ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭୀମ ଆର୍ମୀ ଭାରତ ଏକତା ମିଶନ କଳାହାଣ୍ଡି ପକ୍ଷରୁ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଭବାନୀପାଟଣା -:  ଗତ ଅଗଷ୍ଟ ୭ ତାରିଖ ଦିନ ଭୀମ ଆର୍ମୀ ଭାରତ ଏକତା ମିଶନ କଳାହାଣ୍ଡି ପକ୍ଷରୁ ସ୍ଥାନୀୟ ଏସ୍ ଏନ୍ କନ୍ଫରେନ୍ସ ହଲ୍ ଠାରେ ସଂଗଠନ ର କର୍ମକର୍ତ୍ତାଙ୍କୁ ନେଇ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୂଖ୍ୟ ପ୍ରଶିକ୍ଷକ ଭାବରେ ନବରଙ୍ଗପୁର ଜିଲ୍ଲା ସଂଯୋଜକ ଧୀମାନ୍ ଚିନ୍ନିଲାଲ ମିର୍ଜା ମୂଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ମୂଖ୍ୟ ଅତିଥି ଶ୍ରୀ ମିର୍ଜା ଭୀମ ଆର୍ମୀ ର କାର୍ଯ୍ୟକର୍ତ୍ତା ବହୁଜନ ସମାଜର ମହାପୁରୁଷ ମାନଙ୍କ ମାନବତାବାଦୀ ବିଚାରଧାରା କୁ ପ୍ରତ୍ୟେକ ସମାଜରେ ପହଞ୍ଚାଇବାକୁ କିପରି ସଫଳତା ହାସଲ କରିବେ ସେ ସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ସମାଜରୁ ଅନ୍ଧବିଶ୍ୱାସ ଓ ପାଖଣ୍ଡବାଦକୁ ଦୂର କରିବା ପାଇଁ ତଥାଗତ ବୁଦ୍ଧ, ମହାତ୍ମା ଫୁଲେ,ପେରିୟାର,ସନ୍ଥ କବୀର, ଗୁରୁ ରବିଦାସ,ସନ୍ଥ ତୁକାରାମ, ଗୁରୁ ଘାସିରାମ ଙ୍କ ଠାରୁ ଆରମ୍ଭ କରି ବାବାସାହେବ ଓ ମାନ୍ୟବର କାଂଶୀରାମ ସାହେବ ଙ୍କ ପ୍ରଦର୍ଶିତ ମାର୍ଗର ଅନୁସରଣ କରିବା ଆବଶ୍ୟକ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏହି ଅବସରରେ ଭୀମ ଆର୍ମୀ ରାଜ୍ୟ ଉପାଧ୍ୟକ୍ଷ ଧୀମାନ୍ ଆଶିଷ ରଞ୍ଜନ ନାଏକ, ରାଜ୍ୟ ସାଧାରଣ ସଚିବ ଧୀମାନ୍ ଜଗଜ୍ଜୀବନ କୁମାର, ରାଜ୍ୟ ସଚିବ ଧୀମାନ୍ ବଣ୍ଟି ବାଗ, କଳାହାଣ୍ଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଧୀମାନ୍ ରଜନୀକାନ୍ତ ସମର୍ଲିଆ ପ୍ରମୁଖ ମଞ୍ଚାସୀନ ଥିଲେ। ସେହିପରି ନବରଙ୍ଗପୁର ଜିଲ୍ଲା ସଭାପତି ଗଙ୍ଗାରାମ କଚିମ୍, ତଥା ବରିଷ୍ଠ କାର୍ଯ୍ୟକର୍ତ୍ତା ଦୀପକ୍ କୁମାର ଓ ସୋନପୁର ଜିଲ୍ଲାରୁ ଇନ୍ଦ୍ରମଣି ଜାଲ, ସୁଶାନ୍ତ ମଲ୍ଲିକ ପ୍ରମୁଖ ଙ୍କ ସମେତ କୋରାପୁଟ, ବୌଦ୍ଧ ଓ ବଲାଙ୍ଗୀର ବହୁ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ।

ରଜନୀକାନ୍ତ ସମର୍ଲିଆ ଙ୍କ ରିପୋର୍ଟ 

Related posts

ଆସ୍ଥା ଓ ବିଶ୍ଵାସର ପ୍ରତୀକ ମାଁ ମାଣିକେଶ୍ଵରୀ ଙ୍କ ଛତର ଯାତ୍ରା

Sunil Chandra Nayak

ଐତିହସିକ ପୋଡାଗଡ ରେ ନୁଆଖାଇ ଭେଟ୍ ଘାଟ୍

Sunil Chandra Nayak

ରାଇରଙ୍ଗପୁରରେ ମହାସମାରୋହରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!