ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରତିମା ଶତପଥି ଙ୍କ କବିତା ଶ୍ରାବଣ

ଶ୍ରାବଣ

ପ୍ରତିମା ଶତପଥି

ଶ୍ରାବଣ ଆସିଛି ବରଷା ହସୁଛି
       ହସୁଛି ପୃଥିବୀ ମାତା
ପ୍ରଚଣ୍ଡ ଖରାରେ ଶୁଖି ଯାଉଥିଲେ
      ତା କୋଳରେ ବୃକ୍ଷ ଲତା.
ଶ୍ରାବଣ ରେ ଭିଜି ବରଷା ପାଣିରେ
      ଜୀବନ ପାଇଲେ ସବୁ
ଧାରା ଶ୍ରାବଣରେ ନଦୀ,ଓ ପୋଖରୀ
      ହୋଇଯାଏ ଉବୁଟୁବୁ.
ଚାତକ ର ତୃଷା ନିବାରଣ ହୁଏ
      ଆନନ୍ଦେ କେକୀ ନାଚଇ 
ସାରୁ ବୁଦା ମୂଳେ ବେଙ୍ଗୁଲି ରାଣୀ ଯେ
          ହରଷେ ଗୀତ ବୋଲଇ.
ନାଲି ଟୁକୁ ଟୁକୁ ସାଧବ ବୋହୂଟି
     ଘାସର ଗାଲିଚା ପରେ 
ପାଟ ଓଢଣୀଟି ମୁଣ୍ଡରେ ଦେଇଣ
      ଧୀର ଗତିରେ ଯେ ଚଳେ.
ଶ୍ରାବଣ ମାସରେ କାଉଡିଆ ଭାଇ
      ସୋମ ବାର ଦିନ ଜଳ  
ମାନସିକ କରି ଶିବଙ୍କ ମସ୍ତକେ
      ଢାଳନ୍ତି ନେଇ ସକଳ.
ରକ୍ଷା ବନ୍ଧନ ରେ ପ୍ରଭୁ ବଳରାମ
      ହୋଇଣ ଥିଲେ ଜନମ
ଭାଇର ହାତରେ ରାକ୍ଷୀ ବାନ୍ଧି
       ଭଗ୍ନୀ ସୁମରେ ତାଙ୍କ ମଙ୍ଗଳ.

ପ୍ରତିମା ଶତପଥି

ଜିଲ୍ଲା ଯାଜପୁର

Related posts

ପୁର୍ତ୍ତ ବିଭାଗ ର ଅବହେଳା ଯୋଗୁଁ ରାସ୍ତା ପାଇଁ ଲୋକେ ହନ୍ତସନ୍ତ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଶୀତ ଆସେ ନ‌ଇଁ ନ‌ଇଁ ଲୋ

Sunil Chandra Nayak

ଶ୍ରୀମଦ୍ ଭଗବତ୍ ଗୀତା – ତୃତୀୟ ଅଧ୍ଯାୟର ସାରକଥା-୩

Sunil Chandra Nayak

Leave a Comment

error: Content is protected !!