ଟୁନୁ ଅଗ୍ରୱାଲଙ୍କୁ ଗିରଫ କରିଥିଲା।( ସୁଜିତ କୁମାର ପ୍ରଧାନ ନୂଆପଡାଙ୍କ ରିପୋର୍ଟ)